ଚଣ୍ଡିଗଡ଼ କୋର୍ଟରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା କଲେ ଅବସରପ୍ରାପ୍ତ ପୁଲିସ ଅଧିକାରୀ
ଚଣ୍ଡିଗଡ଼: ଚଣ୍ଡିଗଡ଼ କୋର୍ଟ ପରିସରରେ ପଂଜାବ ପୁଲିସର ଜଣେ ଅବସରପ୍ରାପ୍ତ ଏଆଇଜି ମଲବିନ୍ଦର ସିଂହ ତାଙ୍କ ଅମଲା ଜ୍ବାଇଁ ହରପ୍ରୀତ ସିଂହଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହରପ୍ରୀତ ସିଂହ ଏବଂ ତାଙ୍କ ପତ୍ନୀ ତଥା ମଲବିନ୍ଦର ସିଂହଙ୍କ ଝିଅଙ୍କ ମଧ୍ୟରେ ଛାଡ଼ପତ୍ର ମାମଲାର କୋର୍ଟରେ ବିଚାର ହେବାର ଥିଲା। ଉଭୟ ପକ୍ଷର ପରିବାର ସଦସ୍ୟ ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ଥିବାବେଳେ ଏହି ଘଟଣା ଘଟିଛି। ଆଇଆରଏସ୍ ଅଫିସର ହରପ୍ରୀତ ନୂଆଦିଲ୍ଲୀ କୃଷି ମନ୍ତ୍ରାଳୟରେ କଣ୍ଟ୍ରୋଲର ଅଫ୍ […]

ଚଣ୍ଡିଗଡ଼: ଚଣ୍ଡିଗଡ଼ କୋର୍ଟ ପରିସରରେ ପଂଜାବ ପୁଲିସର ଜଣେ ଅବସରପ୍ରାପ୍ତ ଏଆଇଜି ମଲବିନ୍ଦର ସିଂହ ତାଙ୍କ ଅମଲା ଜ୍ବାଇଁ ହରପ୍ରୀତ ସିଂହଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହରପ୍ରୀତ ସିଂହ ଏବଂ ତାଙ୍କ ପତ୍ନୀ ତଥା ମଲବିନ୍ଦର ସିଂହଙ୍କ ଝିଅଙ୍କ ମଧ୍ୟରେ ଛାଡ଼ପତ୍ର ମାମଲାର କୋର୍ଟରେ ବିଚାର ହେବାର ଥିଲା। ଉଭୟ ପକ୍ଷର ପରିବାର ସଦସ୍ୟ ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ଥିବାବେଳେ ଏହି ଘଟଣା ଘଟିଛି। ଆଇଆରଏସ୍ ଅଫିସର ହରପ୍ରୀତ ନୂଆଦିଲ୍ଲୀ କୃଷି ମନ୍ତ୍ରାଳୟରେ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟ୍ସ ଭାବେ ନିଯୁକ୍ତ ହୋଇଥିଲେ। ଚଣ୍ଡିଗଡ଼ ଏସ୍ଏସ୍ପି କନୱରଦୀପ କୌର କହିଛନ୍ତି, ୨ ପରିବାର ମଧ୍ୟରେ ୨୦୨୩ ମସିହାରୁ ଛାଡ଼ପତ୍ରକୁ ନେଇ କୋର୍ଟରେ ବିଚାର ଚାଲିଥିଲା। ଘଟଣା ଦିନ ମଧ୍ୟସ୍ଥତା କେନ୍ଦ୍ରରେ ଚତୁର୍ଥ ବୈଠକ ଥିଲା। ହରପ୍ରୀତ ସିଂହ ତାଙ୍କ ବାପା ଏବଂ ମା’ଙ୍କ ସହ ସେଠାରେ ଥିଲେ। ଅନ୍ୟପକ୍ଷେ ମଲବିନ୍ଦର ସିଂହ ତାଙ୍କ ଝିଅଙ୍କ ପକ୍ଷରୁ ସେଠାରେ ଉପସ୍ଥିତ ଥିଲେ। ମଲବିନ୍ଦର ସିଂହ ହରପ୍ରିତଙ୍କ ଉପରକୁ ସେଠାରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ହରପ୍ରିତଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯିବା ପରେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୁଲିସ୍ ମଲବିନ୍ଦରଙ୍କୁ ଗିରଫ କରିଛି।