ଭଙ୍ଗାଯିବ ସରକାରୀ ଜମିରେ ତିଆରି କୋଠା
ଭୁବନେଶ୍ୱର : ଭଙ୍ଗାଯିବ ସରକାରୀ ଜମିରେ ନିର୍ମିତ କୋଠା ଘର । ମାଟିରେ ମିଶିବ ବଡ଼ କୋଠା ଘର । ସରକାରୀ ଜମି ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲଡୋଜର। ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା,ଏବେ ବଡ଼ବଡ଼ିଆଙ୍କ କୋଠା ଘର ଭଙ୍ଗାହେବ। ତେବେ ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ […]

ଭୁବନେଶ୍ୱର : ଭଙ୍ଗାଯିବ ସରକାରୀ ଜମିରେ ନିର୍ମିତ କୋଠା ଘର । ମାଟିରେ ମିଶିବ ବଡ଼ କୋଠା ଘର । ସରକାରୀ ଜମି ଜବରଦଖଲ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲିବ ବୁଲଡୋଜର। ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା,ଏବେ ବଡ଼ବଡ଼ିଆଙ୍କ କୋଠା ଘର ଭଙ୍ଗାହେବ। ତେବେ ୪ ଡିସିମିଲ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ଜବରଦଖଲକାରୀ ନୁହଁ । ଅଧିକ ଜାଗା ଜବରଦଖଲ କରି ଅଟ୍ଟାଳିକା ନିର୍ମାଣ କରିଥିଲେ ଘର ଭଙ୍ଗାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହା ସହ ପ୍ରଭାବଶାଳୀ ଯେଉଁ ଜଙ୍ଗଲ,ଜମି ଓ ଜଳ ମାଡି ବସିଛନ୍ତି ସେଥିରୁ ତାଙ୍କୁ ଉଚ୍ଛେଦ କରାଯିବ । ବେଆଇନ ଆଶ ଡମ୍ପିଂୟାର୍ଡ଼ ସହ ଯେଉଁ ଶିଳ୍ପାନୁଷ୍ଠାନ ଗୁଡିକ ଜମି ମାଡି ବସିଛନ୍ତି ତାହା ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।