ପ୍ରାର୍ଥିପତ୍ର ଦାଖଲର ଦିନକ ପରେ ଲୋକସଭା ନିର୍ବାଚନରୁ ଦୂରେଇ ଗଲେ ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ : ଡିପିଏପି (ଡିମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି) ମୁଖ୍ୟ ଗୁଲାମ ନବି ଆଜାଦ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ କଂଗ୍ରେସ ନେତା ଆଜାଦ ଅନନ୍ତନାଗ-ରାଜୌରୀ ସଂସଦୀୟ ନିର୍ବାଚନମଣ୍ଡଳୀର ଡିପିଏପି ଦ୍ବାରା ମନୋନିତ ହୋଇଥିଲେ। ବୁଧବାର ଅନନ୍ତନାଗରେ ହୋଇଥିବା ଏକ ବୈଠକରେ ଗୁଲାମ ନବି ଆଜାଦ ଏହି ଘୋଷଣା କରିଛନ୍ତି। ଏପ୍ରିଲ ୨ ତାରିଖରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆଜାଦ ଅନନ୍ତନାଗ-ରାଜୌରୀ ଆସନରୁ ନିର୍ବାଚନ ଲଢ଼ିବାପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ।