ଏଥର ନୌସେନା ଦିବସ ଓଡ଼ିଶାରେ, ପୁରୀ ଉପକୂଳରେ ଶକ୍ତି ପ୍ରଦର୍ଶନ କରିବ Indian Navy

ନୂଆଦିଲ୍ଲୀ ୧୭।୧୧: ଇଣ୍ଡିଆନ ନେଭି ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରିବ। ଏହି ଅବସରରେ ଭାରତୀୟ ନୌସେନା ପକ୍ଷରୁ ଓଡ଼ିଶାର ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ ରେ ଅପରେସନାଲ ପଫର୍ମାନ୍ସ ପ୍ରଦର୍ଶନ କରାଯିବ। ଏହି ପ୍ରଦର୍ଶନୀରେ ମିଗ୍-୨୯ ଓ ଏଲସିଏ ସମେତ ୪୦ ବିମାନ ଏବଂ ୨୫ ଯୁଦ୍ଧପୋତ ସାମିଲ ହେବେ। ଏଥିରେ ଭାରତୀୟ ନୌସେନାର ସମୁଦ୍ର ଶକ୍ତି ଓ ଅପରେସନାଲ ପରଫର୍ମାନ୍ସ ପ୍ରଦର୍ଶିତ ହେବ। ନୌସେନା ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଚିତାକର୍ଷକ ପରେଡ ମଧ୍ୟ ଅନୁଷ୍ଠିତ ହେବ। ଏହି ଖାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ଏବେ ଆରମ୍ଭ ହୋଇଯାଇଛି। ଗତ ଶନିବାର ଏଥି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଭାରତୀୟ ନୌସେନା ଓଡ଼ିଶାରେ ପ୍ରଥମ ଥର ଏଭଳି ଆୟୋଜନ କରିବାକୁ ଯାଉଛି। ଯାହା ଦ୍ୱାରା ସାଧାରଣ ଲୋକଙ୍କୁ ଅତ୍ୟାଧୁନିକ ଯୁଦ୍ଧପୋତ ଓ ବିମାନ ସହିତ କମାଣ୍ଡୋ ପ୍ରଦର୍ଶନ ମଧ୍ୟ ଦେଖିବେ। ଏହି କାର୍ଯ୍ୟକ୍ରମରେ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରାଯିବ, ଏହା ସହିତ ନାଗରିକଙ୍କ ମଧ୍ୟରେ ସମୁଦ୍ର ସମ୍ପର୍କରେ ସଚେତନା ମଧ୍ୟ ସୃଷ୍ଟି କରାଯିବ। ଭାରତୀୟ ନୌସେନା ଅନୁସାରେ ଏହି କାର

ଏଥର ନୌସେନା ଦିବସ ଓଡ଼ିଶାରେ, ପୁରୀ ଉପକୂଳରେ ଶକ୍ତି ପ୍ରଦର୍ଶନ କରିବ Indian Navy

ନୂଆଦିଲ୍ଲୀ ୧୭।୧୧: ଇଣ୍ଡିଆନ ନେଭି ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରିବ। ଏହି ଅବସରରେ ଭାରତୀୟ ନୌସେନା ପକ୍ଷରୁ ଓଡ଼ିଶାର ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ ରେ ଅପରେସନାଲ ପଫର୍ମାନ୍ସ ପ୍ରଦର୍ଶନ କରାଯିବ। ଏହି ପ୍ରଦର୍ଶନୀରେ ମିଗ୍-୨୯ ଓ ଏଲସିଏ ସମେତ ୪୦ ବିମାନ ଏବଂ ୨୫ ଯୁଦ୍ଧପୋତ ସାମିଲ ହେବେ। ଏଥିରେ ଭାରତୀୟ ନୌସେନାର ସମୁଦ୍ର ଶକ୍ତି ଓ ଅପରେସନାଲ ପରଫର୍ମାନ୍ସ ପ୍ରଦର୍ଶିତ ହେବ। ନୌସେନା ଅଧିକାରୀ ଏହି ସୂଚନା ଦେଇଛନ୍ତି। 

ଏହି ଅବସରରେ ଚିତାକର୍ଷକ ପରେଡ ମଧ୍ୟ ଅନୁଷ୍ଠିତ ହେବ। ଏହି ଖାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ। କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତି ଏବେ ଆରମ୍ଭ ହୋଇଯାଇଛି। ଗତ ଶନିବାର ଏଥି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। 

ଭାରତୀୟ ନୌସେନା ଓଡ଼ିଶାରେ ପ୍ରଥମ ଥର ଏଭଳି ଆୟୋଜନ କରିବାକୁ ଯାଉଛି। ଯାହା ଦ୍ୱାରା ସାଧାରଣ ଲୋକଙ୍କୁ ଅତ୍ୟାଧୁନିକ ଯୁଦ୍ଧପୋତ ଓ ବିମାନ ସହିତ କମାଣ୍ଡୋ ପ୍ରଦର୍ଶନ ମଧ୍ୟ ଦେଖିବେ। ଏହି କାର୍ଯ୍ୟକ୍ରମରେ ନୌସେନାର ବହୁମୁଖୀ କ୍ଷମତାକୁ ପ୍ରଦର୍ଶିତ କରାଯିବ, ଏହା ସହିତ ନାଗରିକଙ୍କ ମଧ୍ୟରେ ସମୁଦ୍ର ସମ୍ପର୍କରେ ସଚେତନା ମଧ୍ୟ ସୃଷ୍ଟି କରାଯିବ। ଭାରତୀୟ ନୌସେନା ଅନୁସାରେ ଏହି କାର୍ଯ୍ୟକ୍ରମ ଲାଗି ଓଡିଶା ସରକାର ଓ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି କାମ କରାଯାଉଛି। 

ନୌସେନା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଜାତୀୟ ଦୂରଦର୍ଶନରେ ମଧ୍ୟ କରାଯିବ। ଏହା ସହିତ ଅଧିକରୁ ଅଧିକ ଦର୍ଶକଙ୍କ ନିକଟକୁ ପହଞ୍ଚିବା  ପାଇଁ ଭାରତୀୟ ନୌସେନାର ୟୁ-ଟ୍ୟୁବ ଚ୍ୟାନେଲରେ ମଧ୍ୟ ଏହାର ପ୍ରସାରଣ କରାଯିବ, ଯାହା ଦ୍ୱାରା ଲୋକେ ଆୟୋଜନକୁ ଦେଖି ପାରିବେ।