ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ
ନୂଆଦିଲ୍ଲୀ,୧୮ା୧୨: ବର୍ଷ ୨୦୨୧-୨୨ରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଥିବା ବେଳେ ୪୯.୯ ପ୍ରତିଶତ ସହିତ ଓଡ଼ିଶା ପ୍ରଥମରେ ରହିଛି। ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ ମେଘାଳୟ(୩୩.୫ ପ୍ରତିଶତ), ଚତୁର୍ଥରେ କର୍ଣ୍ଣାଟକ(୨୮.୫ ପ୍ରତିଶତ) ରହିଥିବା ଏକ ଲିଖିତ ଉତ୍ତରରେ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଡିଏମକେ ଏମପି କଳାନିଧି ବିରସ୍ୱମୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ନିକଟରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା […] The post ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ appeared first on Dharitri Odia News.
ନୂଆଦିଲ୍ଲୀ,୧୮ା୧୨: ବର୍ଷ ୨୦୨୧-୨୨ରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଥିବା ବେଳେ ୪୯.୯ ପ୍ରତିଶତ ସହିତ ଓଡ଼ିଶା ପ୍ରଥମରେ ରହିଛି। ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ ମେଘାଳୟ(୩୩.୫ ପ୍ରତିଶତ), ଚତୁର୍ଥରେ କର୍ଣ୍ଣାଟକ(୨୮.୫ ପ୍ରତିଶତ) ରହିଥିବା ଏକ ଲିଖିତ ଉତ୍ତରରେ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଡିଏମକେ ଏମପି କଳାନିଧି ବିରସ୍ୱମୀଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ନିକଟରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଅନୁସନ୍ଧାନକୁ ଆଧାର କରି ସରକାର ପ୍ରାୟ ୩.୫ ନିୟୁତ ଛାତ୍ରୀଛାତ୍ର ଦଶମ ଶ୍ରେଣୀରେ ପାଠପଢା ଛାଡିଛନ୍ତି। ୨୦୨୨ରେରେ ୧,୮୯,୯୦,୮୦୯ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ, ସେଥିମଧ୍ୟରୁ ୨୯,୫୬,୧୩୮ ଛାତ୍ର ପରବର୍ତ୍ତୀ ଶ୍ରେଣୀକୁ ଯିବାରେ କରିବାରେ ବିଫଳ ହୋଇଥିଲେ।
”ତେବେ ପରୀକ୍ଷାରେ ବିଫଳ ହେବାର କାରଣ ସମସ୍ତଙ୍କ ପାଇଁ ଭିନ୍ନ ହୋଇପାର। ଯେପରିକି, ବିଦ୍ୟାଳୟରେ ନ ଯିବା, ବିଦ୍ୟାଳୟରେ ଶିକ୍ଷକଙ୍କ ନିର୍ଦେଶ ଅନୁସରଣ ନ କରିବା, ଅଧ୍ୟୟନରେ ଆଗ୍ରହର ଅଭାବ, ପ୍ରଶ୍ନପତ୍ରର ଅସୁବିଧା, ଗୁଣାତ୍ମକ ଶିକ୍ଷକଙ୍କ ଅଭାବ, ପିତାମାତା, ଶିକ୍ଷକ ଏବଂ ବିଦ୍ୟାଳୟଗୁଡ଼ିକର ସମର୍ଥନ ଅଭାବ ଇତ୍ୟାଦି ରହିଛି। ଏହାବାଦ, ଶିକ୍ଷା ସମ୍ବିଧାନର ଏକକାଳୀନ ତାଲିକାରେ ଅଛି ଏବଂ ଅଧିକାଂଶ ବିଦ୍ୟାଳୟ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ଅଧୀନରେ ଅଛି ବୋଲି ପ୍ରଧାନ କହିଛନ୍ତି। ଏହି ସମୟରେ ସେ ୨୦୧୮ ରୁ ୨୦୨୧-୨୨ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଦଶମରେ ପାଠ ପଢା ଛାଡିଥିବା ବିଦ୍ୟାର୍ଥୀଙ୍କ ତଥ୍ୟ ଦେଇଥିଲେ ।
The post ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ appeared first on Dharitri Odia News.