ଇରାନର ଚାବହାର ପରେ ଏବେ ଭାରତ ହାତରେ ଆଉ ଏକ ବିଦେଶୀ ବନ୍ଦର, ମିଳିଲା ପରିଚାଳନା ଦାୟିତ୍ୱ
ନୂଆଦିଲ୍ଲୀ: ବିଶ୍ୱ ଶକ୍ତି ରୂପେ ଦୁନିଆରେ ନିଜ ପରିଚୟ ତିଆରି କରୁଥିବା ଭାରତ ସମୁଦ୍ରରେ ନିଜ ଉପସ୍ଥିତି ବଢାଇ ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଇରାନର ଚାବହାର ପରେ ଆଉ ଏକ ଦେଶର ବନ୍ଦରର ପରିଚାଳନାର ନିୟନ୍ତ୍ରଣ ହାସଲ କରିଛି । ମିଆଁମାରର ସିଟୱି ବନ୍ଦର ଉପରେ ଭାରତ ନିଜର ଉପସ୍ଥିତି ପକ୍କା କରିଛି । ଭାରତର ବିଦେଶ ମନ୍ତ୍ରଣାଳୟ ସିଟୱିରେ କଲାଦାନ ନଦୀରେ ସ୍ଥିତ ବନ୍ଦରର ପରିଚାଳନା ସମ୍ଭାଳିବା ଲାଗି ଇଣ୍ଡିଆ ପୋର୍ଟ ଗ୍ଲୋବାଲ ଲିମିଟେଡର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଇଣ୍ଡିଆ ପୋର୍ଟ ଗ୍ଲୋବାଲ ଜାହାଜରାଣୀ ଏବଂ ଜଳମାର୍ଗ ମନ୍ତ୍ରଣାଳର ମାଲିକାନାରେ ଥିବା କମ୍ପାନି ।ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ବିଦେଶ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିବା ପରେ ଆଇଜିପିଏଲର କଲାଦାନ ନଦୀ ଉପରେ ବନ୍ଦର ପରିଚାଳନା ଅଧିକାର ମିଳିଛି । ଏହାକୁ ସମୁଦ୍ରରେ ଭାରତର ଉପସ୍ଥିତିକୁ ମଜଭୁତ କରିବା ଏବଂ ଅଞ୍ଚଳିକ କନେକ୍ଟିଭିଟିକୁ ବଢାଇବା ଦିଗରେ ଏକ ରଣନୀତିକ ପଦକ୍ଷେପ ରୂପେ ଦେଖାଯାଉଛି । ଇରାନର ଚାବହାର ଏହା ଭାରତର ଦ୍ୱିତୀୟ ବିଦେଶୀ ବନ୍ଦର ଅଧିଗ୍ରହଣ ଅଟେ । ଆଇଜିପିଏଲ ନିକଟରେ ବର୍ତ୍ତମାନ ଇରାନର ଚାବହାର ବନ୍ଦରରେ କଣ୍ଟେନର ଟର୍ମିନାଲ ଉପକରଣ ଏବଂ ପରିଚାଳନା ଦାୟିତ୍ୱ ରହିଛି ।ସିଟୱି ପୋର୍ଟ କଲାଦାନ ମଲ୍ଟି ମଡେଲ ଟ୍ରାଜିଟ୍ ଟ୍ରାନ୍ସପୋର୍ଟର ଅଂଶ ଅଟେ । ଏହି ପରିଯୋଜନାର ଲକ୍ଷ୍ୟ କୋଲକାତାର ପୂର୍ବ ଭାରତୀୟ ବନ୍ଦରକୁ ସାମୁଦ୍ରିକ ରାସ୍ତାରେ ମିଆଁମ
ନୂଆଦିଲ୍ଲୀ: ବିଶ୍ୱ ଶକ୍ତି ରୂପେ ଦୁନିଆରେ ନିଜ ପରିଚୟ ତିଆରି କରୁଥିବା ଭାରତ ସମୁଦ୍ରରେ ନିଜ ଉପସ୍ଥିତି ବଢାଇ ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଇରାନର ଚାବହାର ପରେ ଆଉ ଏକ ଦେଶର ବନ୍ଦରର ପରିଚାଳନାର ନିୟନ୍ତ୍ରଣ ହାସଲ କରିଛି । ମିଆଁମାରର ସିଟୱି ବନ୍ଦର ଉପରେ ଭାରତ ନିଜର ଉପସ୍ଥିତି ପକ୍କା କରିଛି । ଭାରତର ବିଦେଶ ମନ୍ତ୍ରଣାଳୟ ସିଟୱିରେ କଲାଦାନ ନଦୀରେ ସ୍ଥିତ ବନ୍ଦରର ପରିଚାଳନା ସମ୍ଭାଳିବା ଲାଗି ଇଣ୍ଡିଆ ପୋର୍ଟ ଗ୍ଲୋବାଲ ଲିମିଟେଡର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଇଣ୍ଡିଆ ପୋର୍ଟ ଗ୍ଲୋବାଲ ଜାହାଜରାଣୀ ଏବଂ ଜଳମାର୍ଗ ମନ୍ତ୍ରଣାଳର ମାଲିକାନାରେ ଥିବା କମ୍ପାନି ।
ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ବିଦେଶ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିବା ପରେ ଆଇଜିପିଏଲର କଲାଦାନ ନଦୀ ଉପରେ ବନ୍ଦର ପରିଚାଳନା ଅଧିକାର ମିଳିଛି । ଏହାକୁ ସମୁଦ୍ରରେ ଭାରତର ଉପସ୍ଥିତିକୁ ମଜଭୁତ କରିବା ଏବଂ ଅଞ୍ଚଳିକ କନେକ୍ଟିଭିଟିକୁ ବଢାଇବା ଦିଗରେ ଏକ ରଣନୀତିକ ପଦକ୍ଷେପ ରୂପେ ଦେଖାଯାଉଛି । ଇରାନର ଚାବହାର ଏହା ଭାରତର ଦ୍ୱିତୀୟ ବିଦେଶୀ ବନ୍ଦର ଅଧିଗ୍ରହଣ ଅଟେ । ଆଇଜିପିଏଲ ନିକଟରେ ବର୍ତ୍ତମାନ ଇରାନର ଚାବହାର ବନ୍ଦରରେ କଣ୍ଟେନର ଟର୍ମିନାଲ ଉପକରଣ ଏବଂ ପରିଚାଳନା ଦାୟିତ୍ୱ ରହିଛି ।
ସିଟୱି ପୋର୍ଟ କଲାଦାନ ମଲ୍ଟି ମଡେଲ ଟ୍ରାଜିଟ୍ ଟ୍ରାନ୍ସପୋର୍ଟର ଅଂଶ ଅଟେ । ଏହି ପରିଯୋଜନାର ଲକ୍ଷ୍ୟ କୋଲକାତାର ପୂର୍ବ ଭାରତୀୟ ବନ୍ଦରକୁ ସାମୁଦ୍ରିକ ରାସ୍ତାରେ ମିଆଁମାର ସିଟୱି ବନ୍ଦର ସହ ଯୋଡ଼ିବା । ଏହା ଆଗକୁ ସିଟୱି ବନ୍ଦରକୁ କଲାଦାନ ନଦୀ ଜଳମାର୍ଗ ମଧ୍ୟମରେ ମିଆଁମାରର ପଲେତବା ଏବଂ ପରେ ସଡ଼କ ମାର୍ଗରେ ମିଜୋରାମର ଜୋରିନପୁଇ ସହ ଯୋଡ଼ିବ ।