ଇନ୍ଫୋସିସ୍ ଦେବ ବଡ଼ ନିଯୁକ୍ତି, କ୍ୟାମ୍ପସ ମାଧ୍ୟମରେ ମିଳିବ ୨୦ ହଜାର ଚାକିରି
ଆଇଟି ସେବା ଯୋଗାଉଥିବା ଦେଶର ଦ୍ବିତୀୟ ସବୁଠୁ ବଡ଼ କମ୍ପାନି ଇନ୍ଫୋସିସ୍ ଆଗକୁ ବଡ଼ ନିଯୁକ୍ତି ଦେବାକୁ ଯାଉଛି। କମ୍ପାନିର ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫ରେ ୧୫ ହଜାରୁ ୨୦ ହଜାର ଲୋକଙ୍କ ନିଯୁକ୍ତି ପାଇଁ ଯୋଜନା ରହିଛି। ଏହି ସବୁ ନିଯୁକ୍ତି କ୍ୟାମ୍ପସ ମାଧ୍ୟମରେ ସିଧାସଳଖ କରାଯିବ। ଏଥିରେ ଫ୍ରେସର୍ସଙ୍କୁ ମଧ୍ୟ ସାମିଲ କରାଯାଇଛି।ତେବେ ଏହି ନିଯୁକ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ଲଗାତାର ଛଅଟି ତ୍ରୈମାସିକ ଧରି କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇନ୍ଫୋସିସ୍ ସିଏଫଓ ଜୟେଶ ସଂଘରାଜକା ଏହି ସବୁ ନିଯୁକ୍ତି ଅନ୍ କ୍ୟାମ୍ପସ ଏବଂ ଅଫ୍ କ୍ୟାମ୍ପସ ଅନୁଯାୟୀ କରାଯିବା ନେଇ କହିଛନ୍ତି। ଜୁନ୍ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନିର କର୍ମଚାରୀଙ୍କ ସମୁଦାୟ ସଂଖ୍ୟା ୩,୧୫,୩୩୨ ରହିଥିଲା। ଯେତେବେଳେକି ଗତ ବର୍ଷ କମ୍ପାନିରେ ୨୦,୯୬୨ କର୍ମଚାରୀଙ୍କ ସଂଖ୍ୟା କମିଥିଲା। ଏହା ପୂର୍ବରୁ ଇନଫୋସିସ୍ର ବଡ଼ ପ୍ରତିଦ୍ବନ୍ଦ୍ବୀ ଟାଟା କନସଲଟେନ୍ସୀ ସର୍ଭିସେଜ (ଟିସିଏସ) ୪୦ ହଜାର କର୍ମଚାରୀଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲା। ଏହି କ୍ରମରେ ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ଟିସିଏସ ୧୧ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି କରିଥିଲା। ଏହ ସହ ପ୍ରଥମ ତ୍ରୈମାସିକ ଶେଷ ସୁଦ୍ଧା ଟିସିଏସରେ କର୍ମଚାରୀଙ୍କ ସଂଖ୍ୟା ୬,୦୬,୯୯୮ ରହିଥିଲା। ସେହିଭଳି ତୃତୀୟ ସବୁଠୁ ବ
ଆଇଟି ସେବା ଯୋଗାଉଥିବା ଦେଶର ଦ୍ବିତୀୟ ସବୁଠୁ ବଡ଼ କମ୍ପାନି ଇନ୍ଫୋସିସ୍ ଆଗକୁ ବଡ଼ ନିଯୁକ୍ତି ଦେବାକୁ ଯାଉଛି। କମ୍ପାନିର ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୫ରେ ୧୫ ହଜାରୁ ୨୦ ହଜାର ଲୋକଙ୍କ ନିଯୁକ୍ତି ପାଇଁ ଯୋଜନା ରହିଛି। ଏହି ସବୁ ନିଯୁକ୍ତି କ୍ୟାମ୍ପସ ମାଧ୍ୟମରେ ସିଧାସଳଖ କରାଯିବ। ଏଥିରେ ଫ୍ରେସର୍ସଙ୍କୁ ମଧ୍ୟ ସାମିଲ କରାଯାଇଛି।ତେବେ ଏହି ନିଯୁକ୍ତି ଏଭଳି ସମୟରେ ଆସିଛି, ଯେତେବେଳେ ଲଗାତାର ଛଅଟି ତ୍ରୈମାସିକ ଧରି କର୍ମଚାରୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇନ୍ଫୋସିସ୍ ସିଏଫଓ ଜୟେଶ ସଂଘରାଜକା ଏହି ସବୁ ନିଯୁକ୍ତି ଅନ୍ କ୍ୟାମ୍ପସ ଏବଂ ଅଫ୍ କ୍ୟାମ୍ପସ ଅନୁଯାୟୀ କରାଯିବା ନେଇ କହିଛନ୍ତି। ଜୁନ୍ ତ୍ରୈମାସିକ ଶେଷ ସୁଦ୍ଧା କମ୍ପାନିର କର୍ମଚାରୀଙ୍କ ସମୁଦାୟ ସଂଖ୍ୟା ୩,୧୫,୩୩୨ ରହିଥିଲା। ଯେତେବେଳେକି ଗତ ବର୍ଷ କମ୍ପାନିରେ ୨୦,୯୬୨ କର୍ମଚାରୀଙ୍କ ସଂଖ୍ୟା କମିଥିଲା।
ଏହା ପୂର୍ବରୁ ଇନଫୋସିସ୍ର ବଡ଼ ପ୍ରତିଦ୍ବନ୍ଦ୍ବୀ ଟାଟା କନସଲଟେନ୍ସୀ ସର୍ଭିସେଜ (ଟିସିଏସ) ୪୦ ହଜାର କର୍ମଚାରୀଙ୍କ ନିଯୁକ୍ତି ନେଇ ଘୋଷଣା କରିଥିଲା। ଏହି କ୍ରମରେ ଚଳିତ ବର୍ଷର ପ୍ରଥମ ତ୍ରୈମାସିକରେ ଟିସିଏସ ୧୧ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି କରିଥିଲା। ଏହ ସହ ପ୍ରଥମ ତ୍ରୈମାସିକ ଶେଷ ସୁଦ୍ଧା ଟିସିଏସରେ କର୍ମଚାରୀଙ୍କ ସଂଖ୍ୟା ୬,୦୬,୯୯୮ ରହିଥିଲା। ସେହିଭଳି ତୃତୀୟ ସବୁଠୁ ବଡ଼ ଆଇଟି ସେବା କମ୍ପାନି ଏଚସିଏଲଟେକ୍ ମଧ୍ୟ ଆର୍ଥିକ ବର୍ଷ ୨୦୨୫ରେ ୧୦ ହଜାର ଫ୍ରେସର୍ସଙ୍କୁ ଚାକିରି ଦେବା ନେଇ ଘୋଷଣା କରିଛି।