ଗାଁ ରାସ୍ତାରେ ବିଦେଶୀମଦ ବ୍ୟାଗ ଧରି ହୋଇଥିଲେ ଠିଆ : ବନ୍ଧା ହୋଇଗଲେ ଜେଲ୍
ଦିଗପହଣ୍ଡି,୪।୩(ଅଶେଷ ନାଥମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ପିଲିକାଢିଅ ଗ୍ରାମର ବାରିକ ମଲ୍ଲିକଙ୍କୁ ମଙ୍ଗଳବାର ଦିଗପହଣ୍ଡି ଅବକାରୀ ଏସ୍ଆଇ ଅନିତା ପ୍ରଧାନ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ମାମଲା ନଂ.୨୧୮/୨୪-୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଅବକାରୀ ଏସଆଇ ମଙ୍ଗଳବାର ମଧ୍ୟାହ୍ନରେ ସଦଳବଳେ ଚୋରା ମଦ ଧରପଗଡ କରୁଥିବା ବେଳେ ପିଲିକାଢିଅ ଗାଁ ରାସ୍ତାରେ ବାରିକ ଏକ ବ୍ୟାଗ ଧରି ସନ୍ଦେହଜନକ ଭାବେ […] The post ଗାଁ ରାସ୍ତାରେ ବିଦେଶୀମଦ ବ୍ୟାଗ ଧରି ହୋଇଥିଲେ ଠିଆ : ବନ୍ଧା ହୋଇଗଲେ ଜେଲ୍ appeared first on Dharitri Odia News.
ଦିଗପହଣ୍ଡି,୪।୩(ଅଶେଷ ନାଥମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ ପିଲିକାଢିଅ ଗ୍ରାମର ବାରିକ ମଲ୍ଲିକଙ୍କୁ ମଙ୍ଗଳବାର ଦିଗପହଣ୍ଡି ଅବକାରୀ ଏସ୍ଆଇ ଅନିତା ପ୍ରଧାନ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ମାମଲା ନଂ.୨୧୮/୨୪-୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଅବକାରୀ ଏସଆଇ ମଙ୍ଗଳବାର ମଧ୍ୟାହ୍ନରେ ସଦଳବଳେ ଚୋରା ମଦ ଧରପଗଡ କରୁଥିବା ବେଳେ ପିଲିକାଢିଅ ଗାଁ ରାସ୍ତାରେ ବାରିକ ଏକ ବ୍ୟାଗ ଧରି ସନ୍ଦେହଜନକ ଭାବେ ଠିଆ ହୋଇଥିଲେ। ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କ ବ୍ୟାଗ ତଲାସ କରିବା ପରେ ସେଥିରେ ବିଭିନ୍ନ କମ୍ପାନୀ ପ୍ରସ୍ତୁତ ୨୯ଟି ବିଦେଶୀ ମଦ ବୋତଲ ଥିବା ଜଣାପଡିଥିଲା।ବିନା ଲାଇସେନ୍ସରେ ସେ ଗାଁରେ ବିଦେଶୀ ମଦ ବିକ୍ରି କରୁଥିବା ସ୍ବୀକାର କରିବା ପରେ ଘଟଣାସ୍ଥଳରେ ମଦ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଅବକାରୀ ଏସ୍ଆଇ କହିଛନ୍ତି।
The post ଗାଁ ରାସ୍ତାରେ ବିଦେଶୀମଦ ବ୍ୟାଗ ଧରି ହୋଇଥିଲେ ଠିଆ : ବନ୍ଧା ହୋଇଗଲେ ଜେଲ୍ appeared first on Dharitri Odia News.