ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ, ନୀତିଶ-ଚିରାଗଙ୍କ ବିରୋଧରେ ନିର୍ବାଚନ ଲଢି ପାରିବନି ଭାଜପା
ନୂଆଦିଲ୍ଲୀ,୧୬।୩: ଆଉ କିଛି ସମୟର ଅପେକ୍ଷା ପରେ ଘୋଷଣା ହେବ ନିର୍ବାଚନ ତାରିଖ। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ଏହାରି ଭିତରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବୟାନ ଚର୍ଚ୍ଚାରେ। ସେ ନିଜ ବୟାନରେ ଭାଜପାର ଦୂର୍ବଳତାକୁ ପଦାରେ ପକାଇଛନ୍ତି। ସେ କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭାଜପା ଡରୁଛି। ନୀତିଶ-ଚିରାଗ ପାଶଓ୍ବାନ-ମାନଝିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଡରନ୍ତି। ସେ ସେମାନଙ୍କ ବିରୋଧରେ କେବେ ବି ନିର୍ବାଚନ ଲଢି […] The post ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ, ନୀତିଶ-ଚିରାଗଙ୍କ ବିରୋଧରେ ନିର୍ବାଚନ ଲଢି ପାରିବନି ଭାଜପା appeared first on Dharitri Odia News.
ନୂଆଦିଲ୍ଲୀ,୧୬।୩: ଆଉ କିଛି ସମୟର ଅପେକ୍ଷା ପରେ ଘୋଷଣା ହେବ ନିର୍ବାଚନ ତାରିଖ। ଏନେଇ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ତେବେ ଏହାରି ଭିତରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ବୟାନ ଚର୍ଚ୍ଚାରେ। ସେ ନିଜ ବୟାନରେ ଭାଜପାର ଦୂର୍ବଳତାକୁ ପଦାରେ ପକାଇଛନ୍ତି। ସେ କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭାଜପା ଡରୁଛି। ନୀତିଶ-ଚିରାଗ ପାଶଓ୍ବାନ-ମାନଝିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଡରନ୍ତି। ସେ ସେମାନଙ୍କ ବିରୋଧରେ କେବେ ବି ନିର୍ବାଚନ ଲଢି ପାରିବେ ନାହିଁ। ସେଥିପାଇଁ ଏନଡିଏ ମେଣ୍ଟ କରିଛନ୍ତି।
ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଏନିଡିଏ ସରକାର ଗଠନ ହୋଇଛି। ଏନଡିଏରେ ନୀତିଶ ପାର୍ଟି ଜେଡିୟୁ, ଚିରାଗ ପାଶଓ୍ବାନଙ୍କ ଏଲଜେପି, ମାଝୀଙ୍କ ହମ, ଉପେନ୍ଦ୍ର କୁଶବାହାଙ୍କ ଆରଏଲଏମ, ପଶୁପତି ପାରସଙ୍କ ଆରଏଲଜେପି ରହିଛି। ତେବେ ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର କହିଛନ୍ତି, ଦେଶବାସୀ ଭାଜପାକୁ ଯେତେ ଶକ୍ତିଶାଳୀ ଭାବୁଛନ୍ତି ତାହା ସେ ନୁହେଁ। କାରଣ ହାରିଯିବା ଭୟରେ ସେ ମେଣ୍ଟ ସରକାର ଗଠନ କରନ୍ତି। ଯେମିତି କିଛି କ୍ଷତି ନ ହେଉ। ସେଥିପାଇଁ ବିହାରରେ ମେଣ୍ଟ ସରକାର ଗଠନ କରିଛନ୍ତି।
ମୋଦି ଓ ଶାହାଙ୍କୁ ଯଦି ନିରିଖେଇ ଦେଖିବେ ଜାଣିପାରିବେ ଯେଉଁଠାରେ ଏମାନଙ୍କ ବିରୋଧରେ କୌଣସି ବ୍ୟକ୍ତି କିମ୍ବା ରାଜନୈତିକ ଦଳ ଫୁଲ୍ ଦମରେ ପ୍ରତିଦ୍ୱନ୍ଦିତା କରନ୍ତି ସେଠାରେ ଲଢିବାକୁ ଏମାନଙ୍କର କେବେ ସାହାସ ହୁଏନାହିଁ। ୨୦୧୫ରେ ଶାହା ଓ ମୋଦି ଯେତେ ଚେଷ୍ଟା କରି ମଧ୍ୟ ବିହାରରେ କ୍ଷମତାକୁ ଆସି ପାରି ନ ଥିଲେ। ସେବେଠାରୁ ସେ ଏପରି ଡରିକି ଅଛନ୍ତି ଏବେ ବି ତାହା ପ୍ରତିଫଳିତ ହେଉଛି ବୋଲି ପିକେ କହିଛନ୍ତି।
The post ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ, ନୀତିଶ-ଚିରାଗଙ୍କ ବିରୋଧରେ ନିର୍ବାଚନ ଲଢି ପାରିବନି ଭାଜପା appeared first on Dharitri Odia News.