ଖୋଲା ବିତର୍କ ପାଇଁ ନିମନ୍ତ୍ରଣ ସ୍ୱୀକାର କଲେ ରାହୁଲ: କହିଲେ- ପିଏମ୍ ମୋଦୀ ରାଜି ହେଲେ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀଙ୍କୁ ଖୋଲା ମଞ୍ଚରେ ତର୍କ କରିବାକୁ ଆହ୍ୱାନ କରାଯାଇଛି। ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ମଦନ ବି ଲୋକୁର, ହାଇକୋର୍ଟ ପୂର୍ବତନ ବିଚାରପତି ଏପି ଶାହ ଓ ବରିଷ୍ଠ ସାମ୍ବାଦିକ ଏନ୍ ରାମ୍ ଶନିବାର ଏକ ନିମନ୍ତ୍ରଣ ପଠାଇ ସର୍ବସମ୍ମୁଖରେ ଡିବେଟ୍ କରିବାକୁ ଆହ୍ୱାନ୍ ଦେଇଛନ୍ତି। ତିନିଜଣ ବିଶିଷ୍ଟ ବ୍ୟକ୍ତି ଉଭୟ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଡିବେଟ୍ରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି। ତେବେ ରୋଚକ କଥା ହେଲା ରାହୁଲ ଗାନ୍ଧୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ସ୍ୱୀକାର କରନ୍ତୁ ବୋଲି ସେ ଆହ୍ୱାନ୍ ଦେଇଛନ୍ତି। ୨୦୨୪ ନିର୍ବାଚନର ମୁଖ୍ୟ ବିଷୟ ଉପରେ ଆଲୋଚନା ପାଇଁ ଆହ୍ୱାନ କରାଯାଇଛି। ମେ ୯ ତାରିଖରେ ଲେଖାଯାଇଥିବା ଚିଠିରେ ବକ୍ଷ ବିପକ୍ଷର ସମସ୍ତ ଅଭିଯୋଗ ରହିଛି। ଏବଂ କୁହାଯାଇଛି ଯେ ଏକ ନିରପେକ୍ଷ ଓ ଅଣବ୍ୟବସାୟିକ ସଂସ୍ଥା ମାଧ୍ୟମରେ ମୁଖ୍ୟ ନେତାଙ୍କୁ ସିଧାସଳଖ ପବ୍ଲିକ୍ ଡିବେଟ୍ ମାଧ୍ୟମରେ ଶୁଣିଲେ ଆମ ନାଗରିକମାନେ ଲାଭ ହେବ ବୋଲି ଆମର ବିଶ୍ୱାସ।स्वस्थ लोकतंत्र के लिए प्रमुख दलों का एक मंच से अपना विज़न देश के समक्ष रखना एक सकारात्मक पहल होगी।कांग्रेस इस पहल का स्वागत करती है और चर्चा का निमंत्रण स्वीकार करती है।देश प्रधानमंत्री जी से भ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀଙ୍କୁ ଖୋଲା ମଞ୍ଚରେ ତର୍କ କରିବାକୁ ଆହ୍ୱାନ କରାଯାଇଛି। ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ମଦନ ବି ଲୋକୁର, ହାଇକୋର୍ଟ ପୂର୍ବତନ ବିଚାରପତି ଏପି ଶାହ ଓ ବରିଷ୍ଠ ସାମ୍ବାଦିକ ଏନ୍ ରାମ୍ ଶନିବାର ଏକ ନିମନ୍ତ୍ରଣ ପଠାଇ ସର୍ବସମ୍ମୁଖରେ ଡିବେଟ୍ କରିବାକୁ ଆହ୍ୱାନ୍ ଦେଇଛନ୍ତି। ତିନିଜଣ ବିଶିଷ୍ଟ ବ୍ୟକ୍ତି ଉଭୟ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଡିବେଟ୍ରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।
ତେବେ ରୋଚକ କଥା ହେଲା ରାହୁଲ ଗାନ୍ଧୀ ଏହି ନିମନ୍ତ୍ରଣକୁ ସ୍ୱୀକାର କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ସ୍ୱୀକାର କରନ୍ତୁ ବୋଲି ସେ ଆହ୍ୱାନ୍ ଦେଇଛନ୍ତି। ୨୦୨୪ ନିର୍ବାଚନର ମୁଖ୍ୟ ବିଷୟ ଉପରେ ଆଲୋଚନା ପାଇଁ ଆହ୍ୱାନ କରାଯାଇଛି।
ମେ ୯ ତାରିଖରେ ଲେଖାଯାଇଥିବା ଚିଠିରେ ବକ୍ଷ ବିପକ୍ଷର ସମସ୍ତ ଅଭିଯୋଗ ରହିଛି। ଏବଂ କୁହାଯାଇଛି ଯେ ଏକ ନିରପେକ୍ଷ ଓ ଅଣବ୍ୟବସାୟିକ ସଂସ୍ଥା ମାଧ୍ୟମରେ ମୁଖ୍ୟ ନେତାଙ୍କୁ ସିଧାସଳଖ ପବ୍ଲିକ୍ ଡିବେଟ୍ ମାଧ୍ୟମରେ ଶୁଣିଲେ ଆମ ନାଗରିକମାନେ ଲାଭ ହେବ ବୋଲି ଆମର ବିଶ୍ୱାସ।
स्वस्थ लोकतंत्र के लिए प्रमुख दलों का एक मंच से अपना विज़न देश के समक्ष रखना एक सकारात्मक पहल होगी।
कांग्रेस इस पहल का स्वागत करती है और चर्चा का निमंत्रण स्वीकार करती है।
देश प्रधानमंत्री जी से भी इस संवाद में हिस्सा लेने की अपेक्षा करता है। pic.twitter.com/YMWWqzBRhE— Rahul Gandhi (@RahulGandhi) May 11, 2024
ଚିଠି ପାଇବାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଏହି ଆହ୍ୱାନକୁ ସ୍ୱୀକାର କରିଛନ୍ତି। ସେ କିମ୍ବା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଡିବେଟ୍ କରିବାକୁ ରାଜି ଅଛନ୍ତି ବୋଲି ରାହୁଲ କହିଛନ୍ତି। ସେ କହିଛନ୍ତି “ମୁଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆପଣଙ୍କ ନିମନ୍ତ୍ରଣ ବିଷୟରେ ଆଲୋଚନା କରିଛି। ଆମେ ମଧ୍ୟ ଏହା ସ୍ୱୀକାର କରୁଛି ଯେ ଏଭଳି ଖୋଲା ବିତର୍କ ଲୋକମାନଙ୍କୁ ଆମର ଦୂରଦୃଷ୍ଟି ବୁଝିବାରେ ସାହାଯ୍ୟ କରିବ। ଏବଂ ସେମାନଙ୍କୁ ନିଜ ପସନ୍ଦ ବାଛିବାର ସକ୍ଷମ କରିବ।”
ରାହୁଲ ଆହୁରି କହିଛନ୍ତି “ପ୍ରମୁଖ ଦଳଗୁଡିକ ନିର୍ବାଚନ ଲଢ଼ୁଥିବାରୁ ଲୋକମାନଙ୍କର ବି ସେମାନଙ୍କ ନେତାଙ୍କ ଠାରୁ ସିଧାସଳଖ ଶୁଣିବାର ହକ୍ ରହିଛି। ତେଣୁ ମୁଁ କିମ୍ବା କଂଗ୍ରେସ ଅଧ୍ୟକ୍ଷ ଏହି ଡିବେଟ୍ରେ ଯୋଗ ଦେଇ ଖୁସି ଅନୁଭବ କରିବୁ। ତେବେ ତର୍କ ବିଷୟରେ ସମ୍ପୂର୍ଣ୍ଣ କଥା ଓ ଏହାର ଫର୍ମାଟ୍ ବିଷୟରେ ଆଲୋଚନା କରାଯାଇପାରେ। ଯଦି ପ୍ରଧାନମନ୍ତ୍ରୀ ଏଥିରେ ଭାଗ ନେବାକୁ ରାଜି ହୁଅନ୍ତି।”