ଭୋଟରଙ୍କୁ କଂଗ୍ରେସ ଦେଉଛି ଏସବୁ ପ୍ରତିଶ୍ରୁତି
ମୋରଡ଼ା,୨୪ା୫(ସ୍ମାରକ ମାଜୀ): ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛିଦିନ ବାକି ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ କରି ଚାଲିଛନ୍ତି। ମହାପାତ୍ର ପ୍ରତି ପଞ୍ଚାୟତର ପ୍ରତିଟି ବୁଥ୍ରେ କର୍ମୀ ସମ୍ମିଳନୀ କରି ଲୋକଙ୍କ ପ୍ରତି ଆସ୍ଥାଭାଜନ ହେଉଥିବାର ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଥ୍ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶୁଳିଆପଦା […] The post ଭୋଟରଙ୍କୁ କଂଗ୍ରେସ ଦେଉଛି ଏସବୁ ପ୍ରତିଶ୍ରୁତି appeared first on Dharitri Odia News.
ମୋରଡ଼ା,୨୪ା୫(ସ୍ମାରକ ମାଜୀ): ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛିଦିନ ବାକି ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ କରି ଚାଲିଛନ୍ତି। ମହାପାତ୍ର ପ୍ରତି ପଞ୍ଚାୟତର ପ୍ରତିଟି ବୁଥ୍ରେ କର୍ମୀ ସମ୍ମିଳନୀ କରି ଲୋକଙ୍କ ପ୍ରତି ଆସ୍ଥାଭାଜନ ହେଉଥିବାର ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଥ୍ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶୁଳିଆପଦା ବ୍ଲକର ପାକଟିଆ,ମୋରଡା ବ୍ଲକର ନୂଆଗାଁ,ରାସଗୋବିନ୍ଦପୁର ବ୍ଲକର ମାଣିଦା, ଖୁଣ୍ଟାପାଳ, ଛାତନା ପଞ୍ଚାୟତରେ ଶ୍ରୀ ମହାପାତ୍ର ନିଜର ସମର୍ଥକ ସହିତ ସ୍ଥାନୀୟ ଶତାଧିକ ଲୋକ ଓ କର୍ମୀଙ୍କ ସହିତ ଅଞ୍ଚଳର ସମସ୍ୟା, ସୁବିଧା, ଅସୁବିଧା ବାବଦରେ ଆଲୋଚନା କରିବା ସହିତ ଆଗାମୀ ନିର୍ବାଚନରେ କଂଗ୍ରେସ କିପରି ଭଲ କରିବ ଓ ସୁଦୃଢ ହେବ ସେ ବାବଦରେ ଆଲୋଚନା କରିଥିଲେ। କର୍ମୀ ବୈଠକ ସରିବା ପରେ ମହାପାତ୍ର ପ୍ରତେକ ବୁଥ୍ର ଘରକୁ ଘର ବୁଲି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ବାବଦରେ ବୁଝାଇବା ସହିତ ଲୋକଙ୍କଠୁ ଆଶୀର୍ବାଦ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି। ପ୍ରଭାସଙ୍କୁ ଏଥର ସବୁ ସ୍ଥାନରେ ପ୍ରବଳ ଜନସମର୍ଥନ ମିଳୁଛି। ତେବେ ପୂର୍ବ ନିର୍ବାଚନ ଅପେକ୍ଷା କଂଗ୍ରେସ ଆସନ୍ତା ଜୁନ୍ ୧ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରମୁଖ ଦଳ ବିଜେଡି, ଭାଜପାକୁ ମାତ ଦେବାକୁ ସଜବାଜ ହେଉଥିବାର ସାଧାରଣରେ ଆଲୋଚନା ହେଉଛି।
The post ଭୋଟରଙ୍କୁ କଂଗ୍ରେସ ଦେଉଛି ଏସବୁ ପ୍ରତିଶ୍ରୁତି appeared first on Dharitri Odia News.