କାର୍ଯ୍ୟରେ ଯୋଗଦେଲେ କଟକର ନୂଆ ଡିସିପି, ବିଦାୟୀ ଅଫିସରଙ୍କଠାରୁ ନେଲେ ଦାୟିତ୍ୱ

କଟକ ୩୦/୦୯: କଟକର ନୂତନ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଲେ ଜଗମୋହନ ମୀନା । ୨୦୧୩ ବ୍ୟାଚ୍ ଆଇପିଏସ୍ ଅଫିସର ଜଗମୋହନ ମୀନା । ପୂର୍ବରୁ ଗଞ୍ଜାମ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ ଜଗମୋହନ ମୀନା । ବିଦାୟୀ ଡିସିପି ପ୍ରକାଶ ଆର୍‌ଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କଲେ ଜଗମୋହନ ମୀନା । ସୂଚନା ଥାଉକି, ଦଶହରା ପୂର୍ବରୁ ବଡ ଧରଣର ଅଦଳ ବଦଳ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୁଲିସ ସେବା (ଆଇପିଏସ) ସ୍ତରରେ ଅଦଳ ବଦଳ କରାଯାଇଛି। କଟକ-ଭୁବନେଶ୍ବର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇଛି। ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଏବଂ ବିପିଏସପିଏ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ହେଲେ କଟକ-ଭୁବନେଶ୍ବର ପୁଲିସ କମିଶନର ଭାବେ ସୁରେଶ ଦେବଦତ୍ତ ସିଂ ନିଯୁକ୍ତି ଦିଆଯାଇଛି। 

କାର୍ଯ୍ୟରେ ଯୋଗଦେଲେ କଟକର ନୂଆ ଡିସିପି, ବିଦାୟୀ ଅଫିସରଙ୍କଠାରୁ ନେଲେ ଦାୟିତ୍ୱ

କଟକ ୩୦/୦୯: କଟକର ନୂତନ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଲେ ଜଗମୋହନ ମୀନା । ୨୦୧୩ ବ୍ୟାଚ୍ ଆଇପିଏସ୍ ଅଫିସର ଜଗମୋହନ ମୀନା । ପୂର୍ବରୁ ଗଞ୍ଜାମ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ ଜଗମୋହନ ମୀନା । ବିଦାୟୀ ଡିସିପି ପ୍ରକାଶ ଆର୍‌ଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କଲେ ଜଗମୋହନ ମୀନା । 

ସୂଚନା ଥାଉକି, ଦଶହରା ପୂର୍ବରୁ ବଡ ଧରଣର ଅଦଳ ବଦଳ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭାରତୀୟ ପୁଲିସ ସେବା (ଆଇପିଏସ) ସ୍ତରରେ ଅଦଳ ବଦଳ କରାଯାଇଛି। କଟକ-ଭୁବନେଶ୍ବର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇଛି। ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଏବଂ ବିପିଏସପିଏ ନିର୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ହେଲେ କଟକ-ଭୁବନେଶ୍ବର ପୁଲିସ କମିଶନର ଭାବେ ସୁରେଶ ଦେବଦତ୍ତ ସିଂ ନିଯୁକ୍ତି ଦିଆଯାଇଛି।