ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌ ଉଦ୍‌ଯାପିତ

ଭୁବନେଶ୍ୱର,୨୪।୨: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଆୟୋଜିତ ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍‌ ପ୍ରାଇଡ୍‌’ ଶୀର୍ଷକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ଅଭିଯାନ ସହ ମିଶି ଆରମ୍ଭ ହୋଇଥିଲା। ଏପରିକି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ବିଶିଷ୍ଟ ବିଚାରକ ମଣ୍ଡଳୀ ଦ୍ୱାରା ସମୀକ୍ଷା ପରେ ବିଜେତାଙ୍କ ନାମ ଓ ଫଳାଫଳ ପ୍ରକାଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଏମ୍‌ଡିସିଠାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ୩୦ ଜଣ […] The post ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌ ଉଦ୍‌ଯାପିତ appeared first on Dharitri Odia News.

ଭୁବନେଶ୍ୱର,୨୪।୨: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଆୟୋଜିତ ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍‌ ପ୍ରାଇଡ୍‌’ ଶୀର୍ଷକ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’ ଅଭିଯାନ ସହ ମିଶି ଆରମ୍ଭ ହୋଇଥିଲା। ଏପରିକି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ବିଶିଷ୍ଟ ବିଚାରକ ମଣ୍ଡଳୀ ଦ୍ୱାରା ସମୀକ୍ଷା ପରେ ବିଜେତାଙ୍କ ନାମ ଓ ଫଳାଫଳ ପ୍ରକାଶିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଏମ୍‌ଡିସିଠାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ୩୦ ଜଣ ବିଜେତା ଓ ୨୦ଜଣ ଶ୍ରେଷ୍ଠ ଯୋଗଦାନକାରୀଙ୍କୁ ଡିସ୍‌କମ୍‌ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏପରିକି ବିଜେତାମାନଙ୍କୁ ସେମାନଙ୍କ ବୟସ ବର୍ଗ (୮ରୁ ୧୨ ଏବଂ ୧୩ରୁ ୧୬) ଏବଂ ବିଭିନ୍ନ ବର୍ଗର ଚିତ୍ରାଙ୍କନ, ସ୍କେଚିଂ (ଚିତ୍ରକଳା), ପ୍ରବନ୍ଧ, ଗଳ୍ପ ଓ କବିତା ସମେତ କଳାତ୍ମକ ଅଭିବ୍ୟକ୍ତି ଆଧାରରେ ପୁରସ୍କୃତ କରାଯାଇଥିଲା। ପ୍ରତ୍ୟେକ ବିଜେତାଙ୍କୁ ଟ୍ରଫି ସହ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଓ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ୫୦ ଜଣ ମନୋନୀତ ଆବେଦନକୁ ୨୦୦୦ଟଙ୍କା ଲେଖାଏ ଗିଫ୍ଟ ଭାଉଚର ଓ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ କିଟ୍‌ର କୁଳପତି ପ୍ରଫେସର ଡ. ଶରଣଜିତ୍‌ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କିଟ୍‌ର ପ୍ଲେସ୍‌ମେଣ୍ଟ ଅଧିକାରୀ ତ୍ରିପତି ପ୍ରସାଦ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

The post ମାଇଁ ଓଡ଼ିଶା,ଇଣ୍ଡିଆଜ୍‌ ପ୍ରାଇଡ୍‌ ଉଦ୍‌ଯାପିତ appeared first on Dharitri Odia News.