ଦିଲ୍ଲୀ ବିମାନବନ୍ଦରରେ ବଡ ଅଘଟଣ, ଟର୍ମିନାଲ-୧ର ଛାତ ଭୁଶୁଡି ୪ ଆହତ

ନୂଆଦିଲ୍ଲୀ ୨୮।୦୬: ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୧ରେ ଛାତ ଭୁଶୁଡି ଯାଇଛି । ଏହି କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳେ ବିମାନ ବନ୍ଦରର ଛାତ ଟର୍ମିନାଲ୍ ୧ ରେ ଏକ ଗାଡି ଉପରେ ପଡିଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀ ଅଗ୍ନିଶମ ସେବା ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା।#UPDATE दिल्ली एयरपोर्ट के टर्मिनल-1 पर छत गिरने से 4 लोग घायल हो गए हैं। सभी को बचा लिया गया और अस्पताल ले जाया गया: दिल्ली फायर सर्विस https://t.co/jjwGp94sCG— ANI_HindiNews (@AHindinews) June 28, 2024ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ -୧ ରେ ଛାତ ଭୁଶୁଡି ପଡିଛି। ୩ ଟି ଫାୟାର ଇଞ୍ଜିନ ଘଟଣାସ୍ଥଳକୁ ପଠାଯାଇଛି। ଅଗ୍ନିଶମ ସେବା ଦ୍ଵାରା ପ୍ରାପ୍ତ ସୂଚନା ଅନୁଯାୟୀ, ସେମାନେ ଶୁକ୍ରବାର ସକାଳ ୫.୩୦ ସମୟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ -୧ ର ଛାତ ଭୁଶୁଡି ପଡିଥିବା ନେଇ ଏକ କଲ ଆସିଥିଲା। ସୂଚନା ପାଇବା ମାତ୍ରେ ତିନୋଟି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଜଣ ଆହତଙ୍କୁ

ଦିଲ୍ଲୀ ବିମାନବନ୍ଦରରେ ବଡ ଅଘଟଣ, ଟର୍ମିନାଲ-୧ର ଛାତ ଭୁଶୁଡି ୪ ଆହତ

ନୂଆଦିଲ୍ଲୀ ୨୮।୦୬: ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ୍-୧ରେ ଛାତ ଭୁଶୁଡି ଯାଇଛି । ଏହି କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ସକାଳେ ବିମାନ ବନ୍ଦରର ଛାତ ଟର୍ମିନାଲ୍ ୧ ରେ ଏକ ଗାଡି ଉପରେ ପଡିଯାଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀ ଅଗ୍ନିଶମ ସେବା ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା।


ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ -୧ ରେ ଛାତ ଭୁଶୁଡି ପଡିଛି। ୩ ଟି ଫାୟାର ଇଞ୍ଜିନ ଘଟଣାସ୍ଥଳକୁ ପଠାଯାଇଛି। ଅଗ୍ନିଶମ ସେବା ଦ୍ଵାରା ପ୍ରାପ୍ତ ସୂଚନା ଅନୁଯାୟୀ, ସେମାନେ ଶୁକ୍ରବାର ସକାଳ ୫.୩୦ ସମୟରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ -୧ ର ଛାତ ଭୁଶୁଡି ପଡିଥିବା ନେଇ ଏକ କଲ ଆସିଥିଲା। ସୂଚନା ପାଇବା ମାତ୍ରେ ତିନୋଟି ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ଜଣ ଆହତଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଜଣେ ବ୍ୟକ୍ତି ଫସି ରହିଥିଲେ। ତାଙ୍କୁ ମଧ୍ୟ ବର୍ତ୍ତମାନ ଉଦ୍ଧାର କରାଯାଇଛି।