ତେଜସ୍ବୀଙ୍କ ଭିତରେ ଆସିଛି ଶାମ ପିଟ୍ରୋଡାଙ୍କ ଆତ୍ମା
ନୂଆଦିଲ୍ଲୀ,୧।୯: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଚାଇନିଜ ଭର୍ସନ ବାଲା ମନ୍ତବ୍ୟ ଉପରେ ଭାଜପା କଡା ପ୍ରତିକ୍ରିୟା ଦେଇଛି। ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ‘ସାମ ପିଟ୍ରୋଡାଙ୍କ ଆତ୍ମା’ ତେଜସ୍ବୀ ଯାଦବଙ୍କ ଭିତରେ ପ୍ରବେଶ କରିଛି। ବାସ୍ତବରେ ତେଜସ୍ବୀ ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କୁ ଯୋଗୀଙ୍କ ଚାଇନିଜ ଭର୍ସନ ବୋଲି ଡାକିଥିଲେ, ଯାହା ଉପରେ ରବିବାରି ଭାଜପା ତାଙ୍କୁ ଟାର୍ଗେଟ କରିଛି। ପୁନାୱାଲା ଇଣ୍ଡିଆ ମେଣ୍ଟକୁ ଆହୁରି ସମାଲୋଚନା କରି କହିଛନ୍ତି ଯେ […] The post ତେଜସ୍ବୀଙ୍କ ଭିତରେ ଆସିଛି ଶାମ ପିଟ୍ରୋଡାଙ୍କ ଆତ୍ମା appeared first on Dharitri Odia News.
ନୂଆଦିଲ୍ଲୀ,୧।୯: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଚାଇନିଜ ଭର୍ସନ ବାଲା ମନ୍ତବ୍ୟ ଉପରେ ଭାଜପା କଡା ପ୍ରତିକ୍ରିୟା ଦେଇଛି। ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ‘ସାମ ପିଟ୍ରୋଡାଙ୍କ ଆତ୍ମା’ ତେଜସ୍ବୀ ଯାଦବଙ୍କ ଭିତରେ ପ୍ରବେଶ କରିଛି। ବାସ୍ତବରେ ତେଜସ୍ବୀ ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କୁ ଯୋଗୀଙ୍କ ଚାଇନିଜ ଭର୍ସନ ବୋଲି ଡାକିଥିଲେ, ଯାହା ଉପରେ ରବିବାରି ଭାଜପା ତାଙ୍କୁ ଟାର୍ଗେଟ କରିଛି।
ପୁନାୱାଲା ଇଣ୍ଡିଆ ମେଣ୍ଟକୁ ଆହୁରି ସମାଲୋଚନା କରି କହିଛନ୍ତି ଯେ ସମ୍ବିଧାନକୁ ଅସମ୍ମାନ କରିବା ଏବଂ ସମସ୍ତଙ୍କୁ ଅପମାନ କରିବା ସେମାନଙ୍କ ସ୍ବଭାବରେ ରହିଛି। ଏଏନଆଇ ସହ କଥାବାର୍ତ୍ତା କରି ଶେହଜାଦ ପୁନାୱାଲା କହିଛନ୍ତି,
ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଚାରିଛନ୍ତି ଯେ ତେଜସ୍ବୀ ଯାଦବଙ୍କ ମନ୍ତବ୍ୟ ଭାରତକୁ ଏକଜୁଟ କରିବା ପ୍ରୟାସ ସହ ମେଳ ଖାଉଛି କି? ପୁନାୱାଲା ଗାନ୍ଧୀ ଏବଂ ଗୌରବ ଗୋଗୋଇଙ୍କୁ ପଚାରିଥିଲେ ଯେ ତେଜସ୍ବୀଙ୍କ ମନ୍ତବ୍ୟ ପରେ କଂଗ୍ରେସ ଆରଜେଡି ସହ ସମ୍ପର୍କ ଭାଙ୍ଗିବ କି?
ସୂଚନାଯୋଗ୍ୟ, ତେଜସ୍ବୀ ଯାଦବ ଆସାମ ବିଧାନସଭାର ଶୁକ୍ରବାର ୨ଘଣ୍ଟିଆ ଜୁମା ବ୍ରେକ ରଦ୍ଦ କରିବାକୁ ନିଷ୍ପତ୍ତି ଉପରେ ଟାର୍ଗେଟ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ ‘ଯୋଗୀଙ୍କ ଚାଇନିଜ ଭର୍ସନ’ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଆସାମ ବିଧାନସଭା ପ୍ରତି ଶୁକ୍ରବାର ଜୁମ୍ମା ପ୍ରାର୍ଥନା ପାଇଁ ଦୁଇ ଘଣ୍ଟିଆ ବିରତି ଅଭ୍ୟାସକୁ ରଦ୍ଦ କରିଦେଇଥିଲା, ଯାହା ବ୍ରିଟିଶ ଯୁଗରେ ଆସାମରେ ସାଦୁଲ୍ଲା ମୁସଲିମ ଲିଗ ସରକାର ଦ୍ୱାରା ଆରମ୍ଭ ହୋଇଥିଲା।
ଆସାମ ବାଚସ୍ପତି ବିଶ୍ୱଜିତ ଡେମାରି କହିଛନ୍ତି ଯେ ସମୟ ସୀମା କାରଣରୁ ଶୁକ୍ରବାର ଆଲୋଚନା କରିବା କଷ୍ଟସାଧ୍ୟ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।
The post ତେଜସ୍ବୀଙ୍କ ଭିତରେ ଆସିଛି ଶାମ ପିଟ୍ରୋଡାଙ୍କ ଆତ୍ମା appeared first on Dharitri Odia News.