ଆମେଠିରୁ ହାରିଯିବେ ସ୍ମୃତି ଇରାନୀ! ବଡ଼ ଭବିଷ୍ୟବାଣୀ କଲେ ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ

ନୂଆଦିଲ୍ଲୀ,୩୦।୫: ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟରେ ଥିବାବେଳେ ଏହାର ଫଳାଫଳକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଏହାରି ଭିତରେ ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ବଡ଼ ବଡ଼ ରାଜନୈତିକ ବିଭିନ୍ନ ଭବିଷ୍ୟବାଣୀ କରିଛନ୍ତି। ଏହିକ୍ରମରେ ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ ସ୍ମୃତି ଇରାନୀଙ୍କୁ ନେଇ ବଡ଼ ଭବଷ୍ୟବାଣୀ କରିଛନ୍ତି। ଯୋଗେନ୍ଦ୍ର କହିଛନ୍ତି , ସ୍ମୃତି ଇରାନୀଙ୍କ ଉପରେ ଆମେଠି ଜନତା ଅସନ୍ତୁଷ୍ଟ ଅଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଦଳର ଭାଜପା ନେତାମାନେ ମଧ୍ୟ ତାଙ୍କ ଉପରେ […] The post ଆମେଠିରୁ ହାରିଯିବେ ସ୍ମୃତି ଇରାନୀ! ବଡ଼ ଭବିଷ୍ୟବାଣୀ କଲେ ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ appeared first on Dharitri Odia News.

ଆମେଠିରୁ ହାରିଯିବେ ସ୍ମୃତି ଇରାନୀ! ବଡ଼ ଭବିଷ୍ୟବାଣୀ କଲେ ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ

ନୂଆଦିଲ୍ଲୀ,୩୦।୫: ନିର୍ବାଚନ ୨୦୨୪ ଶେଷ ପର୍ଯ୍ୟାୟରେ ଥିବାବେଳେ ଏହାର ଫଳାଫଳକୁ ନେଇ ବିଭିନ୍ନ ଆକଳନ କରାଯାଉଛି। ଏହାରି ଭିତରେ ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ବଡ଼ ବଡ଼ ରାଜନୈତିକ ବିଭିନ୍ନ ଭବିଷ୍ୟବାଣୀ କରିଛନ୍ତି। ଏହିକ୍ରମରେ ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ ସ୍ମୃତି ଇରାନୀଙ୍କୁ ନେଇ ବଡ଼ ଭବଷ୍ୟବାଣୀ କରିଛନ୍ତି।

ଯୋଗେନ୍ଦ୍ର କହିଛନ୍ତି , ସ୍ମୃତି ଇରାନୀଙ୍କ ଉପରେ ଆମେଠି ଜନତା ଅସନ୍ତୁଷ୍ଟ ଅଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଦଳର ଭାଜପା ନେତାମାନେ ମଧ୍ୟ ତାଙ୍କ ଉପରେ ରାଗିଛନ୍ତି। ସବୁଠାରୁ ତାଜୁବ କରିଦେବା ଭଳି କଥା ହେଉଛି ଭାଜପା ନେତାମାନେ ଏଥର ଏକାଠି ମିଶି ସ୍ମୃତି ଇରାନୀଙ୍କୁ କିପରି ଆମେଠିରୁ ପରାସ୍ତ କରାଯାଇପାରିବ ସେନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି।

ଭେଟେରାନ ଭାଜପା ନେତା ସ୍ମୃତି ଇରାନୀ ଆମେଠିରୁ କଂଗ୍ରେସ ନେତା କେ.ଏଲ ଶର୍ମାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏବେ ଦେଖିବା ବାକି ରହିଲା ସ୍ମୃତି ଇରାନୀ ତାଙ୍କ ଗଡ଼ ରକ୍ଷା କରୁ ପାରୁଛନ୍ତି ନା କେ.ଏଲ ଶର୍ମା ବାଜି ମାରୁଛନ୍ତି।

The post ଆମେଠିରୁ ହାରିଯିବେ ସ୍ମୃତି ଇରାନୀ! ବଡ଼ ଭବିଷ୍ୟବାଣୀ କଲେ ରଣନୀତିଜ୍ଞ ଯୋଗେନ୍ଦ୍ର ଯାଦବ appeared first on Dharitri Odia News.