ଏବେ ଆଉ ଚଲାଇ ପାରିବିନି...ମହାକୁମ୍ଭ ସ୍ପେଶାଲ୍‌କୁ ମଝି ରାସ୍ତାରେ ରଖି ଟ୍ରେନରୁ ଓହ୍ଲାଇ ପଡ଼ିଲେ ପାଇଲଟ୍

ପ୍ରୟାଗରାଜ: ମହାକୁମ୍ଭ ପାଇଁ ରେଲଓ୍ଵେ ଲଗାତାର ପ୍ରୟାଗରାଜରୁ ଟ୍ରେନ ସଞ୍ଚାଳନ କରୁଛି। ପ୍ରତି ଚାରି ମିନିଟ୍‌ରେ ପ୍ରୟାଗରାଜରୁ ଟ୍ରେନ ଯାତ୍ରା କରୁଛି। ଏହା ମଧ୍ୟରେ ପ୍ରୟାଗରାଜରୁ ବାହାରିଥିବା ଏକ କୁମ୍ଭ ସ୍ପେଶାଲ ଟ୍ରେନକୁ ମିର୍ଜାପୁର ପର୍ଯ୍ୟନ୍ତ ଆଣିବା ପରେ  ଲୋକୋ ପାଇଲଟ୍ ଟ୍ରେନକୁ ଛିଡ଼ା କରି ଓହ୍ଲାଇ ଯାଇଛନ୍ତି। ଅଧିକାରୀ ଓ କଣ୍ଟ୍ରୋଲ ରୁମ୍‌କୁ ମେସେଜ୍ କରି ଲଗାତାର ଡ୍ୟୁଟି କରାଯାଉଥିବା ଯୁକ୍ତି ଦେଇ ଏବେ ଆଉ ଚଲାଇ ପାରିବେ ନାହିଁ ବୋଲି ଡ୍ରାଇଭର ଜଣକ କହିଛନ୍ତି। ତାଙ୍କର ଏମିତି ସନ୍ଦେଶ ମିଳିବା ପରେ ପୋଲିସ ପ୍ରଶାସନରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ମାମଲା ବାରଣାସୀରେ ଏଡିଜି ଜୋନ୍ ପର୍ଯ୍ୟନ୍ତ ପହଞ୍ଚିଗଲା। ଏଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ମିର୍ଜାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଲଓ୍ଵେ ସହ ସମନ୍ଵୟ ରଖି ଅନ୍ୟ ଡ୍ରାଇଭର ପଠାଇ ଟ୍ରେନକୁ ସଞ୍ଚାଳନ କରାଯାଇଥିଲା। ଏହି ସମୟରେ ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଅଟକି ରହିଥିଲା। ଏଥିରେ ତୀର୍ଥ ଯାତ୍ରୀଙ୍କୁ ନାନା ସମସ୍ୟା ଭୋଗିବାକୁ ପଡ଼ିଥିଲା।Also read: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଆସିଲା ସୁପର ଆପ୍‌ର ବିଟା ଏଡିସନ୍‌, ଗୋଟିଏ ପ୍ଲାଟଫର୍ମରେ ସବୁ ଫିଚର୍‌ପ୍ରୟାଗରାଜ ରାମବାଗ ଷ୍ଟେସନରୁ ଶୁକ୍ରବାର ତୀର୍ଥଯାତ୍ରୀରେ ଭର୍ତ୍ତି କୁମ୍ଭ ମେଳା ସ୍ପେଶାଲ ଟ୍ରେନକୁ ନେ ଲୋକୋ ପାଇଲଟ୍ ନତଥୁଲାଲ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା।  ଅପରା

ଏବେ ଆଉ ଚଲାଇ ପାରିବିନି...ମହାକୁମ୍ଭ ସ୍ପେଶାଲ୍‌କୁ ମଝି ରାସ୍ତାରେ ରଖି ଟ୍ରେନରୁ ଓହ୍ଲାଇ ପଡ଼ିଲେ ପାଇଲଟ୍

ପ୍ରୟାଗରାଜ: ମହାକୁମ୍ଭ ପାଇଁ ରେଲଓ୍ଵେ ଲଗାତାର ପ୍ରୟାଗରାଜରୁ ଟ୍ରେନ ସଞ୍ଚାଳନ କରୁଛି। ପ୍ରତି ଚାରି ମିନିଟ୍‌ରେ ପ୍ରୟାଗରାଜରୁ ଟ୍ରେନ ଯାତ୍ରା କରୁଛି। ଏହା ମଧ୍ୟରେ ପ୍ରୟାଗରାଜରୁ ବାହାରିଥିବା ଏକ କୁମ୍ଭ ସ୍ପେଶାଲ ଟ୍ରେନକୁ ମିର୍ଜାପୁର ପର୍ଯ୍ୟନ୍ତ ଆଣିବା ପରେ  ଲୋକୋ ପାଇଲଟ୍ ଟ୍ରେନକୁ ଛିଡ଼ା କରି ଓହ୍ଲାଇ ଯାଇଛନ୍ତି। ଅଧିକାରୀ ଓ କଣ୍ଟ୍ରୋଲ ରୁମ୍‌କୁ ମେସେଜ୍ କରି ଲଗାତାର ଡ୍ୟୁଟି କରାଯାଉଥିବା ଯୁକ୍ତି ଦେଇ ଏବେ ଆଉ ଚଲାଇ ପାରିବେ ନାହିଁ ବୋଲି ଡ୍ରାଇଭର ଜଣକ କହିଛନ୍ତି। 

ତାଙ୍କର ଏମିତି ସନ୍ଦେଶ ମିଳିବା ପରେ ପୋଲିସ ପ୍ରଶାସନରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ମାମଲା ବାରଣାସୀରେ ଏଡିଜି ଜୋନ୍ ପର୍ଯ୍ୟନ୍ତ ପହଞ୍ଚିଗଲା। ଏଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ମିର୍ଜାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେଲଓ୍ଵେ ସହ ସମନ୍ଵୟ ରଖି ଅନ୍ୟ ଡ୍ରାଇଭର ପଠାଇ ଟ୍ରେନକୁ ସଞ୍ଚାଳନ କରାଯାଇଥିଲା। ଏହି ସମୟରେ ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଅଟକି ରହିଥିଲା। ଏଥିରେ ତୀର୍ଥ ଯାତ୍ରୀଙ୍କୁ ନାନା ସମସ୍ୟା ଭୋଗିବାକୁ ପଡ଼ିଥିଲା।

Also read: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର ! ଆସିଲା ସୁପର ଆପ୍‌ର ବିଟା ଏଡିସନ୍‌, ଗୋଟିଏ ପ୍ଲାଟଫର୍ମରେ ସବୁ ଫିଚର୍‌

ପ୍ରୟାଗରାଜ ରାମବାଗ ଷ୍ଟେସନରୁ ଶୁକ୍ରବାର ତୀର୍ଥଯାତ୍ରୀରେ ଭର୍ତ୍ତି କୁମ୍ଭ ମେଳା ସ୍ପେଶାଲ ଟ୍ରେନକୁ ନେ ଲୋକୋ ପାଇଲଟ୍ ନତଥୁଲାଲ ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା।  ଅପରାହ୍ଣ ୧ଟା ୧୫ ମିନିଟ୍‌ରେ ନିଗତପୁର ଯାଏ ଟ୍ରେନ ପହଞ୍ଚିବା ପରେ ଷ୍ଟେସନ ମାଷ୍ଟରକୁ ମେମୋ ଦେଇ ଲୋକ ପାଇଲଟ୍ ଟ୍ରେନ ଛିଡ଼ା କରି ଓହ୍ଲାଇ ପଡ଼ିଥିଲେ। ଏସଏମ ଏହାର ସୂଚନା ରେଲଓ୍ଵେ କଣ୍ଟ୍ରୋଲ ରୁମ୍‌କୁ ଦେଇଥିଲେ। ଲୋକୋ ପାଇଲଟ୍‌ଙ୍କ ଡ୍ୟୁଟି ୧୬ ଘଣ୍ଟାରୁ ଅଧିକ ହୋଇ ଯାଇଥିଲା। ତେଣୁ ସେ ଥକି ପଡ଼ିଥିଲେ। ତେଣୁ ଡ୍ରାଇଭର ଟ୍ରେନକୁ ଆଉ ଆଗକୁ ନେବାକୁ ଅସମର୍ଥତା ପ୍ରକାଶ କରିଥିଲେ। 

କଣ୍ଟ୍ରୋଲ ରୁମକୁ ମେସେଜ କରି ଲୋକୋ ପାଇଲଟ୍ ଜଣାଇ ଦେଇଥିଲେ ଯେ, ସେ ଲଗାତାର ୧୬ ଘଣ୍ଟା ହେବ ଡ୍ୟୁଟି କଲେଣି। ଏବେ ମୁଁ ଥକି ପଡିଛି। ମୋ ଦ୍ଵାରା ବର୍ତ୍ତମାନ ଆଉ ଟ୍ରେନ ଚଳାଯିବା ସମ୍ଭବ ନୁହେଁ। ଏଥିପାଇଁ ଟ୍ରେନ ଛାଡ଼ି ଯାଉଛି। ଟ୍ରେନ ଛିଡ଼ା ହେବାରୁ ଶ୍ରଦ୍ଧାଳୁ ହଇରାଣ ହୋଇଥିଲେ। ଅନେକ ଯାତ୍ରୀ ଷ୍ଟେସନ ମାଷ୍ଟର କାର୍ଯ୍ୟାଳୟ ପହଞ୍ଚି ଯାଇଥିଲେ।