ଗାଁରେ ବ୍ୟାପିଲା ଡାଇରିଆ, ୧୦ ପରିବାରର ୨୦ ଜଣ ଆକ୍ରାନ୍ତ ହେବାପରେ ଭୟରେ ଗ୍ରାମବାସୀ

ଅନୁଗୁଳ: ତାଳଚେର ଶିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ । ଗାଁର ପ୍ରାୟ ୧୦ଟି ପରିବାରର ୨୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ସ୍ଥାନୀୟ ଗୋଡ଼ିବନ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ଖବର ପାଇବା ପରେ ସ୍ଥାନୀୟ ମେଡିକାଲ କର୍ତ୍ତୃପକ୍ଷ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଆକ୍ରାନ୍ତଙ୍କୁ ମେଡ଼ିସିନ ସେବା ସହ ଅନ୍ୟାନ୍ୟ ଔଷଧ ବିତରଣ କରିଛନ୍ତି । ଗାଁରେ ଥିବା ୧୦ଟି କୂପ ଏବଂ ଅନ୍ୟାନ୍ୟ ପାଇପ ପାଣିକୁ ବିଶୋଧନ କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ରହିଛି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

ଗାଁରେ ବ୍ୟାପିଲା ଡାଇରିଆ, ୧୦ ପରିବାରର ୨୦ ଜଣ ଆକ୍ରାନ୍ତ ହେବାପରେ ଭୟରେ ଗ୍ରାମବାସୀ

ଅନୁଗୁଳ: ତାଳଚେର ଶିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ । ଗାଁର ପ୍ରାୟ ୧୦ଟି ପରିବାରର ୨୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ସ୍ଥାନୀୟ ଗୋଡ଼ିବନ୍ଧ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଅନ୍ୟମାନେ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ଖବର ପାଇବା ପରେ ସ୍ଥାନୀୟ ମେଡିକାଲ କର୍ତ୍ତୃପକ୍ଷ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। 

ଆକ୍ରାନ୍ତଙ୍କୁ ମେଡ଼ିସିନ ସେବା ସହ ଅନ୍ୟାନ୍ୟ ଔଷଧ ବିତରଣ କରିଛନ୍ତି । ଗାଁରେ ଥିବା ୧୦ଟି କୂପ ଏବଂ ଅନ୍ୟାନ୍ୟ ପାଇପ ପାଣିକୁ ବିଶୋଧନ କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣ ରହିଛି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।