ଚଳିବନି ଗାଡି ଚାଳକଙ୍କ ମନମାନି, ଵସ୍ ଓ ଟ୍ରକ୍ରେ ହର୍ଣ୍ଣ ବ୍ୟବହାର ଉପରେ କଟକଣା
କଟକ ୧୦/୦୨: କମିଶନରେଟ ପୋଲିସ ପକ୍ଷରୁ କଟକ ଓ ଏମ୍ ପି ଛକରେ ମଲଟି ହର୍ଣ୍ଣ ଚେକିଂ ଆରମ୍ଭ ହୋଇଛି । ଵସ୍ ଓ ଟ୍ରକ ଗୁଡିକ ମଲ୍ଟି ହର୍ଣ୍ଣ ଓ ପ୍ରେସର ହର୍ଣ୍ଣ ଵ୍ୟଵହାର ଉପରେ କଟକଣା ରହିଛି । ଏଭଳି ହର୍ଣ୍ଣ ଦ୍ୱାରା ସାଧାରଣ ପଥଚାରୀ ଓ ଵାଇକ ଚାଳକ ଭୟଭୀତ ହେଵା ସହ ବେଳେ ବେଳେ ଏହି ହର୍ଣ୍ଣ ଦୁର୍ଘଟଣାର କାରଣ ପାଲଟୁଛି । ଏହା ସହ ଏଭଳି ମଲଟି ହର୍ଣ୍ଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାଵ ପକାଉଛି । ପରିବହନ ଵିଭାଗ ନିୟମ ଅନୁସାରେ ଵସ୍ ବା ଟ୍ରକ୍ ଗୁଡିକ ୧୦ ଡେସିବଲରୁ ଅଧିକ ଶବ୍ଦ କରୁଥିବା ହର୍ଣ୍ଣ ଵ୍ୟଵହାର କରି ପାରିବେ ନାହିଁ। ଡେଡଲାଇନ୍ ସରିଲା, ଆରମ୍ଭ ହେଲା କଡା ଚେକିଂ । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଛକ ଛକରେ ଜଗିଛି ପୋଲିସ । ଟ୍ରାଫିକ୍ ନିୟମ ନମାନୁଥିବା ଲୋକଙ୍କର କଟୁଛି ଚାଲାଣ । କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ କଡାକଜି ଚେକିଂ ଆରମ୍ଭ ହୋଇଯାଇଛି । ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ଭୁବନେଶ୍ୱର ଏଜି ଛକରେ ଜଣେ କାର ଚାଳକଙ୍କୁ ୫ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିଛି । କାରର କାଚରେ କଳା ଜରି ଲଗାଇଥିବାରୁ କାରକୁ ଅଟକାଇ ଫାଇନ୍ ଆଦାୟ କରିଛି ଟ୍ରାଫିକ୍ ପୋଲିସ୍ । ମଦ ପିଇ ଗାଡି ଚଲାଉଥିବା ଚାଳକଙ୍କଠୁ ୧୦ହଜାର ଟଙ୍କାର ଫାଇନ୍ ଆଦାୟ କରିବା ସହ ଗାଡିକୁ ସିଜ୍ କରିଛି କମିଶନରେଟ୍ ପୋଲିସ । ଖାସ୍ କରି ହେଲମେଟ୍ ନପିନ୍ଧି ଗାଡି ଚଲାଉଥିବା ବେପରୁଆ ଗାଡି
କଟକ ୧୦/୦୨: କମିଶନରେଟ ପୋଲିସ ପକ୍ଷରୁ କଟକ ଓ ଏମ୍ ପି ଛକରେ ମଲଟି ହର୍ଣ୍ଣ ଚେକିଂ ଆରମ୍ଭ ହୋଇଛି । ଵସ୍ ଓ ଟ୍ରକ ଗୁଡିକ ମଲ୍ଟି ହର୍ଣ୍ଣ ଓ ପ୍ରେସର ହର୍ଣ୍ଣ ଵ୍ୟଵହାର ଉପରେ କଟକଣା ରହିଛି । ଏଭଳି ହର୍ଣ୍ଣ ଦ୍ୱାରା ସାଧାରଣ ପଥଚାରୀ ଓ ଵାଇକ ଚାଳକ ଭୟଭୀତ ହେଵା ସହ ବେଳେ ବେଳେ ଏହି ହର୍ଣ୍ଣ ଦୁର୍ଘଟଣାର କାରଣ ପାଲଟୁଛି ।
ଏହା ସହ ଏଭଳି ମଲଟି ହର୍ଣ୍ଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାଵ ପକାଉଛି । ପରିବହନ ଵିଭାଗ ନିୟମ ଅନୁସାରେ ଵସ୍ ବା ଟ୍ରକ୍ ଗୁଡିକ ୧୦ ଡେସିବଲରୁ ଅଧିକ ଶବ୍ଦ କରୁଥିବା ହର୍ଣ୍ଣ ଵ୍ୟଵହାର କରି ପାରିବେ ନାହିଁ।
ଡେଡଲାଇନ୍ ସରିଲା, ଆରମ୍ଭ ହେଲା କଡା ଚେକିଂ । ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ଛକ ଛକରେ ଜଗିଛି ପୋଲିସ । ଟ୍ରାଫିକ୍ ନିୟମ ନମାନୁଥିବା ଲୋକଙ୍କର କଟୁଛି ଚାଲାଣ । କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ କଡାକଜି ଚେକିଂ ଆରମ୍ଭ ହୋଇଯାଇଛି । ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ।
ଭୁବନେଶ୍ୱର ଏଜି ଛକରେ ଜଣେ କାର ଚାଳକଙ୍କୁ ୫ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିଛି । କାରର କାଚରେ କଳା ଜରି ଲଗାଇଥିବାରୁ କାରକୁ ଅଟକାଇ ଫାଇନ୍ ଆଦାୟ କରିଛି ଟ୍ରାଫିକ୍ ପୋଲିସ୍ । ମଦ ପିଇ ଗାଡି ଚଲାଉଥିବା ଚାଳକଙ୍କଠୁ ୧୦ହଜାର ଟଙ୍କାର ଫାଇନ୍ ଆଦାୟ କରିବା ସହ ଗାଡିକୁ ସିଜ୍ କରିଛି କମିଶନରେଟ୍ ପୋଲିସ ।
ଖାସ୍ କରି ହେଲମେଟ୍ ନପିନ୍ଧି ଗାଡି ଚଲାଉଥିବା ବେପରୁଆ ଗାଡି ଚାଳକ ପୋଲିସ ଟାର୍ଗେଟରେ ରହିଛନ୍ତି । ବିନା ହେଲମେଟରେ ଆସୁଥିବା ଗାଡି ଚାଳକଙ୍କୁ ଘରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି ପୋଲିସ ।
also read...
ବିରୋଧୀଙ୍କୁ ରୋକ୍ଠୋକ୍ ଶୁଣାଇଲେ ସଂସଦୀୟ ମନ୍ତ୍ରୀ, ଲୋକଙ୍କ ସ୍ୱାର୍ଥ ଦେଖି ଆସିବ ବଜେଟ୍