ନିଶାସକ୍ତ ଅବସ୍ଥାରେ ସାଙ୍ଗକୁ ହତ୍ୟାକଲା ସାଙ୍ଗ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାସନପୁର ସ୍ଥିତ ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ। ନିଶାସକ୍ତ ଅବସ୍ଥାରେ ସାଙ୍ଗର ମୁଣ୍ଡକୁ ପିଟି ହତ୍ୟା କରିଛି ସାଙ୍ଗ । ମୃତକ ଜଣକ ହେଉଛନ୍ତି ମିର୍ଗାମୁଣ୍ଡା ଅଞ୍ଚଳର ସତ୍ୟନାରାୟଣ ପାଣିଗ୍ରାହୀ । ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ବାଙ୍କୀଟିକ୍ରା ଗ୍ରାମରେ ୩ ଜଣ ସାଙ୍ଗ ଜଣେ ବ୍ୟକ୍ତିଙ୍କ ଘରେ ବସି ମଦ ପିଇଥିଲେ। ଏହି ସମୟରେ କୌଣସି ଏକ କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ […]

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାସନପୁର ସ୍ଥିତ ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ। ନିଶାସକ୍ତ ଅବସ୍ଥାରେ ସାଙ୍ଗର ମୁଣ୍ଡକୁ ପିଟି ହତ୍ୟା କରିଛି ସାଙ୍ଗ । ମୃତକ ଜଣକ ହେଉଛନ୍ତି ମିର୍ଗାମୁଣ୍ଡା ଅଞ୍ଚଳର ସତ୍ୟନାରାୟଣ ପାଣିଗ୍ରାହୀ ।
ସୂଚନାନୁସାରେ,ଗତକାଲି ବିଳମ୍ବିତ ରାତିରେ ବାଙ୍କୀଟିକ୍ରା ଗ୍ରାମରେ ୩ ଜଣ ସାଙ୍ଗ ଜଣେ ବ୍ୟକ୍ତିଙ୍କ ଘରେ ବସି ମଦ ପିଇଥିଲେ। ଏହି ସମୟରେ କୌଣସି ଏକ କଥାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ଜେ. ଶ୍ରୀଧର ନାମକ ଜଣେ ବ୍ୟକ୍ତି ସତ୍ୟନାରାୟଣଙ୍କୁ ହଠାତ ଏକ ବାଡ଼ିରେ ତାଙ୍କ ମୁଣ୍ଡ ପଛ ପଟେ ଆକ୍ରମଣ କରିଥିଲେ। ଫଳରେ ସତ୍ୟନାରାୟଣ ସେଠାରେ ହିଁ ଟଳି ପଡ଼ିଥିଲେ । ଏହି ଘଟଣା ପରେ ଜେ. ଶ୍ରୀଧର ସେଠାରୁ ଫେରାର ହୋଇଯାଇଲା । ସକାଳୁ ସକାଳୁ ପୁଲିସକୁ ସ୍ଥାନୀୟ ଲୋକେ ଏନେଇ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି I ଅଭିଯୁକ୍ତ ଜେ. ଶ୍ରୀଧରଙ୍କ ମୋବାଇଲ ନମ୍ବର ଟ୍ରାକ କରି ତାଙ୍କୁ ଗିରଫ କରିଛି।