ମାର୍ଚ୍ଚ ୬ ତାରିଖରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳନ ହେବ । ବିଜୁ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ପ୍ରସ୍ତୁତି କରିଛି ବିଜେଡି । ପ୍ରଭାତରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣରୁ ଶୁଭାରମ୍ଭ ହେବ । ପ୍ରତି ନିର୍ବାଚନମଣ୍ଡଳି, ବ୍ଲକ ଏବଂ ସହରାଞ୍ଚଳରେ ବିଜୁ ଜୟନ୍ତୀ ପାଳନ କରାଯିବ । ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ, ବାଳାଶ୍ରମରେ ଫଳ ବଣ୍ଟନ ସହିତ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ପ୍ରତି ନିର୍ବାଚନମଣ୍ଡଳୀରେ ବିଜୁ ଯୁବ […]

ମାର୍ଚ୍ଚ ୬ ତାରିଖରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ମାର୍ଚ୍ଚ ୬ ତାରିଖରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳନ ହେବ । ବିଜୁ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ପ୍ରସ୍ତୁତି କରିଛି ବିଜେଡି । ପ୍ରଭାତରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣରୁ ଶୁଭାରମ୍ଭ ହେବ । ପ୍ରତି ନିର୍ବାଚନମଣ୍ଡଳି, ବ୍ଲକ ଏବଂ ସହରାଞ୍ଚଳରେ ବିଜୁ ଜୟନ୍ତୀ ପାଳନ କରାଯିବ । ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ, ବାଳାଶ୍ରମରେ ଫଳ ବଣ୍ଟନ ସହିତ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ । ପ୍ରତି ନିର୍ବାଚନମଣ୍ଡଳୀରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ କାର୍ଯ୍ୟକ୍ରମ ରହିଛି । ଏହାସହିତ ୫ତାରିଖ ଅପରାହ୍ନରେ ପ୍ରତି ନିର୍ବାଚନମଣ୍ଡଳୀରେ ସାଧାରଣସଭା ଅନୁଷ୍ଠିତ ହେବ ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ୱର :ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେଓ୍ବାଇ ନବୀନ କାର୍ଡ ପାଇବେ । ଆସନ୍ତା ୬ ତାରିଖରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ଯାୟରେ ଏହା ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ । ପରେ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିରେ ରାଜ୍ୟର ୯୦ ପ୍ରତିଶତ ଲୋକ ଉପକୃତ ହେବେ । ବିଏସକେୱାଇର ଏହି ତୃତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ମିଳିବ ମାଗଣା ଚିକିତ୍ସା । ସେହିଦିନ ନବୀନ ମ୍ୟାଜିକ କାର୍ଡ ଓ୍ବେବସାଇଟରେ ପଞ୍ଜୀକରଣ ମଧ୍ୟ ଆରମ୍ଭ ହେବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ସ୍ୱାସ୍ଥ୍ୟକୁ ଗୁରୁତ୍ତ୍ଵ ଦେଇ ରାଜ୍ୟରେ ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଆସନ୍ତା ୬ ତାରିଖରେ ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ସାମିଲ ହେବାକୁ ଯାଉଛନ୍ତି । ଯାହାକି ରାଜ୍ୟ ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ।

ଏହି ଯୋଜନାରେ ପ୍ରତିମାସର ୪୫ ଲକ୍ଷରୁ ଅଧିକ ଲୋକଙ୍କୁ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । ଏଥିସହ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲରେ କ୍ୟାସଲେସ୍‌ ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ ବିଏସକେଓ୍ବାଇରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ।