ଟନେଲ ଟ୍ରାଜେଡି ; ରେଳ ବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କ ପରିଦର୍ଶନ

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେଣିଗଡ ନିକଟରେ ନିର୍ମାଣାଧିନ ୪ ନମ୍ବର ରେଳ ସୁଡଙ୍ଗ ଭୁଶୁଡିବା ସ୍ଥାନରୁ କିଛି ଦୂରରେ ଗତ ମଙ୍ଗଳବାର ଆଉ ଏକ ଗାତ ସୃଷ୍ଟି ହୋଇଥିଲା। ଉକ୍ତ ଗାତକୁ ପରିଦର୍ଶନ ପାଇଁ ବୁଧବାର ଅପରାହ୍ନ ୪ଟା ସମୟରେ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସିଇଓଏଜି ଶ୍ରୀନିବାସ, ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାମଲ, ଡେପୁଟି ଚିଫ ଇଂଜିନିୟର ଆର.ପି ଯାଦବଙ୍କ ସହିତ ଠିକାସଂସ୍ଥା କର୍ମଚାରୀ ଏବଂ ସୁଡଙ୍ଗ […]

ଟନେଲ ଟ୍ରାଜେଡି ; ରେଳ ବିଭାଗ ଉଚ୍ଚପଦସ୍ଥ ଅଧିକାରୀଙ୍କ ପରିଦର୍ଶନ

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଆଡେଣିଗଡ ନିକଟରେ ନିର୍ମାଣାଧିନ ୪ ନମ୍ବର ରେଳ ସୁଡଙ୍ଗ ଭୁଶୁଡିବା ସ୍ଥାନରୁ କିଛି ଦୂରରେ ଗତ ମଙ୍ଗଳବାର ଆଉ ଏକ ଗାତ ସୃଷ୍ଟି ହୋଇଥିଲା। ଉକ୍ତ ଗାତକୁ ପରିଦର୍ଶନ ପାଇଁ ବୁଧବାର ଅପରାହ୍ନ ୪ଟା ସମୟରେ ରେଳ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସିଇଓଏଜି ଶ୍ରୀନିବାସ, ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ସାମଲ, ଡେପୁଟି ଚିଫ ଇଂଜିନିୟର ଆର.ପି ଯାଦବଙ୍କ ସହିତ ଠିକାସଂସ୍ଥା କର୍ମଚାରୀ ଏବଂ ସୁଡଙ୍ଗ ନିର୍ମାଣ ପାଇଁ ଡିଜାଇନ, ଡ୍ରଇଂ କରିଥିବା ଅଧିକାରୀ ଗଣ ସେଠାରେ ପଂହଚିଥିଲେ। ଭୁଶୁଡି ପଡିଥିବା ସ୍ଥାନ ପରିଦର୍ଶନ କରିବା ସହିତ ଏହା ନିକଟରେ ସୃଷ୍ଟି ହୋଇଥିବା ଗାତକୁ ମଧ୍ୟ ପରିଦର୍ଶନ କରିଥିଲେ।ଗାତଟି ରେଳ ସୁଡଙ୍ଗ ଜମି ଉପରେ ରହିଛି କି ନାହିଁ ସେ ଦିଗରେ ଅନୁଧ୍ୟାନ କରିଥିଲେ। ଏହା ସହିତ କେଉଁ କାରଣରୁ ଆଉ ଏକ ଗାତ ପାଖରେ ସୃଷ୍ଟି ହେଲା ତାକୁ ନେଇ ବିଚାର ବିମର୍ଷ କରି ସେଠାରୁ ଫେରିଯାଇଥିଲେ। ଏହାକୁ ଯଥାଶୀଘ୍ର ମରାମତି କରାଯିବ ବୋଲି ଅଧିକାରୀ ମତବ୍ୟକ୍ତ କରିଥିଲେ।

୧୨ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ, ଏକାଠି ହେବେ ବୁଧ,ଗୁରୁ ଓ ସୂର୍ଯ୍ୟ, ଏହି ରାଶିଙ୍କ ପାଇଁ ଖୋଲିବେ ଧନର ଦ୍ୱାର, ହେବ ବିବାହ, ଅଟକି ରହବିନି କିଛି କାମ..

ଆଶ୍ୱସ୍ତି ସହ ଖୁସି ଖବର; କମିଲା ସୁନା, ଜାଣନ୍ତୁ କେତେ ଅଛି ଦାମ୍‌