ଗାଁରେ ବୁଲୁଛି ଗୋଠଛଡ଼ା ଦନ୍ତା, ପୁରା ଭୟଭୀତ ଗାଁ ଲୋକ

ଆନନ୍ଦପୁର ୦୨।୦୩ : ଗାଁରେ ପଶିଲା ଗୋଠଛଡ଼ା ଦନ୍ତା । ପୁରା ଗାଁ ଲୋକ ଆତଙ୍କିତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଡବାନ୍ଦୋଗଡ଼ା ଗାଁରେ ବୁଲୁଛି ଦନ୍ତା । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ କାବୁ ପାଇଁ ଉଦ୍ୟମ ଜାରି ରଖିଛି । ଘସିପୁରା ବ୍ଲକ୍ ଗଡବାନ୍ଦୋଗଡା ଗାଁକୁ ରବିବାର ସକାଳୁ ସକାଳୁ ପଶିଆସିଛି ଏକ ଗୋଠଛଡା ଦନ୍ତା । ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ହାତୀଟି ଗାଁ ଭିତରକୁ ପଶିଆସୁଥିବା ସମୟରେ କିଛି ଲୋକ ଦେଖିଥିଲେ । ତେବେ ଗାଁରେ ହାତୀ ବୁଲୁଥିବାର ଖବର ପ୍ରସାରିତ ହେବା ପରେ ବହୁ ସଂଖ୍ୟାରେ ଲୋକ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ପରେ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି । ହେଲେ ହାତୀଟି ପଟିଲୋ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି । ଯାଜପୁର ଜିଲ୍ଲା ଟମକା ସଂରକ୍ଷିତ ଜଙ୍ଗଲରୁ ଏହି ହାତୀଟି ଆସିଥିବା ଅନୁମାନ କରାଯାଉଛି । 

ଗାଁରେ ବୁଲୁଛି ଗୋଠଛଡ଼ା ଦନ୍ତା, ପୁରା ଭୟଭୀତ ଗାଁ ଲୋକ

ଆନନ୍ଦପୁର ୦୨।୦୩ : ଗାଁରେ ପଶିଲା ଗୋଠଛଡ଼ା ଦନ୍ତା । ପୁରା ଗାଁ ଲୋକ ଆତଙ୍କିତ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଡବାନ୍ଦୋଗଡ଼ା ଗାଁରେ ବୁଲୁଛି ଦନ୍ତା । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ କାବୁ ପାଇଁ ଉଦ୍ୟମ ଜାରି ରଖିଛି । 

ଘସିପୁରା ବ୍ଲକ୍ ଗଡବାନ୍ଦୋଗଡା ଗାଁକୁ ରବିବାର ସକାଳୁ ସକାଳୁ ପଶିଆସିଛି ଏକ ଗୋଠଛଡା ଦନ୍ତା । ଗାଁ ନିକଟରେ ଥିବା କାଜୁ ଜଙ୍ଗଲରୁ ହାତୀଟି ଗାଁ ଭିତରକୁ ପଶିଆସୁଥିବା ସମୟରେ କିଛି ଲୋକ ଦେଖିଥିଲେ । ତେବେ ଗାଁରେ ହାତୀ ବୁଲୁଥିବାର ଖବର ପ୍ରସାରିତ ହେବା ପରେ ବହୁ ସଂଖ୍ୟାରେ ଲୋକ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ପରେ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି । ହେଲେ ହାତୀଟି ପଟିଲୋ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି । ଯାଜପୁର ଜିଲ୍ଲା ଟମକା ସଂରକ୍ଷିତ ଜଙ୍ଗଲରୁ ଏହି ହାତୀଟି ଆସିଥିବା ଅନୁମାନ କରାଯାଉଛି ।