ବ୍ରହ୍ମପୁର ହଳଦିଆପଦର ବସଷ୍ଟାଣ୍ଡରୁ ୩ ଡକାୟତ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ
ବ୍ରହ୍ମପୁର୨୭/୪: ଡକାୟତଙ୍କ ଡକାୟତି ଯୋଜନା ପଣ୍ଡ । ୩ଜଣକୁ କାବୁ କଲା ବ୍ରହ୍ମପୁର ପୋଲିସ । ଗୋଳନ୍ଥରା ଥାନା NH-୧୬ ହଳଦିଆପଦର ବସଷ୍ଟାଣ୍ଡ ପଛପଟେ ୫ରୁ ୬ ଜଣ ଡକାୟତ ମିଶି କଥାବାର୍ତ୍ତା ହେଉଥିଲେ । ହଠାତ ପୋଲିସ ଆସି ଚଢାଉ କରିବା ସହ ୩ ଜଣକୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ଗିରଫ ଡକାୟତଙ୍କ ନିକଟରୁ ପିସ୍ତଲ,୨ଟି ଗୁଳି,୨ଟି ଖଣ୍ଡା,୩ଟି ମୋବାଇଲ ଫୋନ,ଗୋଟିଏ ବାଇକ,ବୋମା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଛି । ଗିରଫ ୩ ଡକାୟତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି ।
ବ୍ରହ୍ମପୁର୨୭/୪: ଡକାୟତଙ୍କ ଡକାୟତି ଯୋଜନା ପଣ୍ଡ । ୩ଜଣକୁ କାବୁ କଲା ବ୍ରହ୍ମପୁର ପୋଲିସ । ଗୋଳନ୍ଥରା ଥାନା NH-୧୬ ହଳଦିଆପଦର ବସଷ୍ଟାଣ୍ଡ ପଛପଟେ ୫ରୁ ୬ ଜଣ ଡକାୟତ ମିଶି କଥାବାର୍ତ୍ତା ହେଉଥିଲେ । ହଠାତ ପୋଲିସ ଆସି ଚଢାଉ କରିବା ସହ ୩ ଜଣକୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।
ଗିରଫ ଡକାୟତଙ୍କ ନିକଟରୁ ପିସ୍ତଲ,୨ଟି ଗୁଳି,୨ଟି ଖଣ୍ଡା,୩ଟି ମୋବାଇଲ ଫୋନ,ଗୋଟିଏ ବାଇକ,ବୋମା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଛି । ଗିରଫ ୩ ଡକାୟତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି ।