ରିଅଲ୍‌ମି ୧୩ପ୍ରୋ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ରିଅଲ୍‌ମିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ୧୩ ପ୍ରୋ ସିରିଜର ଅନାବରଣ ନିକଟରେ ହୋଇଯାଇଛି। ଚଳିତ ମାସରେ କମ୍ପାନୀର ପ୍ରଥମ ଏଆଇ ପ୍ରଫେସନାଲ କ୍ୟାମେରା ସ୍ମାର୍ଟଫୋନ୍‌ ‘ରିଅଲ୍‌ମି ୧୩ ପ୍ରୋ ସିରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ୨୦୨୪ରେ କମ୍ପାନୀର ଏହା ୨ୟ ନମ୍ବର ସିରିଜର ଶୁଭାରମ୍ଭ ଭାରତୀୟ ବଜାରରେ ହୋଇଯାଇଛି। ଏପରିକି ରିଅଲ୍‌ମି ୧୩ ପ୍ରୋ ସିରିଜ ପ୍ରଥମ ଏଆଇ ପ୍ରଫେସନାଲ କ୍ୟାମେରା ଫୋନ୍‌ ହେବାର […] The post ରିଅଲ୍‌ମି ୧୩ପ୍ରୋ ସିରିଜ୍‌ର ଶୁଭାରମ୍ଭ appeared first on Dharitri Odia News.

ରିଅଲ୍‌ମି ୧୩ପ୍ରୋ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୦।୭ (ଅଭୟ ଦାଶ): ରିଅଲ୍‌ମିର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ୧୩ ପ୍ରୋ ସିରିଜର ଅନାବରଣ ନିକଟରେ ହୋଇଯାଇଛି। ଚଳିତ ମାସରେ କମ୍ପାନୀର ପ୍ରଥମ ଏଆଇ ପ୍ରଫେସନାଲ କ୍ୟାମେରା ସ୍ମାର୍ଟଫୋନ୍‌ ‘ରିଅଲ୍‌ମି ୧୩ ପ୍ରୋ ସିରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ୨୦୨୪ରେ କମ୍ପାନୀର ଏହା ୨ୟ ନମ୍ବର ସିରିଜର ଶୁଭାରମ୍ଭ ଭାରତୀୟ ବଜାରରେ ହୋଇଯାଇଛି। ଏପରିକି ରିଅଲ୍‌ମି ୧୩ ପ୍ରୋ ସିରିଜ ପ୍ରଥମ ଏଆଇ ପ୍ରଫେସନାଲ କ୍ୟାମେରା ଫୋନ୍‌ ହେବାର ପ୍ରତିଶ୍ରୁତି ଆଣିଛି, ଯାହା ଡିଏସ୍‌ଏଲ୍‌ଆର୍‌-ଲେଭେଲ ଫିଚରଗୁଡିକରେ ସୁସଜ୍ଜିତ ରହିଛି। ଏହି ଇମେଜିଂ ପାୱାର ହାଉସ୍‌ର କେନ୍ଦ୍ରରେ ଡୁଆଲ ସୋନି ସେନ୍ସର ରହିଛି, ଯାହା ମୋବାଇଲ ଫଟୋଗ୍ରାଫିକୁ ନୂଆ ଉଚ୍ଚତାକୁ ନେଉଛି।
ସେହିଭଳି ୪-ଇନ୍‌-୧ ପିକ୍ସେଲ ଫ୍ୟୁଜନ ଟେକ୍ନୋଲୋଜି, ହାଇ-ଟ୍ରାନ୍ସପରେନ୍ସି ଗ୍ଲାସ୍‌ ଲେନ୍ସ ଓ ଏକ ହାଲୁକା ପେରିସ୍କୋପ ଡିଜାଇନ ଭଳି ଫିଚରଗୁଡ଼ିକ ସହ ଏହାର କ୍ୟାମେରା ବିଭିନ୍ନ ସୁଟିଂ ପରିଦୃଶ୍ୟରେ ୱାଇଡ୍‌-ଆଙ୍ଗେଲ ଲ୍ୟାଣ୍ଡସ୍କେପଠାରୁ ଆରମ୍ଭ କରି ଲଙ୍ଗ୍‌-ଡିଷ୍ଟାନ୍ସ କ୍ୟାପ୍‌ଚରଗୁଡିକ ପର୍ଯ୍ୟନ୍ତ ଚମତ୍କାର ଫଟୋକ୍ୱାଲିଟି ପ୍ରଦାନ କରିବା ପାଇଁ ଆଗପଛ ହୋଇ କାର୍ଯ୍ୟ କରିଥାଏ।
ସେହିପରି ୧୦ଗୁଣରୁ ୩୦ଗୁଣ ଜୁମ୍‌ ରେଞ୍ଜରେ ଇମେଜ୍‌ ଡିଗ୍ରେଡେଶନର ସାଧାରଣ ସମସ୍ୟା ଦୂରକରିଥାଏ। ଏହା ଲୋ-ରିଜୋଲ୍ୟୁଶନ ଫଟୋଗୁଡିକୁ ଉନ୍ନତ କରିବାରେ ଦକ୍ଷ, ଯାହା ଏହାକୁ ପୁରୁଣା ଫଟୋ, ସୋସିଆଲ ମିଡିଆ ଇମେଜ କିମ୍ବା ଲୋ-ରିଜୋଲ୍ୟୁଶନ ଭିଡିଓଗୁଡିକର ଫ୍ରେମ୍‌ଗୁଡିକୁ ଅପ୍‌ଗ୍ରେଡ୍‌ କରିବା ପାଇଁ ଉପଯୁକ୍ତ ଡିଭାଇସ୍‌ରେ ପରିଣତ କରୁଛି।

The post ରିଅଲ୍‌ମି ୧୩ପ୍ରୋ ସିରିଜ୍‌ର ଶୁଭାରମ୍ଭ appeared first on Dharitri Odia News.