ହର୍ପିସରେ ଆଖିବୁଜିଲା ଅଭି
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସାମ୍ନାକୁ ଆସିଛି ପୁଣି ଏକ ଦୁଃଖଦ ଖବର । ହର୍ପିସରେ ଆକ୍ରାନ୍ତ ହୋଇ ୧୭ ମାସର ହାତୀ ଛୁଆ ‘ଅଭି’ର ମୃତ୍ୟୁ ଘଟିଛି I କେନ୍ଦୁଝରରୁ ଉଦ୍ଧାର ହୋଇଥିଲା ଛୁଆ ହାତୀ ‘ଅଭି’ । ତା ନିକଟରେ ହର୍ପିସ ଲକ୍ଷଣ ଦେଖାଦେବାରୁ ଓୟୁଏଟିର ପ୍ରଫେସରଙ୍କ ତତ୍ବବଧାନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସା ଜାରି ରହିଥିଲା । ସୋମବାର ଠାରୁ ଅଭି ଗୋଟିଏ ସ୍ଥାନରେ ଶୋଇ ରହୁଥିବା ବେଳେ ଠିକ୍ ଭାବରେ […]

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସାମ୍ନାକୁ ଆସିଛି ପୁଣି ଏକ ଦୁଃଖଦ ଖବର । ହର୍ପିସରେ ଆକ୍ରାନ୍ତ ହୋଇ ୧୭ ମାସର ହାତୀ ଛୁଆ ‘ଅଭି’ର ମୃତ୍ୟୁ ଘଟିଛି I କେନ୍ଦୁଝରରୁ ଉଦ୍ଧାର ହୋଇଥିଲା ଛୁଆ ହାତୀ ‘ଅଭି’ । ତା ନିକଟରେ ହର୍ପିସ ଲକ୍ଷଣ ଦେଖାଦେବାରୁ ଓୟୁଏଟିର ପ୍ରଫେସରଙ୍କ ତତ୍ବବଧାନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସା ଜାରି ରହିଥିଲା । ସୋମବାର ଠାରୁ ଅଭି ଗୋଟିଏ ସ୍ଥାନରେ ଶୋଇ ରହୁଥିବା ବେଳେ ଠିକ୍ ଭାବରେ ଖାଦ୍ୟ ଗ୍ରହଣ କରୁନଥିଲା । ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଉଭୟ ମାହୁନ୍ତ ଓ ଅଭି ଉପରେ ୨୪ ଘଣ୍ଟିଆ ନଜର ରଖିଥିଲେ। । ସ୍ବାସ୍ଥ୍ୟର ପରିବର୍ତ୍ତନ ନହେବାରୁ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ପରୀକ୍ଷା ରିପୋଟରେ ହରପିସ ପଜିଟିଭ ଆସିଥିଲା । ଡାକ୍ତରଙ୍କ ସମସ୍ତ ଚିକିତ୍ସା ସତ୍ତ୍ୱେ ଗୁରୁବାର ଅଭି ଆଖି ବୁଜିଛି । ଗତ ବର୍ଷ ଜୁନ୍ ମାସରେ ‘ଅଭି’ ଦୁଇ ମାସର ହୋଇଥିବା ବେଳେ କେନ୍ଦୁଝର ଜଙ୍ଗଲରେ ହାତୀ ପଲରୁ ଅଲଗା ହୋଇ ଖାଲରେ ପଡ଼ି ଯାଇଥିଲା । ସେଠାରୁ ତାକୁ ଉଦ୍ଧାର କରାଯାଇ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା ।