ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ
ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍ଲେସ୍ ଷ୍ଟିଲ୍ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍ଏସ୍ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ୍ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ସହରାଞ୍ଚଳ ଭିତ୍ତିଭୂମିରେ ଷ୍ଟେନ୍ଲେସ୍ ଷ୍ଟିଲର ରୂପାନ୍ତରଣକାରୀ ଶକ୍ତିକୁ ଠିକ୍ ଭାବେ ଦର୍ଶାଇବା ସହ ଭାରତର ସେତୁ ନିର୍ମାଣ ଡିଜାଇନରେ ଷ୍ଟେନ୍ଲେସ୍ ଷ୍ଟିଲ୍ର ବ୍ୟବହାର ସମ୍ପର୍କରେ ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ୍ ମାନୁଆଲର ପ୍ରଥମ ସଂସ୍କରଣକୁ ଆଇଏସ୍ଏସ୍ଡିଏ ଉନ୍ମୋଚନ କରିଛି। ଉଲ୍ଲେଖଯୋଗ୍ୟ, କୋଲକାତାର ସିଲିଗୁଡ଼ିଠାରେ ଆୟୋଜିତ ଇଣ୍ଡିଆନ୍ […] The post ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ appeared first on Dharitri Odia News.
ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍ଲେସ୍ ଷ୍ଟିଲ୍ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍ଏସ୍ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ୍ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ସହରାଞ୍ଚଳ ଭିତ୍ତିଭୂମିରେ ଷ୍ଟେନ୍ଲେସ୍ ଷ୍ଟିଲର ରୂପାନ୍ତରଣକାରୀ ଶକ୍ତିକୁ ଠିକ୍ ଭାବେ ଦର୍ଶାଇବା ସହ ଭାରତର ସେତୁ ନିର୍ମାଣ ଡିଜାଇନରେ ଷ୍ଟେନ୍ଲେସ୍ ଷ୍ଟିଲ୍ର ବ୍ୟବହାର ସମ୍ପର୍କରେ ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ୍ ମାନୁଆଲର ପ୍ରଥମ ସଂସ୍କରଣକୁ ଆଇଏସ୍ଏସ୍ଡିଏ ଉନ୍ମୋଚନ କରିଛି। ଉଲ୍ଲେଖଯୋଗ୍ୟ, କୋଲକାତାର ସିଲିଗୁଡ଼ିଠାରେ ଆୟୋଜିତ ଇଣ୍ଡିଆନ୍ ରୋଡ୍ କଂଗ୍ରେସ (ଆଇଆର୍ସି)ର ୨୨୮ତମ ମଧ୍ୟବର୍ତ୍ତିକାଳୀନ ପରିଷଦ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍ଟିୟୁପି କନ୍ସଲଟାଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ପୂର୍ବତନ ନିର୍ଦ୍ଦେଶକ ଡ. ନିର୍ମାଲ୍ୟ ବନ୍ଦ୍ୟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ ମାନୁଆଲ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।
ଅପରପକ୍ଷରେ ଇଞ୍ଜିନିୟରିଂ ଏବଂ ବୈଷୟିକ ଦକ୍ଷତା ବୃଦ୍ଧି କରିବା ସହ ଏହି ଡିଜାଇନ୍ ମାନୁଆଲ ସମଗ୍ର ଭାରତରେ ଇଞ୍ଜିନିୟର ଏବଂ ଶିକ୍ଷାବିତ୍ମାନଙ୍କ ପାଇଁ ବେଶ୍ ସହାୟକ ହେବ। ଏହି ମାନୁଆଲ ଷ୍ଟେନ୍ଲେସ୍ ଷ୍ଟିଲ୍ର ମୌଳିକ ଗୁଣଠାରୁ ଆରମ୍ଭ କରି ଅତ୍ୟାଧୁନିକ ଡିଜାଇନ ନୀତି ପର୍ଯ୍ୟନ୍ତ ସମସ୍ତ ବିଷୟବସ୍ତୁ ଉପରେ ଜ୍ଞାନର ଏକ ପଞ୍ଜିକା ଭାବେ କାର୍ଯ୍ୟ କରିବ। ଏଥିରେ କାର୍ବନ ଷ୍ଟିଲ୍ ତୁଳନାରେ ଷ୍ଟେନ୍ଲେସ୍ ଷ୍ଟିଲ୍ର ବିଭିନ୍ନ ଫାଇଦା ଯଥା କ୍ଷୟ ପ୍ରତିରୋଧ, ଦୃଢ଼ତା, ସ୍ଥାୟିତ୍ୱ ଓ ସୌନ୍ଦର୍ଯ୍ୟ ଇତ୍ୟାଦି ଉପରେ ଆଲୋକପାତ କରାଯାଇଛି। ବିଶେଷକରି ଏହା ଏକ ସେତୁର ସାମଗ୍ରିକ ଲାଇଫ ସାଇକେଲ ଖର୍ଚ୍ଚ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି।
ଏ ସମ୍ପର୍କରେ ଆଇଏସ୍ଏସ୍ଡିଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋହିତ କୁମାର କହିଛନ୍ତି, ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ୍ ମାନୁଆଲ୍ ଉପସ୍ଥାପନ କରି ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହା କେବଳ ଏକ ମାର୍ଗଦର୍ଶକ ନୁହେଁ ବରଂ ଆମ ସହରାଞ୍ଚଳ ଭିତ୍ତିଭୂମିରେ ଷ୍ଟେନ୍ଲେସ୍ ଷ୍ଟିଲର ପରିବର୍ତ୍ତନଶୀଳ ସାମର୍ଥ୍ୟର ଏକ ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ପୁସ୍ତକର ଲେଖକ ଡ. ନିର୍ମାଲ୍ୟ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି, ସେତୁ ନିର୍ମାଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଏ ଦିଗରେ ଏହି ମାନୁଆଲ୍ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
The post ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ appeared first on Dharitri Odia News.