ଇଡଲି ପ୍ରିମିଅର ଲିଗ୍
ବର୍ତ୍ତମାନ ଭାରତରେ ଇଣ୍ଡିଆନ୍ ପ୍ରିମିଅର ଲିଗ୍ ବା ଆପିଏଲ୍ର କ୍ରେଜ୍ ଦେଖିବାକୁ ମିଳୁଛି । ତେବେ ସେହିଭଳି ଆଉ ଏକ ଆପିଏଲ୍ର କ୍ରେଜ ମଧ୍ୟ ଦେଖିବାକୁ ମିଳୁଛି, ଯାହା ଚେନ୍ନାଇରେ ଅନୁଷ୍ଠିତ ହୋଇଛି । ତେବେ ଏହି ଆପିଏଲ୍ ଖେଳ ନୁହେଁ ବରଂ ଖାଦ୍ୟ ପଦାର୍ଥକୁ ନେଇ ଅନୁଷ୍ଠିତ ହୋଇଛି । ଏହି ଆପିଏଲ୍ର ଅର୍ଥ ଇଡଲି ପ୍ରିମିଅର ଲିଗ୍ । ଚେନ୍ନାଇର ଗିତମ ରେସ୍ତୋରାଁରେ ଏହି ଇଭେଣ୍ଟର ଆୟୋଜନ କରାଯାଇଛି । ଚେନ୍ନାଇରେ ଏହି ରୋସ୍ତୋରାଁର […]

ବର୍ତ୍ତମାନ ଭାରତରେ ଇଣ୍ଡିଆନ୍ ପ୍ରିମିଅର ଲିଗ୍ ବା ଆପିଏଲ୍ର କ୍ରେଜ୍ ଦେଖିବାକୁ ମିଳୁଛି । ତେବେ ସେହିଭଳି ଆଉ ଏକ ଆପିଏଲ୍ର କ୍ରେଜ ମଧ୍ୟ ଦେଖିବାକୁ ମିଳୁଛି, ଯାହା ଚେନ୍ନାଇରେ ଅନୁଷ୍ଠିତ ହୋଇଛି । ତେବେ ଏହି ଆପିଏଲ୍ ଖେଳ ନୁହେଁ ବରଂ ଖାଦ୍ୟ ପଦାର୍ଥକୁ ନେଇ ଅନୁଷ୍ଠିତ ହୋଇଛି । ଏହି ଆପିଏଲ୍ର ଅର୍ଥ ଇଡଲି ପ୍ରିମିଅର ଲିଗ୍ । ଚେନ୍ନାଇର ଗିତମ ରେସ୍ତୋରାଁରେ ଏହି ଇଭେଣ୍ଟର ଆୟୋଜନ କରାଯାଇଛି । ଚେନ୍ନାଇରେ ଏହି ରୋସ୍ତୋରାଁର ଅନେକ ଆଉଟ୍ଲେଟ୍ ରହିଛି ଯେଉଁଠାରେ ଏହି ଲିଗ୍ ଅନୁଷ୍ଠିତ ହୋଇଛି । ଏହି ଲିଗ୍ଟି ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ଏପ୍ରିଲ୍ ୭ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଲିଗ୍ରେ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ଆକଫିଭିଟି ଓ ଚାଲେଞ୍ଜ ରହିଛି, ଯାହା ଇଡିଲ୍କୁ ନେଇ ଆୟୋଜନ କରାଯାଇଛି । ଏଥିରେ ଟେଷ୍ଟିଂ କମ୍ପିଟିସନ, ଶୀଘ୍ର ଖାଇପାରୁଥିବା ଚାଲେଞ୍ଜ ଭଳି ପ୍ରତିଯୋଗିତା ରହିଛି । ରେସ୍ତୋରାଁର ଏଭଳି ନିଆରା ପ୍ରୟାସକୁ ପ୍ରଶଂସା କରି ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ସମସ୍ତେ ରୋସ୍ତୋରାଁର ଏଭଳି ନିଆରା ପ୍ରୟାସର ପ୍ରଶଂସା କରିବାରେ ଲାଗିଛନ୍ତି ।