ଓଲଟିଲା ସଂକୀର୍ତ୍ତନ ଦଳ ପିକ୍ଅପ୍: ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ
ସୁନ୍ଦରଗଡ଼,୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅନ୍ତର୍ଗତ ଗୁଲଠାଠାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ପିକ୍ଅପ୍ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ମୃତକ ଜଣକ ହେଲେ ସୁବଳ ପଟେଲ(୬୦)। ତାଙ୍କ ଘର କେନାପାଲି ବୋଲି ଜଣାପଡ଼ିଛି। ଖବର ପାଇ ଭଷ୍ମା ଥାନା ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପ୍ରଥମେ ମଙ୍ଗସପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ଏବଂ ପରେ ସୁନ୍ଦରଗଡ଼ ଜିଲା […] The post ଓଲଟିଲା ସଂକୀର୍ତ୍ତନ ଦଳ ପିକ୍ଅପ୍: ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ appeared first on Dharitri Odia News.
ସୁନ୍ଦରଗଡ଼,୫ା୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଭଷ୍ମା ଥାନା ଅନ୍ତର୍ଗତ ଗୁଲଠାଠାରେ ଶୁକ୍ରବାର ମଧ୍ୟାହ୍ନରେ ଏକ ପିକ୍ଅପ୍ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ମୃତକ ଜଣକ ହେଲେ ସୁବଳ ପଟେଲ(୬୦)। ତାଙ୍କ ଘର କେନାପାଲି ବୋଲି ଜଣାପଡ଼ିଛି। ଖବର ପାଇ ଭଷ୍ମା ଥାନା ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ପ୍ରଥମେ ମଙ୍ଗସପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା ଏବଂ ପରେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।
ବିଧାୟିକା କୁସୁମ ଟେଟେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ମିଳିଥିବା ସୂଚନାନୁଯାୟୀ, କେନାପାଲିରୁ ଏକ ସଂକୀର୍ତ୍ତନ ଦଳ ପିକ୍ଅପ୍ ଯୋଗେ ଝାରସୁଗୁଡ଼ା ଜିଲା ତାଲପଟିଆ ଗ୍ରାମକୁ ସଂକୀର୍ତ୍ତନ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।
The post ଓଲଟିଲା ସଂକୀର୍ତ୍ତନ ଦଳ ପିକ୍ଅପ୍: ଜଣଙ୍କ ଜୀବନ ଗଲା, ୨୦ରୁ ଊର୍ଦ୍ଧ୍ୱ ଆହତ appeared first on Dharitri Odia News.