ଦୋକାନୀଙ୍କୁ ହଟାଇଲା ପ୍ରଶାସନ
ସେମିଳିଗୁଡା/ସୁନାବେଡା,୧୨ା୫(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ)-ସୁନାବେଡା ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳ ଅଧୀନ ସେମିଳିଗୁଡା ସହର ଦେଇ ଯାଇଥିବା ରାଜ ରାସ୍ତା ଓ ନନ୍ଦପୁର ରାସ୍ତା କଡ଼ର ସମସ୍ତ ବ୍ୟବସାୟୀଙ୍କୁ ହଟାଯାଇଛି। ଉଭୟ ରାସ୍ତା କଡ଼ରେ ଉଠା ଦୋକାନୀମାନେ ବ୍ୟବସାୟ କରିବା ଦ୍ୱାରା ରାସ୍ତା ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଲୋକେ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ଦୋକାନୀଙ୍କୁ ହଟାଇଛି। କିଶୋର ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପୌର […] The post ଦୋକାନୀଙ୍କୁ ହଟାଇଲା ପ୍ରଶାସନ appeared first on Dharitri Odia News.
ସେମିଳିଗୁଡା/ସୁନାବେଡା,୧୨ା୫(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ)-ସୁନାବେଡା ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳ ଅଧୀନ ସେମିଳିଗୁଡା ସହର ଦେଇ ଯାଇଥିବା ରାଜ ରାସ୍ତା ଓ ନନ୍ଦପୁର ରାସ୍ତା କଡ଼ର ସମସ୍ତ ବ୍ୟବସାୟୀଙ୍କୁ ହଟାଯାଇଛି।
ଉଭୟ ରାସ୍ତା କଡ଼ରେ ଉଠା ଦୋକାନୀମାନେ ବ୍ୟବସାୟ କରିବା ଦ୍ୱାରା ରାସ୍ତା ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଲୋକେ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ଦୋକାନୀଙ୍କୁ ହଟାଇଛି। କିଶୋର ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପୌର କର୍ମଚାରୀ ପ୍ରକାଶ ବେନିଆ, ଶୁକଦେବ ପାତ୍ର, ତ୍ରିନାଥ ପରିଡ଼ା, ଦାମୋଦର ମହାନ୍ତି ଏବଂ ୱାଇ.ରମେଶ ପ୍ରମୁଖ ସାମିଲ ହୋଇଥିଲେ।
The post ଦୋକାନୀଙ୍କୁ ହଟାଇଲା ପ୍ରଶାସନ appeared first on Dharitri Odia News.