ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ

କିଙ୍ଗ୍ସଟାଉନ୍: ଆଫଗାନିସ୍ତାନ କ୍ରିକେଟ୍ ଦଳ ୨୧ ରନ୍ରେ ଅଷ୍ଟ୍ରେଲିଆକୁ ହରାଇ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବଡ଼ ବିପର୍ଯ୍ୟୟ କରିଛି। ଆଫଗାନିସ୍ତାନ ଏହି ଅସାଧାରଣ ଓ ଅବିଶ୍ବସନୀୟ ବିଜୟ ଲାଭ କରିବା ପରେ ଗ୍ରୁପ୍-ଏ ସ୍ଥିତି ଆହୁରି ରୋଚକ ହୋଇଯାଇଛି। ସେମିଫାଇନାଲ୍ ଦୌଡ଼ରେ ପୂର୍ବ ବିଜେତା ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଉଛି। ଏହି ଗ୍ରୁପ୍ରେ ଭାରତ ସେମିଫାଇନାଲ୍ରେ ଗୋଟିଏ ପାଦ ରଖି ସାରିଥିଲା ବେଳେ ଲଜ୍ଜାଜନକ ପରାଜୟ ପରେ ଅଷ୍ଟ୍ରେଲିଆର ସେମିଫାଇନାଲ୍ ପଥ କଠିନ ହୋଇଯାଇଛି। ସୋମବାର ଯଦି […]

ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଐତିହାସିକ ବିଜୟ

କିଙ୍ଗ୍ସଟାଉନ୍: ଆଫଗାନିସ୍ତାନ କ୍ରିକେଟ୍ ଦଳ ୨୧ ରନ୍ରେ ଅଷ୍ଟ୍ରେଲିଆକୁ ହରାଇ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ବଡ଼ ବିପର୍ଯ୍ୟୟ କରିଛି। ଆଫଗାନିସ୍ତାନ ଏହି ଅସାଧାରଣ ଓ ଅବିଶ୍ବସନୀୟ ବିଜୟ ଲାଭ କରିବା ପରେ ଗ୍ରୁପ୍-ଏ ସ୍ଥିତି ଆହୁରି ରୋଚକ ହୋଇଯାଇଛି। ସେମିଫାଇନାଲ୍ ଦୌଡ଼ରେ ପୂର୍ବ ବିଜେତା ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଉଛି। ଏହି ଗ୍ରୁପ୍ରେ ଭାରତ ସେମିଫାଇନାଲ୍ରେ ଗୋଟିଏ ପାଦ ରଖି ସାରିଥିଲା ବେଳେ ଲଜ୍ଜାଜନକ ପରାଜୟ ପରେ ଅଷ୍ଟ୍ରେଲିଆର ସେମିଫାଇନାଲ୍ ପଥ କଠିନ ହୋଇଯାଇଛି। ସୋମବାର ଯଦି ଅଷ୍ଟ୍ରେଲିଆକୁ ଭାରତ ହରାଇଦିଏ, ତାହେଲେ ଆଫଗାନିସ୍ତାନ ପ୍ରଥମ ଥର ସେମିଫାଇନାଲ୍ ଖେଳିବା ସମ୍ଭାବନା ବଢ଼ିଯିବ।
ଅଷ୍ଟ୍ରେଲିଆ ଟସ୍ ଜିତି ଆଫଗାନିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆଫଗାନିସ୍ତାନର ଦୁଇ ଓପନର ରହମନୁଲ୍ଲା ଗୁରବାଜ୍ ଓ ଇବ୍ରହିମ ଜଦ୍ରାନ ପ୍ରଥମ ୱିକେଟ୍ରେ ୧୧୮ ରନ୍ ଯୋଡ଼ି କଙ୍ଗାରୁ ବୋଲରଙ୍କ ହୋସ୍ ଉଡ଼ାଇ ଦେଇଥିଲେ। ଶେଷ ଓଭରଗୁଡ଼ିକରେ ଅବଶ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ମ୍ୟାଚ୍କୁ ଫେରିଥିଲା। କମିନ୍ସ ତିନିଟି ବଲ୍ରେ ତିନିଜଣ ଆଫଗାନିସ୍ତାନ ବ୍ୟାଟର୍ଙ୍କୁ ପ୍ୟାଭିଲିୟନ ଫେରାଇ ବିଶ୍ବକପ୍ରେ ଦ୍ବିତୀୟ ହ୍ୟାଟ୍ରିକ୍ ନେଇଥିଲେ। ତଥାପି ଦୃଢ଼ ମୂଳଦୁଆ ବଳରେ ଆଫଗାନସ୍ତାନ ୬ ୱିକେଟ୍ ହରାଇ ୧୪୮ ରନ୍ କରି ନେଇଥିଲା। ଅଷ୍ଟ୍ରେଲିଆର ତାରକା ଖଚିତ ବ୍ୟାଟିଂ ବାହିନୀ ୩୨ ରନ୍ରେ ଟ୍ରାଭିସ୍ ହେଡ୍, ଡେଭିଡ୍ ୱାର୍ଣ୍ଣର ଓ ମାର୍ସଙ୍କୁ ହରାଇ ଚାପରେ ରହିଥିଲା। ଏହା ପରେ ମଧ୍ୟ ଅଷ୍ଟ୍ରେଲିଆର ବିପର୍ଯ୍ୟୟ ଧାରା ଜାରି ରହିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ୍ ଅର୍ଦ୍ଧଶତକୀୟ ପାଳି ଖେଳି ଆଫଗାନ ବୋଲରଙ୍କ ଲୟ ବିଗାଡ଼ିବାକୁ ଚେଷ୍ଟା କରିବାରେ ସଫଳ ହୋଇଥିଲେ। କିନ୍ତୁ ସମସ୍ତ ଅଷ୍ଟ୍ରେଲିଆ ଖେଳାଳିମାନେ ୪ ବଲ୍ ପୂର୍ବରୁ ୧୨୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।