ଲୋକଙ୍କ ଭାବନା ଜାଣିପାରିବ ରୋବୋ
ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍’ ଜର୍ନାଲରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ ପ୍ରକାଶ ପାଇଛି। ଟୋକିଓ ମେଟ୍ରୋପଲିଟାନ ୟୁନିଭର୍ସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ଅଂଶଗ୍ରହଣକାରୀ ବ୍ୟକ୍ତିଙ୍କର ମାନବୀୟ ଭାବାବେଗ ଜାଣିବା ପାଇଁ ବୈଜ୍ଞାନିକମାନେ ସେମାନଙ୍କର ଚର୍ମ ସମ୍ବେଦନଶୀଳତା(ସ୍କିନ୍ କଣ୍ଡକ୍ଟାନ୍ସ)କୁ ବ୍ୟବହାର କରିଛନ୍ତି। ସାଧାରଣତଃ ଶରୀରରେ ହେଉଥିବା ଝାଳ ନିର୍ଗତ ଏବଂ ବିଭିନ୍ନ ପ୍ରକାର ସ୍ନାୟୁ କାର୍ଯ୍ୟକଳାପ ପ୍ରତିକ୍ରିୟାରେ […] The post ଲୋକଙ୍କ ଭାବନା ଜାଣିପାରିବ ରୋବୋ appeared first on Dharitri Odia News.
ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍’ ଜର୍ନାଲରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ ପ୍ରକାଶ ପାଇଛି। ଟୋକିଓ ମେଟ୍ରୋପଲିଟାନ ୟୁନିଭର୍ସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ଅଂଶଗ୍ରହଣକାରୀ ବ୍ୟକ୍ତିଙ୍କର ମାନବୀୟ ଭାବାବେଗ ଜାଣିବା ପାଇଁ ବୈଜ୍ଞାନିକମାନେ ସେମାନଙ୍କର ଚର୍ମ ସମ୍ବେଦନଶୀଳତା(ସ୍କିନ୍ କଣ୍ଡକ୍ଟାନ୍ସ)କୁ ବ୍ୟବହାର କରିଛନ୍ତି। ସାଧାରଣତଃ ଶରୀରରେ ହେଉଥିବା ଝାଳ ନିର୍ଗତ ଏବଂ ବିଭିନ୍ନ ପ୍ରକାର ସ୍ନାୟୁ କାର୍ଯ୍ୟକଳାପ ପ୍ରତିକ୍ରିୟାରେ ପରିବର୍ତ୍ତନ ଘଟିଥାଏ। ଫଳରେ ଶରୀରରୁ ଚର୍ମ ସମ୍ବେଦନଶୀଳତାର ମାତ୍ରା ମଧ୍ୟ ବିଭିନ୍ନ ସ୍ଥିତିରେ ଭିନ୍ନ ଭିନ୍ନ ରହିଥାଏ। ଏହା ମାନବୀୟ ଭାବାବେଗର ବିଭିନ୍ନ ଅବସ୍ଥାକୁ ସୂଚିତ କରୁଥିବା ନେଇ ଏହି ଅଧ୍ୟୟନ କରିଥିବା ବୈଜ୍ଞାନିକମାନେ କହିଛନ୍ତି।
ଏହି ଅଧ୍ୟୟନରେ ମାନବ ଭାବାବେଗକୁ ବିଶ୍ଳେଷଣ କରିପାରୁଥିବା ବିଭିନ୍ନ ପାରମ୍ପରିକ କୌଶଳ ଉପରେ ପ୍ରଶ୍ନ ଉଠାଯାଇଛି। ଖାସ୍କରି କୌଣସି ବ୍ୟକ୍ତିଙ୍କ ମୁହଁର ହାବଭାବରୁ ତାଙ୍କ ମନସ୍ଥିତି ବିଷୟରେ ଜାଣିବା, ବକ୍ତବ୍ୟକୁ ବିଶ୍ଳେଷଣ କରି ଭାବାବେଗ ସମ୍ପର୍କରେ ଅନୁମାନ କରିବା ଆଦି ପଦ୍ଧତିରେ ତ୍ରୁଟି ରହିଛି ବୋଲି ଟୋକିଓ ମେଟ୍ରୋପଲିଟାନ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି। ସାଧାରଣତଃ ଯେକୌଣସି ସ୍ଥାନରେ ଅଡିଓ ଏବଂ ଭିଜୁଆଲ ଅବସ୍ଥା ସର୍ବଦା ଆଦର୍ଶ ସ୍ଥିତିରେ ନ ଥାଏ। ତେଣୁ ଏପରି କୌଶଳ ଭୁଲ୍ ଫଳାଫଳ ଦେବାର ସମ୍ଭାବନା ରହିଛି। ମାନବ ଭାବାବେଗକୁ ପରଖିବା ପାଇଁ ଚର୍ମ ସମ୍ବେଦନଶୀଳତା ଏକ ଉତ୍କୃଷ୍ଟ ବିକଳ୍ପ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ବାସ୍ତବ ସମୟରେ ମଣିଷର ଭାବନାକୁ ଧରିବା ପାଇଁ ଏହା ସର୍ବୋତ୍ତମ ଉପାୟ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ଅଧ୍ୟୟନରେ ୩୩% ଅଂଶଗ୍ରହଣକାରୀଙ୍କର ଭାବପ୍ରବଣ ପ୍ରତିକ୍ରିୟାକୁ ମାପିବା ପାଇଁ ସେମାନଙ୍କୁ ଭିନ୍ନ ଭିନ୍ନ ଭାବପ୍ରବଣ ଭିଡିଓ ଦେଖାଯାଇଥିଲା। ଏହାପରେ ତୁରନ୍ତ ସେମାନଙ୍କ ଚର୍ମର ସମ୍ବେଦନଶୀଳତାକୁ ପରୀକ୍ଷା କରାଯାଇଥିଲା। ଫଳାଫଳରେ ବିଭିନ୍ନ ପ୍ରକାର ଭାବନା ପାଇଁ ଅଲଗା ଅଲଗା ପାଟର୍ନ ଦେଖିବାକୁ ମିଳିଥିଲା। ଭୟ ସମ୍ବନ୍ଧିତ ଭିଡିଓ ଦେଖିଥିବା ବ୍ୟକ୍ତିଙ୍କ ଭାବପ୍ରବଣତାର ପ୍ରତିକ୍ରିୟା ସବୁଠାରୁ ଦୀର୍ଘସ୍ଥାୟୀ ଥିଲା। ତେବେ ସୁଖ ଏବଂ ଦୁଃଖର ମିଶ୍ରିତ ଥିବା ପାରିବାରିକ ସମ୍ପର୍କ ସହ ଜଡ଼ିତ ଭିଡିଓ ଦେଖିଥିବା ବ୍ୟକ୍ତିଙ୍କ ଭାବପ୍ରବଣତାର ପ୍ରତିକ୍ରିୟା ଧିମା ଥିଲା। ଅନ୍ୟପକ୍ଷରେ, ହାସ୍ୟ ଭିଡିଓ କ୍ଷେତ୍ରରେ ତ୍ୱରିତ ତଥା କ୍ଷଣିକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।
ଭବିଷ୍ୟତରେ ମାନବ ଭାବାବେଗକୁ ପରଖିବା ପାଇଁ ରହିଥିବା କୌଶଳର ବିକାଶରେ ଏହି ଅଧ୍ୟୟନର ଫଳାଫଳ ସହାୟକ ହେବ ବୋଲି ଟାକିଓ ମେଟ୍ରୋପଲିଟାନ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି।
ଅନ୍ୟ ଶାରୀରିକ ସଙ୍କେତ ସହ ମିଳିତ ଭାବେ ଚର୍ମ ସମ୍ବେଦନଶୀଳତା ମାନବ ଭାବାବେଗକୁ ନେଇ ଅଧିକ ଠିକ୍ ଫଳାଫଳ ଦେଇପାରିବ ବୋଲି ସେମାନେ କହିଛନ୍ତି। ଭବିଷ୍ୟତରେ ରୋବୋମାନେ ମଣିଷ ସହ ଭାବପ୍ରବଣ ଭାବେ କିପରି ଯୋଗାଯୋଗ କରିପାରିବେ ତାହା ଏହି ଅଧ୍ୟୟନ ଦ୍ୱାରା ସ୍ପଷ୍ଟ ହୋଇଛି। କେବଳ ରୋବୋଟିକ୍ସ କ୍ଷେତ୍ରରେ ନୁହେଁ ବରଂ ମନୁଷ୍ୟର ଭାବନାତ୍ମକ ପଦକ୍ଷେପକୁ ବୁଝିବାରେ ଏହି ଅଧ୍ୟୟନ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଉକ୍ତ ଅଧ୍ୟୟନ ଚିକିତ୍ସା, ବୈଷୟିକ ସହାୟତା, ମଣିଷ-ରୋବୋ ଯୋଗାଯୋଗ ଆଦି କ୍ଷେତ୍ରରେ ଅନେକ ନୂତନ ସମ୍ଭାବନାକୁ ଖୋଲିପାରଛି।
The post ଲୋକଙ୍କ ଭାବନା ଜାଣିପାରିବ ରୋବୋ appeared first on Dharitri Odia News.