ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର – ଅବକାରୀ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଡାନ୍ସ ବାର ସମ୍ପୂର୍ଣ୍ଣ ବନ୍ଦ ହେବ । ଏନେଇ ଆଜି ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି । ୨ୟ ପର୍ଯ୍ୟାୟ ବିଧାନସଭାରେ ଆଜି ୪ର୍ଥ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଚିକିଟି ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ମୁଲତବି ପ୍ରସ୍ତାବ ଆଲୋଚନାବେଳେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି। ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, […]

ଭୁବନେଶ୍ୱର : ରାଜ୍ୟରେ ଡାନ୍ସ ବାର ସମ୍ପୂର୍ଣ୍ଣ ବନ୍ଦ ହେବ । ଏନେଇ ଆଜି ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି । ୨ୟ ପର୍ଯ୍ୟାୟ ବିଧାନସଭାରେ ଆଜି ୪ର୍ଥ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଚିକିଟି ମଦମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ପ୍ରବଳ ହଟ୍ଟଗୋଳ କରିଥିଲେ ବିରୋଧୀ। ମୁଲତବି ପ୍ରସ୍ତାବ ଆଲୋଚନାବେଳେ ଅବକାରୀ ମନ୍ତ୍ରୀ ଉତ୍ତର ରଖିଛନ୍ତି।
ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, ଡ୍ୟାନ୍ସ ବାର ସମ୍ପୂର୍ଣ୍ଣ ବନ୍ଦ କରାଯିବ। ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ। ନିର୍ଦ୍ଧିଷ୍ଟ ଦୂରତାରେ ରହିବ। ଏକ ବର୍ଷରେ ଚୋରା ମଦ ନେଟୱର୍କ ବନ୍ଦ କରାଯିବ। ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡଜର ଲଗାଇ ଭଙ୍ଗାଯିବ। ଚିକିଟି ମୃତକ ତଥ୍ୟ ଲୁଚା ଯାଇନାହିଁ। ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସାର୍ବଜନୀନ ହେବ। ବେଆଇଆନ ମଦ କାରବାର ନେଟୱାର୍କକୁ ସମ୍ପୂର୍ଣ ଭଙ୍ଗାଯିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ମଦ ମୃତ୍ୟୁକୁ ନେଇ ସରକାର କୌଣସି ସତ୍ୟ କି ତଥ୍ୟ ଲୁଚାଇ ନାହାନ୍ତି । ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଗତ ୧୯ ତାରିଖରେ ବିଷାକ୍ତ ମଦ ପିଇ ପେଟ ଯନ୍ତ୍ରଣା ହେବାରୁ ୧୯ ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ୪ ଆଇସିୟୁରେ, ୨ ଭେଣ୍ଟିଲେଟରରେ ଆଉ ୭ ଜଣ ୱାର୍ଡରେ ଅଛନ୍ତି ।
ଜବତ ହୋଇଥିବା ମଦ ସାମ୍ପୁଲ୍ ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଭିସେରା ରିପୋର୍ଟ ଫରେନସିକ୍ ଲ୍ୟାବ୍ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରରେ ଆସନ୍ତୁଷ୍ଟ ହୋଇ ବିଜେଡି ଓ କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ।