ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର ଦେଇ ଓଡ଼ିଶାରେ ପହଞ୍ଚୁଛି। ରାଇବଣିଆ ଅଞ୍ଚଳର ପ୍ରତ୍ୟେକ ଛୋଟ ଏବଂ ବଡ ପାନ ଦୋକାନରେ ଏହା ବିକ୍ରୀ ହେଉଥିବା ଚର୍ଚ୍ଚା ହେଉଛି। ଦୋକାନୀମାନେ ୮୫ ଟଙ୍କାରେ ପେଟ୍ରୋଲ ଓ ଡିଜେଲ ୮୦ଟଙ୍କାରେ କିଣି ୧୧୫ ଟଙ୍କାରେ ବିକ୍ରୀ କରି ବେଶ୍‌ ଲାଭ କରୁଛନ୍ତି। ଯେତେବେଳେ କି, ପେଟ୍ରୋଲ ଟାଙ୍କିରେ ୧୦୧ଟଙ୍କା […] The post ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି… appeared first on Dharitri Odia News.

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର ଦେଇ ଓଡ଼ିଶାରେ ପହଞ୍ଚୁଛି। ରାଇବଣିଆ ଅଞ୍ଚଳର ପ୍ରତ୍ୟେକ ଛୋଟ ଏବଂ ବଡ ପାନ ଦୋକାନରେ ଏହା ବିକ୍ରୀ ହେଉଥିବା ଚର୍ଚ୍ଚା ହେଉଛି। ଦୋକାନୀମାନେ ୮୫ ଟଙ୍କାରେ ପେଟ୍ରୋଲ ଓ ଡିଜେଲ ୮୦ଟଙ୍କାରେ କିଣି ୧୧୫ ଟଙ୍କାରେ ବିକ୍ରୀ କରି ବେଶ୍‌ ଲାଭ କରୁଛନ୍ତି। ଯେତେବେଳେ କି, ପେଟ୍ରୋଲ ଟାଙ୍କିରେ ୧୦୧ଟଙ୍କା ଏବଂ ଡିଜେଲ ୯୫ରେ ମିଳିଥାଏ। ଏହି ନକଲି ପେଟ୍ରୋଲ ଏବଂ ଡିଜେଲ୍‌ ବ୍ୟବହାର କରି ଗାଡ଼ି ଚାଳକମାନେ ଯାନ୍ତ୍ରିକ ତ୍ରୁଟିଜନିତ ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କରେ ଜଳେଶ୍ୱର ଏସ୍‌ଡିପିଓ ଦିଲୀପ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, ଏନେଇ ଆମେ ଅବଗତ ନ ଥିଲୁ। ଜଳେଶ୍ୱର ଓ ରାଇବଣିଆ ଥାନା ଆଇଆଇସିଙ୍କୁ ଅବଗତ କରାଯାଇ ଏହାର କଡାକଡି ଯାଞ୍ଚ କରାଯିବ।

The post ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି… appeared first on Dharitri Odia News.