ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ, ଫୋନ କରି ମାଗିଲେ ୫୦ ଲକ୍ଷ ଟଙ୍କା
ମୁମ୍ଵାଇ ୧୩।୧୧; ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅକ୍ଷରା ସିଂ। ବର୍ତ୍ତମାନ ତାଙ୍କୁ ମୃତ୍ୟୁ ଧମକ ମିଳିଛି। ଅଜ୍ଞାତ ଲୋକମାନେ ତାଙ୍କୁ ଫୋନ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି। ଏହି ପ୍ରସଙ୍ଗରେ ଅକ୍ଷରା ସିଂ ପାଟଣାର ଦାନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଅକ୍ଷରା ସିଂ ପୋଲିସକୁ କହିଛନ୍ତି ଯେ ୧୧ ନଭେମ୍ବର ରାତି ୧୨.୨୦ ରୁ ୧୨.୨୧ ମଧ୍ୟରେ ତାଙ୍କୁ ଦୁଇଟି ଭିନ୍ନ ନମ୍ବରରୁ କଲ ଆସିଥିଲା। କଲର୍ ତାଙ୍କୁ ଦୁର୍ବ୍ୟବହାର କରି ଦୁଇ ଦିନ ମଧ୍ୟରେ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ଯେତେବେଳେ ସେ ଟଙ୍କା ଦେବାକୁ ମନା କରିଦେଲେ। ତାଙ୍କୁ ଧମକ ଦିଆଯାଇଥିଲା ଯେ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ହତ୍ୟା କରାଯିବ।ପୋଲିସ ତଦନ୍ତ ଆରମ୍ଭ କରିଛିଦାନାପୁର ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି ଯେ ଅକ୍ଷରା ସିଂଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି। ଦିଆଯାଇଥିବା ମୋବାଇଲ୍ ନମ୍ବରକୁ ପୋଲିସ ତଦନ୍ତ କରୁଛି। କେଉଁଠାରୁ ଅକ୍ଷରା ସିଂଙ୍କୁ ଏହି କଲ ଆସିଥିଲା। ବର୍ତ୍ତମାନ ପୋଲିସ ଯାଞ୍ଚ କରୁଛି। ଏହି ଘଟଣାର ଖୁଲାସା ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ପୋଲିସ କହିଛି।
ମୁମ୍ଵାଇ ୧୩।୧୧; ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅକ୍ଷରା ସିଂ। ବର୍ତ୍ତମାନ ତାଙ୍କୁ ମୃତ୍ୟୁ ଧମକ ମିଳିଛି। ଅଜ୍ଞାତ ଲୋକମାନେ ତାଙ୍କୁ ଫୋନ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି। ଏହି ପ୍ରସଙ୍ଗରେ ଅକ୍ଷରା ସିଂ ପାଟଣାର ଦାନାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅକ୍ଷରା ସିଂ ପୋଲିସକୁ କହିଛନ୍ତି ଯେ ୧୧ ନଭେମ୍ବର ରାତି ୧୨.୨୦ ରୁ ୧୨.୨୧ ମଧ୍ୟରେ ତାଙ୍କୁ ଦୁଇଟି ଭିନ୍ନ ନମ୍ବରରୁ କଲ ଆସିଥିଲା। କଲର୍ ତାଙ୍କୁ ଦୁର୍ବ୍ୟବହାର କରି ଦୁଇ ଦିନ ମଧ୍ୟରେ ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ଯେତେବେଳେ ସେ ଟଙ୍କା ଦେବାକୁ ମନା କରିଦେଲେ। ତାଙ୍କୁ ଧମକ ଦିଆଯାଇଥିଲା ଯେ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ହତ୍ୟା କରାଯିବ।
ପୋଲିସ ତଦନ୍ତ ଆରମ୍ଭ କରିଛି
ଦାନାପୁର ପୋଲିସ ଷ୍ଟେସନ ଅଧିକାରୀ କହିଛନ୍ତି ଯେ ଅକ୍ଷରା ସିଂଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି। ଦିଆଯାଇଥିବା ମୋବାଇଲ୍ ନମ୍ବରକୁ ପୋଲିସ ତଦନ୍ତ କରୁଛି। କେଉଁଠାରୁ ଅକ୍ଷରା ସିଂଙ୍କୁ ଏହି କଲ ଆସିଥିଲା। ବର୍ତ୍ତମାନ ପୋଲିସ ଯାଞ୍ଚ କରୁଛି। ଏହି ଘଟଣାର ଖୁଲାସା ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ପୋଲିସ କହିଛି।