‘କୁଳଦୀପ ଯାଦବ ବିସିସିଆଇର ଗ୍ରେଡ ‘ଏ’ କଣ୍ଟ୍ରାକ୍ଟ ପାଇବାକୁ ଯୋଗ୍ୟ, କିନ୍ତୁ…’
ନୂଆଦିଲ୍ଲୀ,୨୯।୨: ବୁଧବାର ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରକାଶ କରିଛି। ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କୁଳଦୀପ ଯାଦବଙ୍କୁ ଗ୍ରେଡ ବିରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ କୁଳଦୀପ ଯାଦବଙ୍କ କୋଚ କପିଲ ଦେବ ପାଣ୍ଡେ ଏଥିରେ ସହମତ ନୁହଁନ୍ତି। କପିଲ ଦେବ ପାଣ୍ଡେ ବିଶ୍ୱାସ କରନ୍ତି ଯେ କୁଳଦୀପ ଯାଦବ ଅନ୍ତର୍ଜାତୀୟ ସ୍ତରରେ କ୍ରମାଗତ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଏହି ଖେଳାଳି ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଗ୍ରେଡ ଏର ଏକ ଅଂଶ ହେବା ଉଚିତ୍। କୁଳଦୀପଙ୍କ କୋଚ […] The post ‘କୁଳଦୀପ ଯାଦବ ବିସିସିଆଇର ଗ୍ରେଡ ‘ଏ’ କଣ୍ଟ୍ରାକ୍ଟ ପାଇବାକୁ ଯୋଗ୍ୟ, କିନ୍ତୁ…’ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୨: ବୁଧବାର ବିସିସିଆଇ ଏହାର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରକାଶ କରିଛି। ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ କୁଳଦୀପ ଯାଦବଙ୍କୁ ଗ୍ରେଡ ବିରେ ଅନ୍ତର୍ଭୁକ୍ତ କରାଯାଇଛି। କିନ୍ତୁ କୁଳଦୀପ ଯାଦବଙ୍କ କୋଚ କପିଲ ଦେବ ପାଣ୍ଡେ ଏଥିରେ ସହମତ ନୁହଁନ୍ତି। କପିଲ ଦେବ ପାଣ୍ଡେ ବିଶ୍ୱାସ କରନ୍ତି ଯେ କୁଳଦୀପ ଯାଦବ ଅନ୍ତର୍ଜାତୀୟ ସ୍ତରରେ କ୍ରମାଗତ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଏହି ଖେଳାଳି ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଗ୍ରେଡ ଏର ଏକ ଅଂଶ ହେବା ଉଚିତ୍।
କୁଳଦୀପଙ୍କ କୋଚ କପିଲ ଦେବ କହିଛନ୍ତି, ବର୍ତ୍ତମାନ କୁଳଦୀପ ଦୁନିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଜଣେ। ସେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତ। ତେଣୁ ,ଭଳି ଖେଳାଳିଙ୍କୁ ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଗ୍ରେଡ ଏରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍। ତେବେ ଖୁବ ଶୀଘ୍ର କୁଳଦୀପ ଏ ଗ୍ରେଡ ହାସଲ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।
The post ‘କୁଳଦୀପ ଯାଦବ ବିସିସିଆଇର ଗ୍ରେଡ ‘ଏ’ କଣ୍ଟ୍ରାକ୍ଟ ପାଇବାକୁ ଯୋଗ୍ୟ, କିନ୍ତୁ…’ appeared first on Dharitri Odia News.