ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ରାଜକନିକା,୩ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା, ଭାରିଗଦା ପଞ୍ଚାୟତ ଓ ବରୁଣାଡ଼ିହା ପଞ୍ଚାୟତର ଚାଷୀ ମୁଖ୍ୟତଃ ଚିନାବାଦାମ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଚାଷୀ ଧାର, କରଜ ଆଣି ବିଲ ହଳ କରି ସରକାରୀ ଚିନାବାଦାମ ବିହନକୁ ଅପେକ୍ଷା କରିଥିଲେ। ବିହନ ନ ମିଳିବାରୁ ହାତରୁ ଟଙ୍କା ଖର୍ଚ୍ଚ କରି ଚିନାବାଦାମ ବିହନ କିଣି ଚାଷ କରୁଛନ୍ତି। ପୂର୍ବରୁ ବ୍ଲକରେ ପାଖାପାଖି ୨ରୁ ୩ଶହ […] The post ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ appeared first on Dharitri Odia News.

ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ରାଜକନିକା,୩ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା, ଭାରିଗଦା ପଞ୍ଚାୟତ ଓ ବରୁଣାଡ଼ିହା ପଞ୍ଚାୟତର ଚାଷୀ ମୁଖ୍ୟତଃ ଚିନାବାଦାମ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଚାଷୀ ଧାର, କରଜ ଆଣି ବିଲ ହଳ କରି ସରକାରୀ ଚିନାବାଦାମ ବିହନକୁ ଅପେକ୍ଷା କରିଥିଲେ। ବିହନ ନ ମିଳିବାରୁ ହାତରୁ ଟଙ୍କା ଖର୍ଚ୍ଚ କରି ଚିନାବାଦାମ ବିହନ କିଣି ଚାଷ କରୁଛନ୍ତି। ପୂର୍ବରୁ ବ୍ଲକରେ ପାଖାପାଖି ୨ରୁ ୩ଶହ ଏକର ଜମିରେ ଚାଷୀ ଚିନାବାଦାମ ଚାଷ କରୁଥିଲେ। ହେଲେ ବାରମ୍ବାର ସରକାରୀ ବିହନ ନ ମିଳିବାରୁ କେଜି ପ୍ରତି ୧୨୦ ଟଙ୍କା ଦରରେ ବିହନ କିଣି ଚାଷୀ ଚାଷ କରୁଛନ୍ତି। ଏହି ଚାଷ ନଭେମ୍ବର ଶେଷରୁ ଆରମ୍ଭ ହୋଇ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଚାଷୀ କାମ ସାରିଥାନ୍ତି।
ଭାରିଗଦା ପଞ୍ଚାୟତ ଝାରକଟା ଗାଁର ଚାଷୀ ବିଶ୍ୱନାଥ ପରିଡା, ଶରତ ଧଳ, ରମେଶ ଧଳ, ମିହିର କୁମାର ଦାସ, ସୁଦର୍ଶନ ସାହୁ, ଗୋପବନ୍ଧୁ ସାମଲ, ଶରତ ସାମଲ, ଦୁଃଶାସନ ଜେନା, ମାଧବାନନ୍ଦ ଧଳ, ବିଜୟକେତନ ସାହୁ, ଅମୂଲ୍ୟ କୁମାର ସାହୁ, ଗଜେନ୍ଦ୍ର ଜେନା ପ୍ରମୁଖ କହିଛନ୍ତି, ପଞ୍ଚାୟତରେ ଆଗରୁ ଶହେ ଏକର ଜମିରେ ଚିନାବାଦାମ ଚାଷ କରି ଆମ ବାପ ଜେଜେ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଏବେ କୃଷି ବିଭାଗର ଉଦାସୀନତା ଯୋଗୁ ଚାଷରୁ ଚାଷୀ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଚଳିତବର୍ଷ ଆମେ କୃଷି କାର୍ଯ୍ୟାଳୟକୁ ଚିନାବାଦାମ ବିହନ ପାଇଁ ଯାଇଥିଲୁ। ହେଲେ ଚିନାବାଦାମ ବିହନ ଆସୁନାହିଁ ବୋଲି କୃଷି ଅଧିକାରୀ କହିଥିଲେ। ହେଲେ ବିହନ ନ ମିଳିବାରୁ ବାହାରୁ ବିହନ କିଣି ୧୫ ଏକର ଚାଷ କରିଛୁ। ଯଦି ସରକାରୀ ସହାୟତା ମିଳିଥାନ୍ତା ତେବେ ଆହୁରି ଅଧିକ ଜମିରେ ଚାଷ କରିପାରିଥାନ୍ତୁ। ସେହିପରି ବରୁଣାଡ଼ିହା ପଞ୍ଚାୟତର ଚାଷୀ କୃଷି ବିଭାଗର ଉଦାସୀନତା ଯୋଗୁ ଚିନାବାଦାମ ଚାଷରୁ ଚାଷୀ ମୁହଁ ଫେରାଇ ନେଉଛନ୍ତି। ଚାଷୀ ସଞ୍ଜୟ ସାହୁ, ରଞ୍ଜନ ନାୟକ, ହୃଷୀକେଶ ନାୟକ, ରୂପକ ନାୟକ, ଦିଲ୍ଲୀପ ନାୟକ, ବନମାଳୀ ରାଉତ କହିଛନ୍ତି, ଆମ ପଞ୍ଚାୟତର ମୁଖ୍ୟ ହେଲା ଚିନାବାଦାମ ଚାଷ। ପାଖାପାଖି ୧୫୦ ଏକର ଜମିରେ ଆଗରୁ କେବଳ ଏହି ଚାଷ କରାଯାଉଥିଲା। ହେଲେ କୃଷି ବିଭାଗର ଉଦାସୀନତା ଯୋଗୁ ଧୀରେ ଧୀରେ ଚାଷ କମି କମି ଯାଉଛି। ବିଗତବଷରେ ବିହନ ମିଳିବା ବିଳମ୍ବ ଓ ଜମିରୁ ପାଗ ଛାଡ଼ି ଯିବା ଦେଖି କରଜ କରି ବିହନ କିଣି ଚାଷ କରିଥିଲୁ। ହେଲେ କୃଷି ବିଭାଗ ପକ୍ଷରୁ କିଛି ସହାୟତା ମିଳିଲାନି। ଭଲ ଫଳ ହେଲାନି, ଚାଷୀ କ୍ଷତି ସହିଲା ପରେ ମୁହଁ ଫେରାଇ ନେଇଛୁ। ସେହିପରି ସିକୋ ପଞ୍ଚାୟତର ଚାଷୀ ଭାଗୀରଥି ସ୍ବାଇଁ, ଦାମୋଦର ସ୍ବାଇଁ, ବିନୟ ଗୁରୁ, ବ୍ରହ୍ମାନନ୍ଦ ସ୍ବାଇଁ କହିଛନ୍ତି, ବାଦାମ ଚାଷ କରି ପରିବାର ଆମେ ପ୍ରତିପୋଷଣ କରିଥାଉ। ହେଲେ କୃଷି ବିଭାଗ ପକ୍ଷରୁ ଆମକୁ ବିଗତ ବର୍ଷ ବିଳମ୍ବରେ ଚିନାବାଦାମ ବିହନ ମିଳିଲା। ଫଳରେ ଠିକ୍‌ ଭାବେ ଫଳ ହେଲା ନାହିଁ, ଚାଷୀ କ୍ଷତି ସହିଲେ। ଚଳିତବର୍ଷ ସରକାରୀ ବିହନକୁ ଅପେକ୍ଷା କରି ବ୍ଲକ କୃଷି କାର୍ଯ୍ୟାଳୟକୁ ଯାଇ ପଚାରିବାରୁ କୃଷି ଅଧିକାରୀ କହିଲେ ଏଥରକ ବିହନ ଆସିବନାହିଁ। ତୁମର ୩ ବର୍ଷ ହୋଇଗଲା ଚାଷ, ଅନ୍ୟ ବ୍ଲକକୁ ଦିଆଯିବ। ଫଳରେ ଆମେ ହାତରୁ ୧୨୦ ଟଙ୍କାରେ ବାହାରୁ ବିହନ କିଣି କିଛି ଜମିରେ ଲଗାଇଛୁ। କୃଷି ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଚାଷୀ ଚାଷରୁ ମୁହଁ ଫେରାଇ ନେଉଛନ୍ତି। ଏଥିପ୍ରତି କୃଷି ବିଭାଗର ଉଚ୍ଚ ପଦାଧିକାରୀ ଦୃଷ୍ଟି ନ ଦେଲେ ଆଗାମୀଦିନରେ ବ୍ଲକରୁ ଉଭେଇ ଯିବ ବାଦାମ ଚାଷ। ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ, ପଟ୍ଟାମୁଣ୍ଡାଇର ଦିଜବର ସେଠୀଙ୍କୁ ପଚାରିବାରେ ଚଳିତବର୍ଷ ରାଜକନିକା ବ୍ଲକକୁ ଜିଲା କାର୍ଯ୍ୟାଳୟରୁ ଚିନାବାଦାମ ବିହନ ଯାଇନାହିଁ। ଅନ୍ୟ ବ୍ଲକକୁ ବିହନ ଯୋଗାଇ ଦିଆଯାଇଛି। ରାଜକନିକାର ଚାଷୀଙ୍କୁ ବିହନ କାହିଁକି ମିଳିଲା ନାହିଁ ବୋଲି ପଚାରିବାରେ ଉପରିସ୍ଥ ଅଧିକାରୀଙ୍କଠାରୁ ବୁଝିକି କହିବି ବୋଲି ସେ କହିଛନ୍ତି।

The post ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ appeared first on Dharitri Odia News.