ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ; କଟକରେ ମଶାଲ ଶୋଭାଯାତ୍ରା
କଟକ: ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ଦୁର୍ନୀତି ନିବାରଣ ସପ୍ତାହରେ ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ ପକ୍ଷରୁ କଟକରେ ମଶାଲ ଶୋଭାଯାତ୍ରା କରି ପ୍ରତିବାଦ କରାଯାଇଛି। ପୂର୍ବରୁ ଆଡମିଟ କାର୍ଡକୁ ଡଙ୍ଗା କରି ଭସାଇବା, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବା ଭଳି ପ୍ରତିବାଦ କରାଯାଇଥିଲେବି କୌଣସି ସୁଫଳ ନମିଳିବାରୁ ଏହି ମଶାଲ ଶୋଭାଯାତ୍ରା କରାଯାଇଛି। ଶୁକ୍ରବାର ଖାନନଗର ନେତାଜୀ ବସ ଟର୍ମିନାଲ ନିକଟରୁ ସହ ସହ ଛାତ୍ରଛାତ୍ରୀ ମଶାଲ ଶୋଭାଯାତ୍ରା କରିଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ଆର.ଆଇ, ଏଆରଆଇ, ଅମିନ ଏବଂ ଆଇସିଡିଏସ ପଦବୀ ପୁରଣ ପାଇଁ CBT ପରୀକ୍ଷା ହୋଇଥିଲା। ୫ ଲକ୍ଷ ୫୦ହଜାରରୁ ଉର୍ଦ୍ଧ୍ବ ଆଶାୟୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିଲେ। ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦ଟି ସେଣ୍ଟରରେ ପରୀକ୍ଷା କରାଯିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସିବିଟି କେନ୍ଦ୍ରରେ ପରୀକ୍ଷା ବିଭ୍ରାଟ ସାମ୍ନାକୁ ଆସିଥିଲା। ସେବେଠାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ପରିଚାଳନା ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ରାସ୍ତାକୁ ଓହ୍ଲାଇଛନ୍ତି।
କଟକ: ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ। ଦୁର୍ନୀତି ନିବାରଣ ସପ୍ତାହରେ ଷ୍ଟୁଡେଣ୍ଟ୍ ଏଗନେଷ୍ଟ କରପସନ ପକ୍ଷରୁ କଟକରେ ମଶାଲ ଶୋଭାଯାତ୍ରା କରି ପ୍ରତିବାଦ କରାଯାଇଛି। ପୂର୍ବରୁ ଆଡମିଟ କାର୍ଡକୁ ଡଙ୍ଗା କରି ଭସାଇବା, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିବା ଭଳି ପ୍ରତିବାଦ କରାଯାଇଥିଲେବି କୌଣସି ସୁଫଳ ନମିଳିବାରୁ ଏହି ମଶାଲ ଶୋଭାଯାତ୍ରା କରାଯାଇଛି। ଶୁକ୍ରବାର ଖାନନଗର ନେତାଜୀ ବସ ଟର୍ମିନାଲ ନିକଟରୁ ସହ ସହ ଛାତ୍ରଛାତ୍ରୀ ମଶାଲ ଶୋଭାଯାତ୍ରା କରିଥିଲେ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ଆର.ଆଇ, ଏଆରଆଇ, ଅମିନ ଏବଂ ଆଇସିଡିଏସ ପଦବୀ ପୁରଣ ପାଇଁ CBT ପରୀକ୍ଷା ହୋଇଥିଲା। ୫ ଲକ୍ଷ ୫୦ହଜାରରୁ ଉର୍ଦ୍ଧ୍ବ ଆଶାୟୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥିଲେ। ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦ଟି ସେଣ୍ଟରରେ ପରୀକ୍ଷା କରାଯିବାକୁ ନିର୍ଦ୍ଧାରିତ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସିବିଟି କେନ୍ଦ୍ରରେ ପରୀକ୍ଷା ବିଭ୍ରାଟ ସାମ୍ନାକୁ ଆସିଥିଲା। ସେବେଠାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ପରିଚାଳନା ଓ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ରାସ୍ତାକୁ ଓହ୍ଲାଇଛନ୍ତି।