ଭୀଷଣ ବର୍ଷାରେ ଦିଲ୍ଲୀ ବେହାଲ, ପାଣିରେ ବୁଡି ବାଳକ ମୃତ, ରାସ୍ତାରେ ପହଁରିଲା ଗାଡ଼ି
ନୂଆଦିଲ୍ଲୀ: ବର୍ଷା ଯୋଗୁ ଶୁକ୍ରବାର ଦିଲ୍ଲୀ ରାସ୍ତା ସବୁରେ ପାଣି ଭରି ଯାଇଛି। ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ପୋଲିସ ସୂଚନା ଅନୁସାରେ ଯାତାୟାତ ସମ୍ପର୍କିତ ୧୫ଟି ଅଭିଯୋଗ ମିଳିଥିବା ବେଳେ ପାଣି ଭରିଯିବାର ୧୨ଟି ଅଭିଯୋଗ ମିଳିଛି। ଦିଲ୍ଲୀ ପୋଲିସ ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏ ନେଇ ଉଲ୍ଲେଖ କରିଥିବା ବେଳେ ରାସ୍ତାରେ ପାଣି ଭରିଯିବା ଯୋଗୁ ଲୋକଙ୍କ ସୁବିଧା ନିମନ୍ତେ କରାଯାଇଥିବା ଟ୍ରାଫିକ ଡାଇଭର୍ସନ ସୂଚନା ମଧ୍ୟ ଦେଇଛି। Traffic AlertTraffic is heavy on Ring Road, Vande Mataram Marg and GGR due to heavy water logging under Dhaula Kuan Flyover. Kindly avoid these stretches and plan your journey accordingly. pic.twitter.com/5uF8UVkq7z— Delhi Traffic Police (@dtptraffic) August 23, 2024କିଛି ସମୟର ବର୍ଷାରେ ଚାଣକ୍ୟପୁରୀ ଇଲାକାର ବ୍ରିଟିଶ ସ୍କୁଲ ପାଖ ସଡ଼କରେ ପାଣି ଭରିଯାଇଥିଲା। ଏହି ସମରେ ସାଙ୍ଗମାନଙ୍କ ସହ ବର୍ଷାପାଣିରେ ଖେଳୁଥିବା ଏକ ୧୫ ବର୍ଷର ବାଳକ ବୁଡି ଯାଇ ପ୍ରାଣ ହରାଇଛି। ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବାଳକକୁ ଚିହ୍ନଟ କରିଛି। ମୃତ ବାଳକ ସୌରଭ ବିବେକାନନ୍ଦ କ୍ୟାମ୍ପରେ ପରିବାର ସହିତ ରହୁଥିଲା ବୋଲି ପୋଲିସ କହିଛି। ସୂଚନା ମୁତାବକ ସୌରଭ ସାଙ୍ଗମାନଙ୍କ ସହିତ ବ୍ରିଟିଶ ସ୍କୁଲ ପାଖ ସଡକରେ ପାଣିରେ ଖେଳୁଥିଲା। ତେବେ ସେ ଗୋଳିଆ
ନୂଆଦିଲ୍ଲୀ: ବର୍ଷା ଯୋଗୁ ଶୁକ୍ରବାର ଦିଲ୍ଲୀ ରାସ୍ତା ସବୁରେ ପାଣି ଭରି ଯାଇଛି। ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ପୋଲିସ ସୂଚନା ଅନୁସାରେ ଯାତାୟାତ ସମ୍ପର୍କିତ ୧୫ଟି ଅଭିଯୋଗ ମିଳିଥିବା ବେଳେ ପାଣି ଭରିଯିବାର ୧୨ଟି ଅଭିଯୋଗ ମିଳିଛି। ଦିଲ୍ଲୀ ପୋଲିସ ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏ ନେଇ ଉଲ୍ଲେଖ କରିଥିବା ବେଳେ ରାସ୍ତାରେ ପାଣି ଭରିଯିବା ଯୋଗୁ ଲୋକଙ୍କ ସୁବିଧା ନିମନ୍ତେ କରାଯାଇଥିବା ଟ୍ରାଫିକ ଡାଇଭର୍ସନ ସୂଚନା ମଧ୍ୟ ଦେଇଛି।
Traffic Alert
Traffic is heavy on Ring Road, Vande Mataram Marg and GGR due to heavy water logging under Dhaula Kuan Flyover. Kindly avoid these stretches and plan your journey accordingly. pic.twitter.com/5uF8UVkq7z— Delhi Traffic Police (@dtptraffic) August 23, 2024
କିଛି ସମୟର ବର୍ଷାରେ ଚାଣକ୍ୟପୁରୀ ଇଲାକାର ବ୍ରିଟିଶ ସ୍କୁଲ ପାଖ ସଡ଼କରେ ପାଣି ଭରିଯାଇଥିଲା। ଏହି ସମରେ ସାଙ୍ଗମାନଙ୍କ ସହ ବର୍ଷାପାଣିରେ ଖେଳୁଥିବା ଏକ ୧୫ ବର୍ଷର ବାଳକ ବୁଡି ଯାଇ ପ୍ରାଣ ହରାଇଛି। ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବାଳକକୁ ଚିହ୍ନଟ କରିଛି। ମୃତ ବାଳକ ସୌରଭ ବିବେକାନନ୍ଦ କ୍ୟାମ୍ପରେ ପରିବାର ସହିତ ରହୁଥିଲା ବୋଲି ପୋଲିସ କହିଛି। ସୂଚନା ମୁତାବକ ସୌରଭ ସାଙ୍ଗମାନଙ୍କ ସହିତ ବ୍ରିଟିଶ ସ୍କୁଲ ପାଖ ସଡକରେ ପାଣିରେ ଖେଳୁଥିଲା। ତେବେ ସେ ଗୋଳିଆ ପାଣିରେ ସଡକ କଡ ଜାଣି ନପାରି ଚାଲିଯାଇଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲା।

ଦିଲ୍ଲୀରେ ଭୀଷଣ ବର୍ଷା ଯୋଗୁ ଶୁକ୍ରବାର ମୋତିବାଗ ଚୌକ, ଧୌଲାକୂଆଁ ଫ୍ଲାଇଓଭର ତଳ ରାସ୍ତା ଓ ସତ୍ୟନିକେତନ ବସ୍ ଷ୍ଟାଣ୍ଡ ରାସ୍ତାରେ ପାଣି ଭରିଯାଇଛି। ମୋତିବାଗ ଚୌକରେ ପାଣିରେ ବୁଡିଯିବା ଯୋଗୁ ଆରକେପୁରମ ଓ ସେକ୍ଟର ୮ ଅଞ୍ଚଳକୁ ଯିବାରେ ଅସୁବିଧା ଉପୁଜିଥିଲା। ସେହିପରି ଧୌଲାକୂଆଁ ଫ୍ଲାଇଓଭର ତଳେ ବର୍ଷା ପାଣି ଛିଡା ହୋଇ ରହିବା ଯୋଗୁ ରିଂରୋଡ, ବନ୍ଦେ ମାତରମ ମାର୍ଗ ଓ ଜିଜିଆରରେ ଯାତାୟାତ ପ୍ରଭାବିତ ହୋଇଛି। ଜେଟିକେ ଡିପୋ ନିକଟ ସଡ଼କରେ ପାଣି ଛିଡା ହୋଇ ରହିବାରୁ ଏହି ରାସ୍ତାରେ ଯିବା ଆସିବା ଅସୁବିଧା ହୋଇଥିଲା।