ଶୁକ୍ରବାର ବୈକୁଣ୍ଠ ଧାମର ବେଆଇନ ନିର୍ମାଣ ଭାଙ୍ଗିବ ବୁଲ୍‌ଡୋଜର,ଉଚ୍ଛେଦ ପୂର୍ବରୁ ମାଇକରେ ଘୋଷଣା

ଭୁବନେଶ୍ବର ୨୧/୧୧:  ଶୁକ୍ରବାର ଭୁବନେଶ୍ବର ଖଣ୍ଡଗିରି ବାରି ସ୍ଥିତ ବାବା ବୈକୁଣ୍ଠ ଧାମ ଉପରେ ବୁଲିବ ବୁଲ୍‌ଡୋଜର । ଏନେଇ ବିଡିଏ ପକ୍ଷରୁ ସୂଚନା ମିଳିଛି । ଆଶ୍ରମ ନାଁରେ ବେଆଇନ ନିର୍ମାଣ ଭଙ୍ଗାଯିବ । ସକାଳେ ବିଡିଓ ଓ ବିଏମ୍‌ସିର ମିଳିତ ଏନଫୋର୍ସମେଣ୍ଟ ଟିମ୍‌ ଆଶ୍ରମ ଉପରେ ବୁଲ୍‌ଡୋଜର ଚଲାଇବେ । ୧୪୦ ଡିସିମିଲ୍‌ ସରକାରୀ ଜମି ଜବରଦଖଲ ହୋଇଛି । ଘାଟିକିଆ ମୌଜାରେ ରହିଛି ୨ଟି ପ୍ଲଟ ।  ଉଚ୍ଛେଦ ପୂର୍ବରୁ ଏନେଇ ମାଇକରେ ଘୋଷଣା କରାଯାଇଛି ।ନିଜ ପୁଅକୁ କଳ୍‌କୀ ଅବଜାର ସଜାଇ ବିବାଦକୁ ଆସିଥିଲେ ବାବା କାଶୀନାଥ । ଧିରେ ଧିରେ ତାଙ୍କର ଗୁମର ପେଡି ଖୋଲିବାରେ ଲାଗିଥିଲା । ଅଭିଯୋଗ ବଢିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ଆଶ୍ରମରୁ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଥିଲା । ଶ୍ରଦ୍ଧାଳୁଙ୍କ ବିଶ୍ବାସ ଓ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ ।  

ଶୁକ୍ରବାର ବୈକୁଣ୍ଠ ଧାମର ବେଆଇନ ନିର୍ମାଣ ଭାଙ୍ଗିବ ବୁଲ୍‌ଡୋଜର,ଉଚ୍ଛେଦ ପୂର୍ବରୁ ମାଇକରେ ଘୋଷଣା

ଭୁବନେଶ୍ବର ୨୧/୧୧:  ଶୁକ୍ରବାର ଭୁବନେଶ୍ବର ଖଣ୍ଡଗିରି ବାରି ସ୍ଥିତ ବାବା ବୈକୁଣ୍ଠ ଧାମ ଉପରେ ବୁଲିବ ବୁଲ୍‌ଡୋଜର । ଏନେଇ ବିଡିଏ ପକ୍ଷରୁ ସୂଚନା ମିଳିଛି । ଆଶ୍ରମ ନାଁରେ ବେଆଇନ ନିର୍ମାଣ ଭଙ୍ଗାଯିବ । ସକାଳେ ବିଡିଓ ଓ ବିଏମ୍‌ସିର ମିଳିତ ଏନଫୋର୍ସମେଣ୍ଟ ଟିମ୍‌ ଆଶ୍ରମ ଉପରେ ବୁଲ୍‌ଡୋଜର ଚଲାଇବେ । ୧୪୦ ଡିସିମିଲ୍‌ ସରକାରୀ ଜମି ଜବରଦଖଲ ହୋଇଛି । ଘାଟିକିଆ ମୌଜାରେ ରହିଛି ୨ଟି ପ୍ଲଟ ।  ଉଚ୍ଛେଦ ପୂର୍ବରୁ ଏନେଇ ମାଇକରେ ଘୋଷଣା କରାଯାଇଛି ।

ନିଜ ପୁଅକୁ କଳ୍‌କୀ ଅବଜାର ସଜାଇ ବିବାଦକୁ ଆସିଥିଲେ ବାବା କାଶୀନାଥ । ଧିରେ ଧିରେ ତାଙ୍କର ଗୁମର ପେଡି ଖୋଲିବାରେ ଲାଗିଥିଲା । ଅଭିଯୋଗ ବଢିବା ପରେ ବାବାଙ୍କ ଆଶ୍ରମ ଭିତରେ ଗଣମାଧ୍ୟମ ଓ ପୋଲିସ ପ୍ରଶାସନ ପ୍ରବେଶ କରିଥିଲା । ପୋଲିସର ତନାଘନା ଭିତରେ ଆଶ୍ରମରୁ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଥିଲା । ଶ୍ରଦ୍ଧାଳୁଙ୍କ ବିଶ୍ବାସ ଓ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାସପୂର୍ଣ୍ଣ ଜୀବନ କାଟୁଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ ।