କୂଅରେ ପଡି ମହିଳା ମୃତ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ପଞ୍ଚାୟତ ଭରାଣ୍ଡିଆ ଗ୍ରାମର କଳାକର ମୁଣ୍ଡାଙ୍କ ପତ୍ନୀ ସପନି ମୁଣ୍ଡା(୬୦) ଶୁକ୍ରବାର ସନ୍ଧ୍ୟାରେ ଏକ କୂଅରେ ଖସିପଡି ପ୍ରାଣ ହରାଇଛନ୍ତି। ଗତକାଲି ସନ୍ଧ୍ୟାରେ ସେ କୂଅରେ ପଡ଼ି ଯାଇଥିବା ଜଣାପଡିବା ପରେ ଆଜି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ କୂଅରୁ ମୃତଦେହ ଉଦ୍ଧାର କରିଥିଲେ। ଏନେଇ ଘଟଗାଁ ଥାନା ଅପମୃତ୍ୟୁ ମାମଲା ୨୨/୨୦୨୪ ମୂଳେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଆଜି ମୃତକର ମୃତଦେହ ବ୍ୟବଚ୍ଛେଦ କରାଇଛନ୍ତି।