ରହସ୍ୟଜନକ ଭାବେ ସ୍ବାମୀ ନିଖୋଜ, ଦିଗପହଣ୍ଡି ଥାନାରେ ଏତଲା ଦେଲେ ସ୍ତ୍ରୀ
ଦିଗପହଣ୍ଡି,୧୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶିଶିର କୁମାର ସେଠୀଙ୍କ ରହସ୍ୟଜନକ ନିଖୋଜ ନେଇ ତାଙ୍କ ସ୍ତ୍ରୀ ଜ୍ୟୋତିରାଣୀ ସେଠୀ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ଫେବୃଆରୀ ୧୮ ତାରିଖ ସକାଳ ପ୍ରାୟ ୯ ଟାରେ ଶିଶିର ଗାଁରୁ ତାଙ୍କ ବାଇକ ନଂ(ଓଡ଼ି ୦୭ ଡି -୫୯୧୯) ଯୋଗେ କୋରାପୁଟ ଜୟପୁର ନିକଟ […] The post ରହସ୍ୟଜନକ ଭାବେ ସ୍ବାମୀ ନିଖୋଜ, ଦିଗପହଣ୍ଡି ଥାନାରେ ଏତଲା ଦେଲେ ସ୍ତ୍ରୀ appeared first on Dharitri Odia News.
ଦିଗପହଣ୍ଡି,୧୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଶିଶିର କୁମାର ସେଠୀଙ୍କ ରହସ୍ୟଜନକ ନିଖୋଜ ନେଇ ତାଙ୍କ ସ୍ତ୍ରୀ ଜ୍ୟୋତିରାଣୀ ସେଠୀ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ଗତ ଫେବୃଆରୀ ୧୮ ତାରିଖ ସକାଳ ପ୍ରାୟ ୯ ଟାରେ ଶିଶିର ଗାଁରୁ ତାଙ୍କ ବାଇକ ନଂ(ଓଡ଼ି ୦୭ ଡି -୫୯୧୯) ଯୋଗେ କୋରାପୁଟ ଜୟପୁର ନିକଟ ଗୁପ୍ତେଶ୍ୱର ଶୈବପୀଠକୁ ଯାଇଥିଲେ। ସେ ତାଙ୍କ ସାଙ୍ଗରେ ଏକ ଲାପଟପ୍ ନେଇଥିଲେ। ସେଠାକୁ ଯିବାର ପ୍ରାୟ ୧ ସପ୍ତାହ ଧରି ସେ ତାଙ୍କ ମୋବାଇଲ ଫୋନ୍ ଯୋଗେ ସ୍ତ୍ରୀ ଙ୍କ ସହ କଥାବାର୍ତ୍ତା ହେଉଥିଲେ। ପରେ ତାଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା। କିଛି ଦିନ ପରେ ସେ ଅଯୋଧ୍ୟା ଯାଇ ଠାକୁରଙ୍କୁ ଦର୍ଶନ କରିବା ସହ ଏକ ଆଶ୍ରମରେ ମାଗଣା ଘରଭଡାରେ ରହିଥିବା ଜଣାଇଥିଲେ। ପରେ ସେମାନେ ମୋତେ ଘରଭଡା ଜବରଦସ୍ତ ମାଗୁଛନ୍ତି। ମୁଁ ନଦେବାରୁ ସେମାନେ ମୋର ବାଇକ ଏବଂ ଲାପଟପ ଛଡାଇ ରଖିଥିବା ଜଣାଇବାର କିଛି ସମୟ ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି।
The post ରହସ୍ୟଜନକ ଭାବେ ସ୍ବାମୀ ନିଖୋଜ, ଦିଗପହଣ୍ଡି ଥାନାରେ ଏତଲା ଦେଲେ ସ୍ତ୍ରୀ appeared first on Dharitri Odia News.