ଖରାପ ରାସ୍ତା ପାଇଁ ତ୍ରିପୁରାରେ ୬୦୦ରୁ ଅଧିକ ଆଦିବାସୀ ଭୋଟର ଭୋଟ୍ ବର୍ଜନ କଲେ

ନୂଆଦିଲ୍ଲୀ : ତ୍ରିପୁରା ପୂର୍ବ ଲୋକସଭା ନିର୍ବାଚନମଣ୍ଡଳୀର ଧଲାଇ ଜିଲ୍ଲାରେ ଏକ ଆଦିବାସୀ ଗାଁରେ ୬୦୦ରୁ ଅଧିକ ଭୋଟର ଆଜି ଭୋଟ୍ ଦେବାରୁ ବିରତ ରହିଛନ୍ତି। ସେମାନଙ୍କ ଗାଁରେ ଅତି ଦୟନୀୟ ରାସ୍ତା ପାଇଁ ସେମାନେ ଭୋଟ୍ ବର୍ଜନ କରିଛନ୍ତି ବୋଲି ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି। ଗାଁର ୯୦୦ରୁ ଅଧିକ ଲୋକ ମାସ ମାସ ଧରି ସେମାନଙ୍କ ଗାଁ ରାସ୍ତା ମରାମତି ପାଇଁ ଦାବି କରି ଆସୁଛନ୍ତି। ତ୍ରିପୁରା ପୂର୍ବ ଲୋକସଭା ଆସନରେ ରାଇମା ଭ୍ୟାଲି […]

ଖରାପ ରାସ୍ତା ପାଇଁ ତ୍ରିପୁରାରେ ୬୦୦ରୁ ଅଧିକ ଆଦିବାସୀ ଭୋଟର ଭୋଟ୍ ବର୍ଜନ କଲେ

ନୂଆଦିଲ୍ଲୀ : ତ୍ରିପୁରା ପୂର୍ବ ଲୋକସଭା ନିର୍ବାଚନମଣ୍ଡଳୀର ଧଲାଇ ଜିଲ୍ଲାରେ ଏକ ଆଦିବାସୀ ଗାଁରେ ୬୦୦ରୁ ଅଧିକ ଭୋଟର ଆଜି ଭୋଟ୍ ଦେବାରୁ ବିରତ ରହିଛନ୍ତି। ସେମାନଙ୍କ ଗାଁରେ ଅତି ଦୟନୀୟ ରାସ୍ତା ପାଇଁ ସେମାନେ ଭୋଟ୍ ବର୍ଜନ କରିଛନ୍ତି ବୋଲି ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି। ଗାଁର ୯୦୦ରୁ ଅଧିକ ଲୋକ ମାସ ମାସ ଧରି ସେମାନଙ୍କ ଗାଁ ରାସ୍ତା ମରାମତି ପାଇଁ ଦାବି କରି ଆସୁଛନ୍ତି। ତ୍ରିପୁରା ପୂର୍ବ ଲୋକସଭା ଆସନରେ ରାଇମା ଭ୍ୟାଲି ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନସ୍ଥ ସଦାଇ ମୋହନ ପଡ଼ା ମତଦାନ କେନ୍ଦ୍ରରେ ଆଜି ପୋଲିଂ ଟିମ୍ ନିଧାର୍ଯ୍ୟ ସମୟରେ ପହଞ୍ଚିଥିଲେ। କିନ୍ତୁ ଭୋଟରମାନେ ଭୋଟ୍ ବର୍ଜନ କରିଛନ୍ତି। ଗ୍ରାମବାସୀମାନେ ଭୋଟିଂ ବୁଥ୍ ବାହାରେ ଠିଆ ହୋଇଥିଲେ କିନ୍ତୁ ସେମାନେ ସରକାରଙ୍କୁ ବିରୋଧ କରି ଭୋଟ୍ ଦେଇନଥିଲେ। ନିର୍ବାଚନ ଅଧିକାରୀ କହିଛନ୍ତି, ପ୍ରଶାସନ ସେମାନଙ୍କ ଦାବି ପୂରଣ କରିବେ। ଗ୍ରାମବାସୀମାନେ ମଧ୍ୟ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରିଥିଲେ।