ସରକାରୀ ଜମିରେ ରହିଛି ବୈକୁଣ୍ଠ ଧାମ ଆଶ୍ରମ

ଭୁବନେଶ୍ବର: ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ। ସାଧାରଣ ପ୍ରଶାସନପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଛି। ୧୪୦ ଡିସିମିଲ୍‌ ସରକାରୀ ଜମିରେ ରହିଛି ଏହି ଆଶ୍ରମ। ଛୋଟ ପିଲାର ପାଦରେ ତୁଳସୀ ଦେଇ ଭଗବାନ ସଜାଇବା ପ୍ରସଙ୍ଗରେ ବିବାଦ ପରେ ଆଜି ଜିଏ ବିଭାଗ ଆଶ୍ରମ ଜମି ମାପଚୁପ କରିଥିଲା। ଭୁବନେଶ୍ୱର ଖଣ୍ଡଗିରିରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ। ଏଠାରେ କଳକୀରାମ ଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି ଓ […]

ସରକାରୀ ଜମିରେ ରହିଛି ବୈକୁଣ୍ଠ ଧାମ ଆଶ୍ରମ

ଭୁବନେଶ୍ବର: ସରକାରୀ ଜମିରେ ରହିଛି ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ। ସାଧାରଣ ପ୍ରଶାସନପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଛି। ୧୪୦ ଡିସିମିଲ୍‌ ସରକାରୀ ଜମିରେ ରହିଛି ଏହି ଆଶ୍ରମ। ଛୋଟ ପିଲାର ପାଦରେ ତୁଳସୀ ଦେଇ ଭଗବାନ ସଜାଇବା ପ୍ରସଙ୍ଗରେ ବିବାଦ ପରେ ଆଜି ଜିଏ ବିଭାଗ ଆଶ୍ରମ ଜମି ମାପଚୁପ କରିଥିଲା।

ଭୁବନେଶ୍ୱର ଖଣ୍ଡଗିରିରେ ରହିଛି ବାବାଙ୍କ ବୈକୁଣ୍ଠ ଧାମ ଆଶ୍ରମ। ଏଠାରେ କଳକୀରାମ ଶ୍ରୀ ସତ୍ୟ ଅନନ୍ତ ମାଧବ ପୂଜା ପାଉଛନ୍ତି ଓ ପ୍ରବଚନ ଦେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କବିବା ମୁତବକ ଲକ୍ଷାଧିକ ଟଙ୍କା ନେଇ ଲୋକଙ୍କ ସମସ୍ଯା ମଧ୍ୟ ଦୂର କରୁଛନ୍ତି ବାବା।

ପାଦ ତଳେ ତୁଳସୀ ରଖିବା ଫଟୋ ଭାଇରାଲ୍‌ ହେବାପରେ ବାବା ଆଶ୍ରମରୁ ଗାଏବ ହୋଇଛନ୍ତି। ଅଭିଯୋଗ ହେଉଛି ବାବା, ତାଙ୍କ ବାପା, ମାଆଙ୍କ ସହ କୋଲକାତାରେ ଆତ୍ମଗୋପନ କରିଥିବା ଚର୍ଚ୍ଚା ହେଉଛି।