ଆମେରିକା ରାଜନୀତିରେ ପ୍ରବେଶ କରିବେ ଏଲନ୍ ମସ୍କ; ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ସଭାସ୍ଥଳକୁ ଯିବେ
ୱାସିଂଟନ୍: ଟେସ୍ଲା ଓ ଏକ୍ସର ମାଲିକ ଏଲନ୍ ମସ୍କ ବିଧିବଦ୍ଧ ଭାବେ ଆମେରିକା ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ରିପବ୍ଲିକାନ୍ ପ୍ରାର୍ଥୀ ତଥା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଗୁଳିମାଡ଼ ହୋଇଥିବା ପେନ୍ସିଲ୍ଭାନିଆ ବଟଲର ସଭାସ୍ଥଳରେ ପୁଣିଥରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ସେ ଟ୍ରମ୍ପ୍ଙ୍କ ସମର୍ଥନରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ସମାଜିକ ଗଣମାଧ୍ୟମ ‘ଏକ୍ସ’ର ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପ୍ ନିଜର ଆଗାମୀ ନିର୍ବାଚନ ପ୍ରଚାର ସଭା ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ […]

ୱାସିଂଟନ୍: ଟେସ୍ଲା ଓ ଏକ୍ସର ମାଲିକ ଏଲନ୍ ମସ୍କ ବିଧିବଦ୍ଧ ଭାବେ ଆମେରିକା ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ରିପବ୍ଲିକାନ୍ ପ୍ରାର୍ଥୀ ତଥା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଗୁଳିମାଡ଼ ହୋଇଥିବା ପେନ୍ସିଲ୍ଭାନିଆ ବଟଲର ସଭାସ୍ଥଳରେ ପୁଣିଥରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ସେ ଟ୍ରମ୍ପ୍ଙ୍କ ସମର୍ଥନରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ସମାଜିକ ଗଣମାଧ୍ୟମ ‘ଏକ୍ସ’ର ଏକ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପ୍ ନିଜର ଆଗାମୀ ନିର୍ବାଚନ ପ୍ରଚାର ସଭା ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିରେ ଟ୍ରମ୍ପ୍ କହିଛନ୍ତି, ତାଙ୍କୁ ଗୁଳିମାଡ଼ ହୋଇଥିବା ବଟଲର ଠାରେ ପୁନର୍ବାର ଅନୁଷ୍ଠିତ ସଭାରେ ସେ ଯୋଗଦେବେ। ଏହି ପୋଷ୍ଟର ପ୍ରତିକ୍ରିୟା ରଖି ମସ୍କ କହିଛନ୍ତି ସେ ସମର୍ଥନ ଜଣାଇବାକୁ ସେଠାରେ ପହଞ୍ଚିବେ। ସୂଚନାଯୋଗ୍ୟ, ଟ୍ରମ୍ପ୍ଙ୍କ ଉପରେ ଚଳିତ ବର୍ଷ ସେପ୍ଟମ୍ବର ଓ ଜୁଲାଇରେ ଦୁଇଦୁଇ ଥର ଆକ୍ରମଣ ହୋଇଥିଲା। ଜୁଲାଇ ୧୩ରେ ଅନୁଷ୍ଠିତ ପେନ୍ସିଲଭାନିଆର ବଟଲରରେ ଏକ ନିର୍ବାଚନ ସଭାରେ ଟ୍ରମ୍ପ୍ଙ୍କ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଟ୍ରମ୍ପ୍ ବର୍ତ୍ତିଯାଇଥିଲେ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ମସ୍କ ଟ୍ରମ୍ପ୍ଙ୍କୁ ଜଣେ ‘ଦୃଢ଼ମନା’ ବ୍ୟକ୍ତି ବୋଲି ପ୍ରଶଂସା କରି ତାଙ୍କୁ ରାଷ୍ଟ୍ରପତି ଭାବେ ଜିତାଇବାକୁ ଆହ୍ବାନ ଦେଇଥିଲେ।