ପଶ୍ଚିମ ଜଳବାୟୁ ପ୍ରଭାବ ପାଇଁ ଦିଲ୍ଲୀ, ଉତ୍ତରପ୍ରଦେଶ, ପଂଜାବରେ ବର୍ଷା ନେଇ ସତର୍କତା ଜାରି

ନୂଆଦିଲ୍ଲୀ : ପଶ୍ଚିମ ଜଳବାୟୁ ପ୍ରଭାବ ପାଇଁ ନୂଆଦିଲ୍ଲୀ, ହରିୟାଣା, ପଂଜାବ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ଅନୁଯାୟୀ ମାର୍ଚ୍ଚ ୧ରୁ ୩ ମଧ୍ୟରେ ଉପରୋକ୍ତ ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଫେବ୍ରୁଆରି ୨୯ରୁ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ସାଙ୍ଗକୁ ବରଫପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ […]

ପଶ୍ଚିମ ଜଳବାୟୁ ପ୍ରଭାବ ପାଇଁ ଦିଲ୍ଲୀ, ଉତ୍ତରପ୍ରଦେଶ, ପଂଜାବରେ ବର୍ଷା ନେଇ ସତର୍କତା ଜାରି

ନୂଆଦିଲ୍ଲୀ : ପଶ୍ଚିମ ଜଳବାୟୁ ପ୍ରଭାବ ପାଇଁ ନୂଆଦିଲ୍ଲୀ, ହରିୟାଣା, ପଂଜାବ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ଅନୁଯାୟୀ ମାର୍ଚ୍ଚ ୧ରୁ ୩ ମଧ୍ୟରେ ଉପରୋକ୍ତ ରାଜ୍ୟରେ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଫେବ୍ରୁଆରି ୨୯ରୁ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ସାଙ୍ଗକୁ ବରଫପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେହିପରି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ମାର୍ଚ୍ଚ ୧ ଏବଂ ୨ ତାରିଖରେ କୁଆପଥର ବର୍ଷା ହେବ ବୋଲି ଆକଳନ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, ପଂଜାବ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ମାର୍ଚ୍ଚ ୨ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। ଇତି ମଧ୍ୟରେ ଜମ୍ମୁ କାଶ୍ମୀର-ଲଦାଖ ଅଞ୍ଚଳ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।