ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ
ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭଦ୍ରକ ଟାଉନ ହଲରେ ଆୟୋଜିତ ହେଉଥିବା ବେଳେ ଆଉ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ସକାଳେ ଟାଉନ ହଲ ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହା ଅଗଣତାନ୍ତ୍ରିକ ବୋଲି ପ୍ରକାଶ କରିଛନ୍ତି। କାର୍ଯ୍ୟ ଦିବସରେ ସ୍କୁଲରେ ପାଠ ନ ପଢ଼ାଇ କାର୍ଯ୍ୟକ୍ରମ […] The post ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ appeared first on Dharitri Odia News.
ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭଦ୍ରକ ଟାଉନ ହଲରେ ଆୟୋଜିତ ହେଉଥିବା ବେଳେ ଆଉ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି।
ସକାଳେ ଟାଉନ ହଲ ଗେଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହା ଅଗଣତାନ୍ତ୍ରିକ ବୋଲି ପ୍ରକାଶ କରିଛନ୍ତି। କାର୍ଯ୍ୟ ଦିବସରେ ସ୍କୁଲରେ ପାଠ ନ ପଢ଼ାଇ କାର୍ଯ୍ୟକ୍ରମ କରିବାକୁ ବିରୋଧ କରିଛନ୍ତି l ଫେଡେରେସନ ନାଁରେ ପଞ୍ଜିକରଣକୁ ବ୍ୟବହାର କରି କାର୍ଯ୍ୟକ୍ରମ କରାଯାଉଛି l ସେମାନଙ୍କ ନିକଟରେ ସଂଘର କୌଣସି କାଗଜ ପତ୍ର ନ ଥିଲା ବେଳେ ହଠାତ ଜିଲା ସଭାପତି ଓ ସମ୍ପାଦକ ମନୋନୀତ କରାଯାଇଛି। ସଂଘରୁ ବହିଷ୍କାର କରାଯାଇଥିବା ଲୋକଙ୍କୁ ନେଇ କାର୍ଯ୍ୟକ୍ରମକୁ ବିରୋଧ କରାଯାଉଛି ବୋଲି ଫେଡେରେସନର ମହା ସଚିବ ଚାରୁଲତା ମହାପାତ୍ର କହିଛନ୍ତି। ପୂର୍ବରୁ ଉଭୟ ଗୋଷ୍ଠୀ ଖବରଦାତା ସମ୍ମିଳନୀ କରି ପରସ୍ପର ବିରୋଧରେ ବିଷୋଦ୍ଗାର କରିଥିଲେ l ଆଜି ଏହାର ପ୍ରତିଫଳନ ଟାଉନ ହଲ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି l
ବିରୋଧ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶିକ୍ଷକ ସସ୍ମିତା ମହାନ୍ତି, ସୁପ୍ରିତି ଖୁଣ୍ଟିଆ, ଗୌରୀ ଶତପଥୀ, କନକ କାନ୍ତି ମିଶ୍ର,ସମୀର ଜେନା, ବାବୁଲା ରାଉତ, ରାଜେଶ ଦାଶ, ବଂଶୀଧର ଦାଶ, ମାୟାଧର ସାହୁ, ରାଧାଶ୍ୟାମ ବାରିକ, ଷ୍ଟାଲିନ ଦାଶ, ମୁକ୍ତିକାନ୍ତ ପଣ୍ଡା, ଲଷ୍ମୀଧର ଦାଶ, ଗିରିଧାରୀ ଚନ୍ଦ, ଅରୁଣ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ l
The post ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ appeared first on Dharitri Odia News.