ଆଇପିଏଲ୍ ମହାସମର, ଶୁକ୍ରବାର ଓ୍ବାଙ୍ଖଡେରେ ମୁମ୍ବାଇ-କେକେଆର୍ ମୁକାବିଲା

ମୁମ୍ବାଇ,୦୩/୦୫: ଆଇପିଏଲର ଶୁକ୍ରବାର ଖେଳାଯିବ ୫୧ତମ ଲିଗ୍‌ ମୁକାବିଲା । ଓ୍ବାଙ୍ଖଡେରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢ଼େଇ । ୧୦ଟି ମ୍ୟାଚ୍‌ରୁ ମାତ୍ର ୬ ପଏଣ୍ଟ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍‌ ଶେଷ ସୁଯୋଗ । ଆଜିର ମ୍ୟାଚ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ପାଇଁ କର ବା ମର ସ୍ଥିତି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଅତି କମ୍‌ରେ ୧୪ ପଏଣ୍ଟର ଆବଶ୍ୟକ ପଡ଼ିବ । ମୁମ୍ବାଇ ଇଣ୍ଡିଆନ୍ସ ଶେଷ ୪ଟି ଯାକ ଲିଗ୍‌ ମ୍ୟାଚ୍‌ ଜିତିଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ ।   ସେହିପରି ନାଇଟ୍ ରାଇଡର୍ସ ୱାଙ୍ଖଡ଼େରେ ଗତ ୧୨ ବର୍ଷ ହେଲା ଜିତି ନାହିଁ । ଶୁକ୍ରବାର ଦୀର୍ଘ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇବାକୁ ନାଇଟ୍ ରାଇଡର୍ସ ଲକ୍ଷ୍ୟ ରଖିଛି । ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ନାଇଟ ରାଇଡର୍ସ ସମ୍ପ୍ରତି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଶୁକ୍ରବାର ବିଜୟ ସହ ପ୍ଲେ-ଅଫ୍‌ ଦ୍ୱାରରେ   ପହଞ୍ଚିବାକୁ ଦଳ ପ୍ରୟାସ କରିବ ।  ନାଇଟ୍‌ ରାଇଡର୍ସ ୨୦୧୨ରେ ଶେଷ ଥର ପାଇଁ ୱାଙ୍ଖଡ଼େରେ ବିଜୟ ହାସଲ କରିଥିଲା । ସୁନୀଲ  ନାରାଏନ୍‌ ୧୫ ରନ୍‌ରେ ୪ଟି ୱିକେଟ୍‌ ନେଇ ଦଳକୁ  ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ସେ  ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଏଥର ମଧ୍ୟ ନାରାଏନ୍‌ ପ୍ରତିପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି

ଆଇପିଏଲ୍ ମହାସମର, ଶୁକ୍ରବାର ଓ୍ବାଙ୍ଖଡେରେ ମୁମ୍ବାଇ-କେକେଆର୍ ମୁକାବିଲା

ମୁମ୍ବାଇ,୦୩/୦୫: ଆଇପିଏଲର ଶୁକ୍ରବାର ଖେଳାଯିବ ୫୧ତମ ଲିଗ୍‌ ମୁକାବିଲା । ଓ୍ବାଙ୍ଖଡେରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଲଢ଼େଇ । ୧୦ଟି ମ୍ୟାଚ୍‌ରୁ ମାତ୍ର ୬ ପଏଣ୍ଟ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍‌ ଶେଷ ସୁଯୋଗ । ଆଜିର ମ୍ୟାଚ୍ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ପାଇଁ କର ବା ମର ସ୍ଥିତି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଅତି କମ୍‌ରେ ୧୪ ପଏଣ୍ଟର ଆବଶ୍ୟକ ପଡ଼ିବ । ମୁମ୍ବାଇ ଇଣ୍ଡିଆନ୍ସ ଶେଷ ୪ଟି ଯାକ ଲିଗ୍‌ ମ୍ୟାଚ୍‌ ଜିତିଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ ।   ସେହିପରି ନାଇଟ୍ ରାଇଡର୍ସ ୱାଙ୍ଖଡ଼େରେ ଗତ ୧୨ ବର୍ଷ ହେଲା ଜିତି ନାହିଁ । ଶୁକ୍ରବାର ଦୀର୍ଘ ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇବାକୁ ନାଇଟ୍ ରାଇଡର୍ସ ଲକ୍ଷ୍ୟ ରଖିଛି । 

ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ନାଇଟ ରାଇଡର୍ସ ସମ୍ପ୍ରତି ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଶୁକ୍ରବାର ବିଜୟ ସହ ପ୍ଲେ-ଅଫ୍‌ ଦ୍ୱାରରେ   ପହଞ୍ଚିବାକୁ ଦଳ ପ୍ରୟାସ କରିବ ।  

ନାଇଟ୍‌ ରାଇଡର୍ସ ୨୦୧୨ରେ ଶେଷ ଥର ପାଇଁ ୱାଙ୍ଖଡ଼େରେ ବିଜୟ ହାସଲ କରିଥିଲା । ସୁନୀଲ  ନାରାଏନ୍‌ ୧୫ ରନ୍‌ରେ ୪ଟି ୱିକେଟ୍‌ ନେଇ ଦଳକୁ  ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ସେ  ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଏଥର ମଧ୍ୟ ନାରାଏନ୍‌ ପ୍ରତିପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି । ମାତ୍ର ବୋଲିଂ ଅପେକ୍ଷା ଓପନିଂ ବ୍ୟାଟର ଭାବେ ସେ ଆତଙ୍କ ଖେଳାଇଛନ୍ତି । ରୋହିତ ଶର୍ମାଙ୍କ ବିପକ୍ଷରେ ମଧ୍ୟ ନାରାଏନଙ୍କ ପ୍ରଦର୍ଶନ ବେଶ୍‌   ଚମତ୍କାର ରହିଛି । ସେ ଆଇପିଏଲ୍‌ରେ ରୋହିତଙ୍କୁ ୯ଥର ଆଉଟ୍‌ କରିସାରିଛନ୍ତି । 

ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ସୂର୍ଯ୍ୟକୁମାର ଯାଦବ ଓ ନୂଆନ ତୁଷାରା ଇମ୍ପାକ୍ଟ ବଦଳ ଭାବେ ଖେଳିବେ । ନାଇଟ୍‌  ରାଇଡର୍ସ ଦଳରେ ପରିବର୍ତ୍ତନ ହେବ। ହର୍ଷିତ  ରାଣାଙ୍କ ସ୍ଥାନରେ ବୈଭବ ଆରୋରା ଖେଳିବା  ଏକ ପ୍ରକାର ନିଶ୍ଚିତ । ରୋହିତ ମଧ୍ୟ ଏକ ରେକର୍ଡ ନିକଟତର ହୋଇଛନ୍ତି । ସେ ଆଉ ୨୯ ରନ୍‌ କଲେ ଟି-ଟ୍ୱେଣ୍ଟିରେ ୧୨,୦୦୦ ରନ୍‌ ପୂରଣ କରିବେ ।  

ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ। ମାତ୍ର ପ୍ରଥମାର୍ଦ୍ଧରେ ପେସ୍‌ ବୋଲର ଫାଇଦା ଉଠାଇ ପାରିବେ ।