IPL 2024 : ଚେପକ୍ରେ ଚେନ୍ନାଇ ସୁପର କିଙ୍ଗସ୍- କୋଲକାତା ନାଇଟ୍ ରାଇଡର୍ସ ମୁକାବିଲା
ଚେନ୍ନାଇ ୦୮।୦୪ : ଆଇପିଏଲ୍ର ୧୭ ତମ ସଂସ୍କରଣ । ସୋମବାର ଦିନ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୨୨ ତମ ମ୍ୟାଚ୍ । ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ରାତି ୮ଟାରେ ଖେଳାଯିବ ମ୍ୟାଚ୍ । ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟର ସବୁଠୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି କୋଲକାତା ନାଇଟ୍ ରାଇଡର୍ସ । ଏବେ ସୁଦ୍ଧା ଦଳ ୩ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମୁକାବିଲାରେ ବିଜୟୀ ହୋଇଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରୁଛି । ଖାସ୍ କରି ଦଳର ଟପ୍ ଅର୍ଡର ଟପ୍ ଫର୍ମରେ ରହିଛି । ବୋଲିଂ ବି ଚମତ୍କାର ରହିଛି । ତେଣୁ କୌଣସି ବି ବିରୋଧୀ ଦଳକୁ ଚକ୍ମା ଦେବାର କ୍ଷମତା ପୁରା କେକେଆର୍ ଟିମ୍ ପାଖରେ ରହିଛି । ପ୍ରଥମ ମ୍ୟାଚ୍ରେ ହାଇଦ୍ରାବାଦ୍ ଟିମ୍କୁ ୪ ଓ୍ୱିକେଟ୍ରେ ପରାସ୍ତ, ୨ୟ ମ୍ୟାଚ୍ରେ ବାଙ୍ଗାଲୋର ଟିମ୍କୁ ୭ ଓ୍ୱିକେଟ୍ରେ ପରାସ୍ତ, ୩ୟ ମ୍ୟାଚ୍ରେ ଦିଲ୍ଲୀକୁ ୧୦୬ରନ୍ରେ ପରାସ୍ତ କରିଛି । ଆଉ ଆଜି ଚେନ୍ନାଇ ସହିତ ଫାଇଟ୍ । ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଟପ୍ ଫର୍ମରେ ରହିଛି । ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମୁକାବିଲା ଖେଳିଥିବା ବେଳେ ଦୁଇଟିରେ ବିଜୟୀ ଏବଂ ଦୁଇଟିରେ ପରାଜୟ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ରେ ବାଙ୍ଗାଲେ
ଚେନ୍ନାଇ ୦୮।୦୪ : ଆଇପିଏଲ୍ର ୧୭ ତମ ସଂସ୍କରଣ । ସୋମବାର ଦିନ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୨୨ ତମ ମ୍ୟାଚ୍ । ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ରାତି ୮ଟାରେ ଖେଳାଯିବ ମ୍ୟାଚ୍ ।
ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟର ସବୁଠୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି କୋଲକାତା ନାଇଟ୍ ରାଇଡର୍ସ । ଏବେ ସୁଦ୍ଧା ଦଳ ୩ଟି ମ୍ୟାଚ୍ ଖେଳିଥିବା ବେଳେ ସମସ୍ତ ମୁକାବିଲାରେ ବିଜୟୀ ହୋଇଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରୁଛି । ଖାସ୍ କରି ଦଳର ଟପ୍ ଅର୍ଡର ଟପ୍ ଫର୍ମରେ ରହିଛି । ବୋଲିଂ ବି ଚମତ୍କାର ରହିଛି । ତେଣୁ କୌଣସି ବି ବିରୋଧୀ ଦଳକୁ ଚକ୍ମା ଦେବାର କ୍ଷମତା ପୁରା କେକେଆର୍ ଟିମ୍ ପାଖରେ ରହିଛି । ପ୍ରଥମ ମ୍ୟାଚ୍ରେ ହାଇଦ୍ରାବାଦ୍ ଟିମ୍କୁ ୪ ଓ୍ୱିକେଟ୍ରେ ପରାସ୍ତ, ୨ୟ ମ୍ୟାଚ୍ରେ ବାଙ୍ଗାଲୋର ଟିମ୍କୁ ୭ ଓ୍ୱିକେଟ୍ରେ ପରାସ୍ତ, ୩ୟ ମ୍ୟାଚ୍ରେ ଦିଲ୍ଲୀକୁ ୧୦୬ରନ୍ରେ ପରାସ୍ତ କରିଛି । ଆଉ ଆଜି ଚେନ୍ନାଇ ସହିତ ଫାଇଟ୍ ।
ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟ ଟପ୍ ଫର୍ମରେ ରହିଛି । ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମୁକାବିଲା ଖେଳିଥିବା ବେଳେ ଦୁଇଟିରେ ବିଜୟୀ ଏବଂ ଦୁଇଟିରେ ପରାଜୟ ହୋଇଛି । ପ୍ରଥମ ଦୁଇଟି ମ୍ୟାଚ୍ରେ ବାଙ୍ଗାଲୋର ବିପକ୍ଷରେ ୬ ଓ୍ୱିକେଟ୍ରେ ବିଜୟୀ ଏବଂ ୨ୟ ମ୍ୟାଚ୍ରେ ଗୁଜୁରାଟ ବିପକ୍ଷରେ ୬୩ରନ୍ରେ ବିଜୟୀ ହୋଇଥିଲା । ହେଲେ ୩ୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୨୦ରନ୍ରେ ପରାସ୍ତ ଏବଂ ୪ର୍ଥ ମୁକାବିଲାରେ ହାଇଦ୍ରାବାଦ୍ ଠାରୁ ୬ ଓ୍ୱିକେଟ୍ରେ ପରାସ୍ତ ହୋଇଛି । ଯାହାଫଳରେ ଟିମ୍ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୪ର୍ଥ ସ୍ଥାନରେ ରହିଛି । ଦଳ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଥିଲେ ସୁଦ୍ଧା ଠିକଣା ସମୟରେ ବୋଲିଂ ବିଭାଗ ଉଚ୍ଚ ପ୍ରଦର୍ଶନ କରିପାରୁନାହିଁ । ତେଣୁ ଆଗାମୀ ମ୍ୟାଚ୍ରେ ଟିମ୍କୁ ବିଜୟୀ ହେବାକୁ ହେଲେ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ପଡିଛି ।ସେହିପରି ଚଳିତ ସିଜିନ୍ରେ ଟପ୍ ବ୍ୟାଟ୍ରଙ୍କ ବ୍ୟାଟ୍ରୁ ଆଖିଦୃଶିଆ ରନ୍ ବାହାରିନାହିଁ ।