ଡାନ୍ସ ବାରରେ ଏଣିକି ଚାଲିବ ଅର୍କେଷ୍ଟ୍ରା – ଆଇନ ମନ୍ତ୍ରୀ

ଭୁବନେଶ୍ୱର : ପୁଣି ଖୋଲିବ ଡାନ୍ସ ବାର । ଏଣିକି ବାରରେ ବାର ଗର୍ଲଙ୍କ ଡାନ୍ସ ବଦଳରେ ଚାଲିବ ଅର୍କେଷ୍ଟ୍ରା । ଗୀତ ଗାଇବା ଓ ମ୍ୟୁଜିକାଲ ଅର୍କେଷ୍ଟ୍ରା ପାଇଁ ମିଳିଲା ଅନୁମତି । ୨୧ ବର୍ଷରୁ କମ ଯୁବତୀଙ୍କୁ ବାରରେ କାମ କରିବାକୁ ମିଳିବନି ଅନୁମତି । ବାର ଭିତରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ । ୩ ମାସ ଷ୍ଟୋରେଜ ଥିବା ପରି ଲାଗିବ ସିସିଟିଭି । ଏହାସହ ଷ୍ଟେଜ ୩ ଫୁଟ ଉଚ୍ଚତା ଥିବାବେଳେ […]

ଡାନ୍ସ ବାରରେ ଏଣିକି ଚାଲିବ ଅର୍କେଷ୍ଟ୍ରା – ଆଇନ ମନ୍ତ୍ରୀ
ଡାନ୍ସ ବାରରେ ଏଣିକି ଚାଲିବ ଅର୍କେଷ୍ଟ୍ରା - ଆଇନ ମନ୍ତ୍ରୀ

ଭୁବନେଶ୍ୱର : ପୁଣି ଖୋଲିବ ଡାନ୍ସ ବାର । ଏଣିକି ବାରରେ ବାର ଗର୍ଲଙ୍କ ଡାନ୍ସ ବଦଳରେ ଚାଲିବ ଅର୍କେଷ୍ଟ୍ରା । ଗୀତ ଗାଇବା ଓ ମ୍ୟୁଜିକାଲ ଅର୍କେଷ୍ଟ୍ରା ପାଇଁ ମିଳିଲା ଅନୁମତି । ୨୧ ବର୍ଷରୁ କମ ଯୁବତୀଙ୍କୁ ବାରରେ କାମ କରିବାକୁ ମିଳିବନି ଅନୁମତି । ବାର ଭିତରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ । ୩ ମାସ ଷ୍ଟୋରେଜ ଥିବା ପରି ଲାଗିବ ସିସିଟିଭି । ଏହାସହ ଷ୍ଟେଜ ୩ ଫୁଟ ଉଚ୍ଚତା ଥିବାବେଳେ ଗ୍ରାହକ ମାନେ ୫ ଫୁଟ ଦୂରତାରେ ବସିବେ । ଅଶ୍ଳୀଳ ଡ୍ରେସ ପିନ୍ଧି ଯୁବତୀ ବାରରେ କାମ କରି ପାରିବେ ନାହିଁ । ଷ୍ଟେଜ ଉପରକୁ ଟଙ୍କା ଫିଙ୍ଗି ପାରିବେ ନାହିଁ ଗ୍ରାହକ । ଏହି ଡ୍ୟାନ୍ସବାରଗୁଡ଼ିକ ପରିଚାଳନା ପାଇଁ ଅବକାରୀ କମିଶନର ୨୧ଟି ସର୍ତ୍ତ ରଖିଛନ୍ତି । ସେହିପରି ଯାତ୍ରାରେ ମଧ୍ୟ ଅଶ୍ଳୀଳ ନୃତ୍ୟ ବନ୍ଦ ହେବ । ଏନେଇ ଖୁବ ଶୀଘ୍ର ରାଜ୍ୟ ସରକାର ଆଇନ ଆଣୁଥିବା ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମାଲିକମାନେ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ। ଏନେଇ ଯାତ୍ରା ମାଲିକଙ୍କ ସହ ଆଲୋଚନା କରାଯିବ।

ସୂଚନାନୁସାରେ, ୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ସରକାର କଟକଣା ଲଗାଇଥିବା ବେଳେ ଆଜି ତାହାକୁ କୋହଳ କରିଛନ୍ତି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।